ଆଜିର ରାଶିଫଳ(୨୬/୮ ସୋମବାର)

ମେଷ- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଚତୁରତାର ସହ କାର୍ଯ୍ୟକୁ ହାସଲ କରିବେ । ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ । ମହିଳାମାନେ ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

ବୃଷ- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କେତେକ ସମସ୍ୟାକୁ ନେଇ ବିଚଳିତ ରହିବେ । ଉଭୟେ ପ୍ରେମ ଓ ସାଂସାରିକ ଭୁଲ୍‌ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ମିଥୁନ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଅଟକି ରହିଥିବା କାର୍ଯ୍ୟ ସମାପନ ହେବ । ସାଂସାରିକ ସ୍ନେହ ସୌହାର୍ଦ୍ଦ୍ୟ ଭିତରେ କଟିବ । ଚାକିରିରେ ସହଯୋଗ ମିଳିବ । ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ।

କର୍କଟ- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଚଳଚଞ୍ଚଳ ରହିବେ । ମହିଳାମାନେ କାର୍ଯ୍ୟବ୍ୟସ୍ତ ରହିବେ । ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ଲାଲ୍‌ ।

ସିଂହ-ଏକାଦଶରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କୌଣସି ବଡ଼ ଧରଣର କାର୍ଯ୍ୟକୁ ତୁଲାଇବେ । ସାଂସାରିକ ଉନ୍ନତି କରିବେ । ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ରହିବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।

କନ୍ୟା- ଦଶମ ଭାବରେ ଘାତଚନ୍ଦ୍ର କାରଣରୁ କୌଣସି ବିଶେଷ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ କିଛିଟା ସମସ୍ୟା ରହିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରତିକୂଳ ସ୍ଥିତି ରହିପାରେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

ତୁଳା- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଅନିଶ୍ଚିତତା କାରଣରୁ କାର୍ଯ୍ୟରେ ଅସଫଳ ହେବେ । ସାଂସାରିକ ଉଦାସ ରହିବେ । ପରିବହନ ଓ ବାଣିଜ୍ୟରେ ଆୟ ଓ ବ୍ୟୟ ସମାନ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା ।

ବିଛା-ଅଷ୍ଟମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ଆବଦ୍ଧ ଯୋଗ ମନେ ହେବ । ସାଂସାରିକ ଅଭାବ ଓ ଅସୁବିଧା ରହିପାରେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

ଧନୁ- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତି କାର୍ଯ୍ରରେ ଆଗେଇ ଚାଲିବେ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।

ମକର- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ ତତ୍ପର ପାଇଁ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି । ସାଂସାରିକ ଉତ୍ତମ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।

କୁମ୍ଭ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅବହେଳା ରହିବ । ସାଂସାରିକ ଖର୍ଚ୍ଚାନ୍ତ ଓ ଅଭାବ ଦେଖାଦେବ । ଚାକିରିରେ କର୍ତ୍ତୃପକ୍ଷଙ୍କର ଅସନ୍ତୋଷ ରହିବ । ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ମୀନ- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଆପ୍ରାଣ ଚେଷ୍ଟା କରି କାର୍ଯ୍ୟ ସଫଳ ହେବେ । ସାଂସାରିକ ସୁଖୀ ରହିବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ସୁଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

   ସମ୍ବନ୍ଧିତ ଖବର


ଆଜିର ରାଶିମାନଙ୍କର ଶୁଭାଶୁଭ ଫଳ

ବୁଧବାରର ପଞ୍ଜିକା ରାଶିଫଳ

ଚଳିତ ସପ୍ତାହରେ ଏହି ରାଶିମାନଙ୍କର ଶୁଭଫଳ

ଆଜିର ରାଶିଫଳ- ଏହି ରାଶିର ଶୁଭ ଫଳ

ରାହୁ-କେତୁଙ୍କ ରାଶିଚଳନ ଓ ରାଶିଫଳ

ରବିବାରର ପଞ୍ଜିକା ଓ ରାଶିଫଳ