ଆଜିର ରାଶିଫଳ (୨୯/୧୦, ଗୁରୁବାର)

ମେଷ: ଅଯଥା ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି । ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟର ସମ୍ଭାବନା ଅଧିକ। କର୍ମରେ ଅବହେଳା ଓ କର୍ମପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ବ୍ୟୟଭାର ଅଧିକ ହେତୁ ଋଣ କରିବାକୁ ପଡ଼ିପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ। ମହିଳାମାନେ ଘର କରଣା ଜିନିଷ କ୍ରୟ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା: ମା’ ଚଣ୍ଡୀ।

ବୃଷ: ଆୟର ମାର୍ଗ ଚାରିଆଡ଼ୁ ଖୋଲା ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଆତ୍ମସନ୍ତୋଷ ଲାଭ କରିବେ। ଦରମାରେ କିଛି ବୃଦ୍ଧି ଓ କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ହୋଇପାରେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ। ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା: ମା’ ଗାୟତ୍ରୀ।

ମିଥୁନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମପ୍ରତି ଆଗ୍ରହ, ଶ୍ରଦ୍ଧା ଓ ଆନ୍ତରିକତା ଭାବ ଜାଗ୍ରତ ହେବ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ‌ସ୍ୱକର୍ମରେ ଯତ୍ନ କରିବେ । ମହିଳାମାନେ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ଭଗବାନ ବିଷ୍ଣୁ।

କର୍କଟ: ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। କର୍ମରେ ଆତ୍ମସନ୍ତୋଷ, ସମ୍ମାନ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ ଓ ପଦସ୍ଥ କର୍ମଚାରୀଙ୍କ ଶ୍ରଦ୍ଧା ଭାଜନ ହେବେ।ରାଜନୈତିକ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ।ମହିଳାମାନେ ପରିବାରରେ ସମ୍ମାନିତା ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଭଗବାନ ଶିବ।

ସିଂହ : ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ପରିବାରରେ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି। କର୍ମରେ ବାଧାବିଘ୍ନ ଓ ଅଯଥା ବିଳମ୍ବ ପରିଲକ୍ଷିତ ହେବ। କର୍ମପ୍ରତି ଅନାଗ୍ରହ ଓ ଆଳସ୍ୟତାଭାବ ପ୍ରକାଶପାଇବ। ଯେଉଁ ମାନଙ୍କର ପୂର୍ବ ଫାଲଗୁନୀ ଓ ଉତ୍ତର ଫାଲଗୁନୀ ସିଂହ ସେମାନଙ୍କ ପାଇଁ ଦିନଟି ଅଶୁଭ ।ବିଦ୍ୟାର୍ଥୀ କର୍ମ ପ୍ରତି ବିମୁଖ ହେବେ। ମହିଳାମାନେ ବିବାଦରେ ଫସିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୧, ଆରାଧନା: ମା’ ମାତଙ୍ଗୀ।

କନ୍ୟା: ସ୍ତ୍ରୀ ସୌଖ୍ୟ ଓ ସ୍ତ୍ରୀ ହେତୁକ ଧନ ଲାଭର ସମ୍ଭାବନା ରହିଛି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ମୂଲ୍ୟବାନ ଧାତୁ କିମ୍ବା ବସନଭଷଣ କ୍ରୟ କରିପାରନ୍ତି। କର୍ମରେପ୍ରଶଂସିତ ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ। ପରିବାର ସହିତ କୌଣସି ସ୍ଥାନକୁ ବୁଲିବାକୁୁ ଯାଇପାରନ୍ତି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିର ମନା ହେବେ।ମହିଳାମାନେ ସ୍ୱାମୀ ସେବାରେ ବ୍ରତୀ ହେବେ। ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୮, ଆରାଧନା: ଭଗବାନ ବିଷ୍ଣୁ ।

ତୁଳା: ଘାତବାର ହେତୁ କର୍ମରେ ବିଘ୍ନ ଓ ମନରେ ବିରକ୍ତି ଭାବ ପ୍ରକାଶ ପାଇପାରେ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ। କର୍ମ ସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ କର୍ମରେ ଆଶାତୀତ ସଫଳତା ପାଇବେ । ରୋଗ ଓ ଋଣ ମୁକ୍ତ ହେବେ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ। ବିଦ୍ୟାର୍ଥୀ ଉଚ୍ଚ ମନା ହେବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ। ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା: ମା’ କମଳା।

ବିଛା: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ।କର୍ମରେ ସଫଳତା, ପ୍ରଶଂସା ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। ସନ୍ତାନ ମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମରେ ଗର୍ବ ଅନୁଭବ କରିବେ। ପରିବାରରେ ସୁଖ, ଶାନ୍ତିର ବାତାବରଣ ରହିବ ଓ ବାପା ମା’ଙ୍କ କୃପାଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ। ମହିଳାମାନେ ସନ୍ତାନ ବତ୍ସଳା ହେବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ମା’ ବଗଳାମୁଖୀ।

ଧନୁ: ଘାତଚନ୍ଦ୍ର ହେତୁ ବାଦ ବିବାଦ, ସ୍ୱାସ୍ଥ୍ୟପ୍ରତି ଓ ଦୁର୍ଘଟଣା ପ୍ରତି ସତର୍କ ହେବେ। ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମରେ ଆଳସ୍ୟତା ଓ ବାଧା ଦେଖାଦେବ। ଯାନବାହନରେ କ୍ଷତି, ସ୍ୱଜନରେ ବିବାଦ, ପରିବାରରେ ଅଶାନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜି ଯାଇପାରେ। ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ ରହିବ। ସେମାନେ ମାଲିମକଦ୍ଦମାରେ ପଡ଼ିବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା- ମା’ ତାରା।

ମକର: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ଆତ୍ମସନ୍ତୋଷ ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ। ଭାଇ ଭଉଣୀଙ୍କ ସହାୟତା ପାଇବେ ଓ ତାଙ୍କ ସହ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ କର୍ମରେ ସଫଳତା ପାଇବେ । ମହିଳାମାନେ ସୁଖୀହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ଆର୍ଥିକ ଅବସ୍ଥାରେ ଦ୍ରୁତ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।କର୍ମରେ ସଫଳତା, ଆତ୍ମସନ୍ତୋଷ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ଦରମାରେ କିଛି ବୃଦ୍ଧି ଘଟିପାରେ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ବାଣିଜ୍ୟରେ ଉନ୍ନତି ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ ।ମହିଳାମାନେ ସଞ୍ଚୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ କାଳୀ ।

ମୀନ: ସ୍ୱଜନ, ପ୍ରିୟଜନ ଓ ବନ୍ଧୁ ବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ । ବାଣିଜ୍ୟରେ ଉନ୍ନତି ଓ ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ଆତ୍ମସମ୍ମାନ ବୃଦ୍ଧିପାଇବ । ପରିବାରରେ ସୁଖ, ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ଯଶ ସମ୍ମାନ ବୃଦ୍ଧି ପାଇବ । ବିଦ୍ୟାର୍ଥୀ ପ୍ରଶଂସିତ ହେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା- ମା’ ତାରା ।