PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆଜିର ରାଶିଫଳ ( ୨୭/୧୨, ଶୁକ୍ରବାର)

ମେଷ- ଶୁକ୍ଲ ପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ ଶୃଙ୍ଖଳିତ ଧାରାରେ କର୍ମ କରି ସଫଳ ହେବେ । ସାଂସାରିକ ତିର୍ଥାଦି ଭ୍ରମଣର ସୁଯୋଗ ପାଇବେ। ପରିବହନ ଓ ବାଣିଜ୍ୟରେ ଲାଭ ଜନକ ରହିବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି୍‌

ମେଷ – କାର୍ଯ୍ୟରେ ଉନ୍ନତି ଘଟିବ। ଧନକ୍ଷୟ ହେବାର ସୂଚନା ମିଳୁଛି । ଇର୍ଷା ପରାୟଣ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୬।


ବୃଷ – ମନରେ ଉଦ୍‌ବେଗ ଜାତ ହୋଇପାରେ। ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ। ସମାଜ ସେବାକୁ ବ୍ରତଭାବେ ଗ୍ରହଣ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୧।


ମିଥୁନ – ଦୈନଦିନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ। ଦୃଢ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଅଯଥା ଖର୍ଚ୍ଚ କରି ମନସ୍ତାପ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।


କର୍କଟ – କାର୍ଯ୍ୟରେ ପୂର୍ବ ପ୍ରସ୍ତୁତିକୁ ବଦଳାଇ ନୂତନ ପଦକ୍ଷେପ ଗ୍ରହଣ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।

ସିଂହ – ଗୃହକାର୍ଯ୍ୟରେ ଲାଗି ପଡିବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନକୁ ମହାପୁଣ୍ୟ ଭାବେ ବିବେଚନା କରି ଆବଶ୍ୟକ ପଦକ୍ଷେପ ନେବେ। ବ୍ୟକ୍ତିତ୍ୱର ଜ୍ଞାନ-ଗରିମା ପ୍ରକଟିତ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨।

କନ୍ୟା – ଶତ୍ରୁ ଚିନ୍ତାରେ ମନ ବ୍ୟସ୍ତ ରହିପାରେ। ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ । ଆସ୍ତିକ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଥଣ୍ଡା-କଫ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୮।


ତୁଳା – ଭାଇ ସହଯୋଗ ପାଇ ତେଜସ୍ମର ହୋଇ ଉଠିବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଆବଶ୍ୟକତା ଅନୁସାରେ ଅର୍ଥ ନିଅଣ୍ଟ ହେବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୩ ।


ବିଛା – ଯୋଜନା ଅନୁସାରେ କାର୍ଯ୍ୟରେ ଆଗକୁ ବଢିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଖାଦ୍ୟ ପଦାର୍ଥ ସୁଲଭ ଓ ସୁସ୍ୱାଦୁ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧ ବା ମାଲି ମୋକଦ୍ଦମାରେ ବିଜୟୀ ହେବେ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮।


ଧନୁ – ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବ୍ୟୟବୃଦ୍ଧିର ସୂଚନା ମିଳୁଛି। ଥଣ୍ଟା- କଫଜନିତ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ରହିବାକୁ ଇଚ୍ଛା କରିବେ। ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫।


ମକର – ଆର୍ଥିକ ଦୁରବସ୍ଥାରେ ସୁଧାର ଆସିବ । କାର୍ଯ୍ୟ ସିଦ୍ଧି ହେବାର ସୂଚନା ମିଳୁଛି । ଯଶସ୍ୱୀ ହେବେ । ଲୋକପ୍ରିୟତା ବୃଦ୍ଧି ହେବ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷରୁ ଅର୍ଥ ପ୍ରାପ୍ତ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।


କୁମ୍ଭ – ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧିହସ୍ତ ହେବେ । କୁଳଦୀପକ ହୋଇପାରନ୍ତି । ଦୟାଳୁ ସ୍ୱଭାବର ସମ୍ପନ୍ନ ହେତୁ ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।


ମୀନ – ଆୟ ବୃଦ୍ଧିର ସୂଚନା ମିଳୁଛି । ସେବା ପୂଜାରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୩ ।