ଆଜିର ରାଶିଫଳ (୨୬/୩, ଗୁରୁବାର)

ମଷ- ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ଯଶକୀର୍ତ୍ତି ପାଇବେ । ବାଣିଜ୍ୟରେ ପ୍ରସାର ହେବ। ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା।

ବୃଷ- ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଚିନ୍ତାରେ ରହିବେ। ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବ। ଶୁଭଅଙ୍କ-୮, ଶୁଭ ରଙ୍ଗ-ନୀଳ।

ମିଥୁନ- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବିଭିନ୍ନ ଉପାୟରେ ଅର୍ଥାଗାମ ହେବ। ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।

କର୍କଟ- ଦଶମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କାର୍ଯ୍ୟ ସିଦ୍ଧି ସହ ମାନ ସମ୍ମାନ ବୃଦ୍ଧି ପାଇବ। ଚାକିରିରେ ଦାୟିତ୍ୱବୋଧ ରହିବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭଅଙ୍କ-୩, ଶୁଭରଙ୍ଗ-କ୍ରିମ୍‌ ।

ସିଂହ- ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଶୃଙ୍ଖଳିତ ଭାବରେ କର୍ମ କରି ସୁଫଳ ପାଇବେ। ସାଂସାରିକ ସଂସ୍କାର ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର।

କନ୍ୟା- ଅଷ୍ଟମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ବାଧାବିଘ୍ନ ରହିବ। ସାଂସାରିକ ଚୌରାଦି ଭୟ ଦେଖାଦେଇପାରେ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର।

ତୁଳା-ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ସାଂସାରିକ ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ । ପରିବହନ ଓ ବାଣିଜ୍ୟରେ ଉନ୍ନତି କରିବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା।

ବିଛା- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ସାଂସାରିକ ସହଯୋଗ ମିଳିବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ଧନୁ- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ। ସାଂସାରିକ ସୁଖୀ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ଲାଲ୍‌ ।

ମକର- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ। ସାଂସାରିକ ଭୁଲ୍‌ ବୁଝାମଣା ରହିବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର।

କୁମ୍ଭ-ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟଦକ୍ଷତା ଦ୍ୱାରା ସଫଳତା ପାଇବେ। ମହିଳାମାନେ ସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ।

ମୀନ-ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ଚଳଚଞ୍ଚଳ ରହିବେ। ସାଂସାରିକ ପଡ଼ୋଶୀଙ୍କ ସହଯୋଗ ପାଇବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ୱିତ ହେବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୮/୩ ଶନିବାର)

ଆଜିର ରାଶିଫଳ (୨୬/୩,ଶୁକ୍ରବାର)

ଆଜିର ରାଶିଫଳ (୨୫/୩,ବୁଧବାର)

ଆଜିର ରାଶିଫଳ (୨୩/୩, ମଙ୍ଗଳବାର)