ଆଜିର ରାଶିଫଳ (୨୩/୦୮,ରବିବାର)

ମେଷ : ଘାତବାର ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଗ୍ୟାସ୍‌ ହିଟର ବ୍ୟବହାର କାଳରେ ସତର୍କ ରହିବେ ଓ ବାଦବିବାଦଠାରୁ ଦୂରେଇ ରହିବେ। ପରିବାରରେ ଶାନ୍ତି ଓ ସହଧର୍ମିଣୀଙ୍କ ସାହାଯ୍ୟ ସହାନୁଭୂତି ପାଇବେ। ମନ ପ୍ରଫୁଲ୍ଲ ରହିବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ। ମହିଳାମାନେ ସ୍ୱାମୀସେବାରେ ବ୍ରତୀ ହେବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା: ସ୍କନ୍ଦ ପୁରାଣ ପାଠ।

ବୃଷ : ପୁରାତନ ରୋଗରୁ ମୁକ୍ତ ହେବାର ସମ୍ଭାବନା ରହିଛି। ଘରୋଇ କର୍ମରେ ମନୋନିବେଶ କରିବେ। ଶତ୍ରୁମାନେ ବଶତା ସ୍ୱୀକାର କରିବେ ଓ ଋଣମୁକ୍ତ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା ଜାରି ରଖିବେ। ମାନସିକ, ପାରିବାରିକ ଶାନ୍ତି ଓ ମନରେ ଉତ୍ସାହ ଏବଂ ଉଦ୍ଦୀପନା ଭାବ ଜାଗ୍ରତ ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ସଫଳ ହେବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା-ରାମାୟଣ ପାଠ।


ମିଥୁନ : ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାପାମା’ ଓ ଗୁରୁଜନଙ୍କ କୃପାଲାଭ କରିବେ। ସନ୍ତାନସନ୍ତତି ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମକୁ ନେଇ ଗର୍ବ ଅନୁୁଭବ କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ ଓ ପରିବାରରେ ଶାନ୍ତି ବିରାଜମାନ କରିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ। ମହିଳାମାନେ ସନ୍ତାନବତ୍ସଳା ହେବେ। ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୧୨, ଆରାଧନା-ବିଷ୍ଣୁ ସହସ୍ରନାମ ପଠନ।

କର୍କଟ: ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଏବଂ ପରିବାରରେ ଅଶାନ୍ତି ଦେଖାଦେବ। ମନ ଅସ୍ଥିର ରହିବ ଓ ଶାରୀରିକ ପୀଡ଼ା ପାଇପାରନ୍ତି। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରି ଯାଇପାରେ। ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୭, ଆରାଧନା- ଗଣେଶ।

ସିଂହ : ଆଗାମୀ ଦିନରେ କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବା ନିମନ୍ତେ ମାନସିକ ପ୍ରସ୍ତୁତି କରିବେ। ପରିବାର ସଦସ୍ୟଙ୍କ ସାହାଯ୍ୟ ସହଯୋଗ ପାଇବେ ଓ ଭ୍ରାତୃଭଗ୍ନିଙ୍କ ସହ ସମ୍ପର୍କ ନିବିଡ଼ ହେବ। ନୂତନ କର୍ମାରମ୍ଭ କରିବା ପାଇଁ ସମୟ ଓ ଦିନ ଠିକ୍‌ କରିବେ। ନୂତନ ନିଯୁକ୍ତିର ଖବର ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉତ୍ସାହୀ ହେବେ। ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା- ଶ୍ରୀଜଗନ୍ନାଥ।

କନ୍ୟା: ଆର୍ଥିକ ଅବସ୍ଥାରେ ଉନ୍ନତି ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି। ଦେଇଥିବା ଧନ ଫେରିପାଇବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ ଓ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ହେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା: ପୁରୁଷସୂକ୍ତ ପଠନ।

ତୁଳା : ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ମାନସିକ, ପାରିବାରିକ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ। ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ହେବ ଓ ତାଙ୍କର ସାହାଯ୍ୟ ଏବଂ ସହଯୋଗ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପ୍ରଶଂସିତ ହେବେ। ମହିଳାମାନେ ପରିବାରରେ ସମ୍ମାନିତା ହେବେ। ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୮, ଆରାଧନା- ରାମତାରକ ମନ୍ତ୍ର ଜପ।

ବିଛା : ଅପମାନ, ଅପବ୍ୟୟ ଓ ଅପବାଦ ପାଇପାରନ୍ତ। ସମସ୍ତ କର୍ମରେ ଅଯଥା ବିଳମ୍ବ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ। ପରିବାରର ବ୍ୟୟଭାରରେ ଅତିଷ୍ଠ ହେବେ ଓ ସେଥିପାଇଁ ଋଣ କରିବା ନିମନ୍ତେ ବାଧ୍ୟ ହେବେ। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ। ମହିଳାମାନେ ଅସ୍ଥିରମନା ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା- ହନୁମାନ।

ଧନୁ : ଆର୍ଥିକ ଅବସ୍ଥାରେ ଉନ୍ନତି ଓ ଆକସ୍ମିକ ଧନଲାଭର ସମ୍ଭାବନା ରହିଛି। ଆଜି ବାଣିଜ୍ୟ, ବ୍ୟବସାୟ ଓ କର୍ମରେ ସଫଳ ହେବେ। ଉତ୍ତମ ଆୟ କରିବା ପାଇଁ କିଛି ଯୋଜନା କରିବେ। ପରିବାରରେ ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ମନରେ ଉତ୍ସାହ, ଉଦ୍ଦୀପନା ଭାବ ଜାଗ୍ରତ ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ। ମହିଳାମାନେ ସଞ୍ଚୟ କରିବା ପାଇଁ ରୁଚି ରଖିବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା-ତାରା।


ମକର : ଗୃହକର୍ମ ଓ ନିଜର ଦୈନନ୍ଦିନ କର୍ମରେ ଦିନସାରା ବ୍ୟସ୍ତ ରହିବେ। ବାକି ପଡ଼ିଥିବା ସମସ୍ତ ଘରୋଇ କର୍ମକୁ ସମ୍ପାଦନ କରିବାରେ ପରିବାରର ସହଯୋଗ ପାଇବେ। ନୂତନ କର୍ମାରମ୍ଭ କରିବା ପାଇଁ ଯୋଜନା କରିବେ ଓ ନୂତନ ନିଯୁକ୍ତିର ଖବର ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ଙ୍କ ସ୍ୱକର୍ମରେ ଆଗ୍ରହ ଓ ଏକାଗ୍ରତା ଭାବ ଜାଗ୍ରତ ହେବ। ମହିଳାମାନେ ଉଦ୍‌ଯୋଗୀ ହେବେ। ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ଦୁର୍ଗା ସହସ୍ରନାମ ପାଠ।

କୁମ୍ଭ : ବନ୍ଧୁବାନ୍ଧବ, ସ୍ୱଜନ ଓ ପ୍ରିୟଜନଙ୍କ ସହ ସମ୍ପର୍କ ନିବିଡ଼ ହେବ। ବାପାମା’ ଓ ଗୁରୁଜନଙ୍କ କୃପାଲାଭ କରିବେ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆର୍ଥିକ ଉନ୍ନତି, ଭାଗ୍ୟରେ ଉନ୍ନତି ହେବାର ଆଶା ଉଜ୍ଜ୍ୱଳ ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ। ମହିଳାମାନେ ଗୁରୁଜନଙ୍କ ସ୍ନେହ ଓ ଶ୍ରଦ୍ଧାଲାଭ କରିବେ। ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-କାଳିକା ପୁରାଣ ପାଠ।

ମୀନ: ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ମନରେ ବିରକ୍ତିଭାବ ପ୍ରକାଶ ପାଇବ। ପରିବାରରେ ଅଶାନ୍ତି ଓ ସମସ୍ତ କର୍ମରେ ବାଧାବିଘ୍ନ ଏବଂ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ। ମହିଳାମାନେ ଉଦର ଯନ୍ତ୍ରଣା ପାଇବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ଲଳିତା ସହସ୍ରନାମ ପାଠ।

   ସମ୍ବନ୍ଧିତ ଖବର


ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୭/୧୧ ଶୁକ୍ରବାର)

ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୫/ ୧୧ ବୁଧବାର)

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)