PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆଜିର ରାଶିଫଳ (୨୫/୧୨, ଗୁରୁବାର)

ମେଷ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ମନ୍ଥରତା ରହିବ। ସାଂସାରିକ ଅନ୍ୟ ପାଇଁ ସମସ୍ୟାରେ ପଡ଼ିପାରନ୍ତି। ଚାକିରିରେ ଅବହେଳା ରହିବ। ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌।

ବୃଷ- ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ସାଂସାରିକ ଖର୍ଚ୍ଚାନ୍ତ ଓ ଅଭାବ ରହିବ। ଚାକିରିରେ ଅଭିଯୋଗ ଆସିପାରେ। ବାଣିଜ୍ୟରେ ହାନି ହୋଇପାରେ। ଶୁଭଅଙ୍କ-୮, ଶୁଭ ରଙ୍ଗ-କଳା।

ମିଥୁନ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସୁଖ ସମ୍ମାନ ପାଇବେ। ସାଂସାରିକ ଆପୋଷ ବୁଝାମଣା ରହିବ। ମହିଳାମାନେ ପ୍ରସନ୍ନ ରହିବେ। ପରିବହନ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।

କର୍କଟ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ସମାଜରେ ପ୍ରତିଷ୍ଠିତ ହେବେ। ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଉନ୍ନତି କରିବେ । ଶୁଭଅଙ୍କ-୩, ଶୁଭରଙ୍ଗ-କ୍ରିମ୍‌।

ସିଂହ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ୟାକୁ ନେଇ ବିଚଳିତ ରହିବେ। ସାଂସାରିକ ସନ୍ତାନ ସନ୍ତତିମାନେ ଅବାଧ୍ୟ ହେବେ। ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌।

କନ୍ୟା- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ହେତୁ ଦିନଟି ଚଳଚଞ୍ଚଳ ରହିବେ। ସାଂସାରିକ ଅତଥିଙ୍କ ଆଗମନ ହୋଇପାରନ୍ତି। ଚାକିରିରେ ଦୂରଯାତ୍ରା କରିପାରନ୍ତି। ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।

ତୁଳା-ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ନିଜର ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ। ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶୁଭ ଅଙ୍କ-୨ ଶୁଭ ରଙ୍ଗ-ସିଲ୍‌ଭର।

ବିଛା- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଆର୍ଥିକ କଥାକୁ କେନ୍ଦ୍ର କରି ସମସ୍ୟା ସୃଷ୍ଟି ହେବ। ସାଂସାରିକ ଅଶାନ୍ତି ରହିବ। ପରିବହନ ଓ ବାଣିଜ୍ୟରେ ସମସ୍ୟା ରହିବ। ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।

ଧନୁ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ବିଭିନ୍ନ ଉପାରେ ଉପାର୍ଜନ କରିବେ। ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା।

ମକର- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ପରିଶ୍ରମ କରି ସଫଳ ହେବେ। ସାଂସାରିକ ସମସ୍ୟାରୁ ମୁକ୍ତି ପାଇବେ। ପରିବହନ ଓ ବାଣିଜ୍ୟରେ କିଛିଟା ଆୟ ହେବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌।

କୁମ୍ଭ- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ସାଂସାରିକ ସୁଖ ସମୃଦ୍ଧି ପ୍ରାପ୍ତି ହେବ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭଅଙ୍କ-୮, ଶୁଭ ରଙ୍ଗ-କଳା।

ମୀନ- ଦଶମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରର ପରିସର ବୃଦ୍ଧି ପାଇବ। ସାଂସାରିକ ସୁଖୀ ରହିବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।