ଆଜିର ରାଶିଫଳ (୨୬/୧୦, ସୋମବାର)

ମେଷ : ଆପଣ ପାରିବାରିକ କ୍ଷେତ୍ରରେ ଭୁଲ୍ ନିଷ୍ପତ୍ତି ନେଇ ପରେ ଅନୁତାପ କରିବେ। ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮।

ବୃଷ : ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଅତ୍ୟନ୍ତ ଖୁସୀ ହୋଇଯିବେ। ହାତକୁ ନେଇଥିବା ଅସମୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡିପାରେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୧।

ମିଥୁନ : ଆଜିର ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡିଯାଇ ପାରନ୍ତି। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬।

କର୍କଟ : ଚେଷ୍ଟା କରୁଥିବା କାର୍ଯ୍ୟ ସାଧନାରେ ନିଜର ଲୋକମାନଙ୍କ ତରଫରୁ ସହ-ଯୋଗ ପାଇବେ। ହଠାତ୍ କିଛି ଦିନ ସକାଶେ ଅଟକି ରହିଯାଇପାରେ।  ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨।            

ସିଂହ : କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରି ସଫଳତା ହାସଲ କରିପାରିବେ।ଶୁଭ ଅଙ୍କ ନାରଙ୍ଗୀ। ଶୁଭ ଅଙ୍କ ୪ ।

କନ୍ୟା : କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ପରିବାରର ଖର୍ଚ୍ଚଭାର ଯୋଗୁଁ ଚିନ୍ତା ପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨।

ତୁଳା : ଆପଣ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟି ସମ୍ପନ୍ନ କରିପାରିବେ ନିଜ ପାଇଁ ସେତିକି କରିପାରିବେ ନାହିଁ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫।

ବିଛା : କର୍ମବ୍ୟସ୍ତତା ମଧ୍ୟରେ ଦିନସାରା ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍ ବୁଦ୍ଧି ହୋଇପାରନ୍ତି। ଶୁଭ ରଙ୍ଗ ପିଚ୍। ଶୁଭ ଅଙ୍କ ୩ ।

ଧନୁ : ପାରିବାରିକ କଳହ, କଚେରି ମାମଲାରେ ଟେନ୍ସନ ଓ କର୍ମକ୍ଷେତ୍ରରେ ଅସ୍ଥିରତା ମାନସିକ ଅଶାନ୍ତିର କାରଣ ହୋଇପାରେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୯।

ମକର : ଶାରୀରିକ ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ବିଭିନ୍ନ ପ୍ରକାର ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢିବ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪।

କୁମ୍ଭ  : ଆଜି ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୭।

ମୀନ : ଆଜି ପରିବାର କଥାନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।

   ସମ୍ବନ୍ଧିତ ଖବର


ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଚଳିତ ସପ୍ତାହର ରାଶିଫଳ

ଆଜିର ରାଶିଫଳ (୨୯/୧୧,ରବିବାର)

ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୮/୧୧ ଶନିବାର)

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ