ଆଜିର ରାଶିଫଳ (୨୬/୩,ଶୁକ୍ରବାର)

ମେଷ- ଶ୍ରୀଚନ୍ଦ୍ର ସଡ଼ାଘାତ ପ୍ରଭାବ ଥିବାରୁ କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ସାଂସାରିକ ଚଳଚଞ୍ଚଳ ରହିବେ। ରାଜନୀତିରେ ଦୂରସ୍ଥନକୁ ଯାଇପାରନ୍ତି । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌।

ବୃଷ- ଶୁକ୍ଳ ପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ବ୍ୟୟ ବହୁଳତା ରହିବ । ସାଂସାରିକ ଆୟ ବ୍ୟୟ ସମାନ ରହିବ। ମହିଳାମାନେ ନିଜକୁ ହେୟ ମନେ କରିବେ । ବାଣିଜ୍ୟରେ ମାନ୍ଦା ରହିବ । ଶୁଭଅଙ୍କ-୫, ଶୁଭରଙ୍ଗ-ସବୁଜ।

ମିଥୁନ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇ ପାରନ୍ତି । ସାଂସାରିକ ସୁଖ ସମ୍ମାନ ପାଇବେ । ଚାକିରିରେ କତ୍ତୃପକ୍ଷଙ୍କ ସହ ଆସ୍ଥା ଭାଜନ ହେବେ । ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରୀମ୍‌ ।

କର୍କଟ- ଦଶମରେ ଚନ୍ଦ୍ରଙ୍କ ପାରଗମନ ହେତୁ ଅଟକି ରହଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ସାଂସାରିକ ବସ୍ତ୍ରାଦି ଆଭୁଷଣ ପ୍ରାପ୍ତି ହେବ । ଚାକିରିରେ ପ୍ରଶଂସା ପାଇବେ । ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

ସିଂହ- ଶୁକ୍ଳ ପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଯୋଜନା କରି ସଫଳ ହେବେ। ସାଂସାରିକ ସଂସ୍କାର ବୃଦ୍ଧି ପାଇବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ ।

କନ୍ୟା- ଦୁଃସ୍ଥାନରେ ଚନ୍ଦ୍ରଙ୍କ ଚଳନ ହେତୁ ସବୁରୀ କ୍ଷେତ୍ରରେ ଅଶାନ୍ତି ରହିପାରେ। ଉଭୟେ ପ୍ରେମ ଓ ସାଂସାରିକ ଭୁଲ୍‌ ବୁଝାମଣା ରହିବ। ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ରହିବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ।

ତୁଳା- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ପ୍ରସନ୍ନତା ଭିତରେ କଟିବ। ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ। ମହିଳାମାନେ ଆଦର ସମ୍ମାନ ପାଇବେ। ବାଣିଜ୍ୟରେ ସଫଳ ହେବେ। ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା।

ବିଛା- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ କଟିବ। ସାଂସାରିକ ଆର୍ଥିକ ସ୍ୱଚ୍ଛଳତା ରହିବ। ପରିବହନ ଓ ବାଣିଜ୍ୟରେ ଲାଭ ଜନକ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ଧନୁ- ଶୁକ୍ଳ ପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ସଫଳତା ପାଇବେ। ସାଂସାରିକ ସନ୍ତାନ ସନ୍ତତିଙ୍କୁ ନେଇ ଖୁସିରେ ରହିବେ। ବାଣିଜ୍ୟରେ ଲାଭ ଜନକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।

ମକର- କୃଷ୍ଣ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଅସହଯୋଗ ମନେ ହେବ । ସାଂସାରିକ ସମସ୍ୟା ଘେରରେ ରହିବେ। ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

କୁମ୍ଭ- ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ଆଶା ସଫଳ ହେବ। ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ। ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲିଭର ।

ମୀନ- ଶୁକ୍ଳ ପକ୍ଷ ଦ୍ୱିତୀୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ସାଂସାରିକ ସୁଖୀ ରହିବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୭, ଶୁଭ ରଙ୍ଗ-କଫି।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୦୩/୦୪,ଶୁକ୍ରବାର)

ଆଜିର ରାଶିଫଳ (୦୨/୦୪, ଗୁରୁବାର)

ଆଜିର ରାଶିଫଳ (୦୧/୦୪,ବୁଧବାର)

ଆଜିର ରାଶିଫଳ (୩୧/୩, ମଙ୍ଗଳବାର)