PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆଜିର ରାଶିଫଳ (୩୦/୦୫,ରବିବାର)

ମେଷ: ଘାତବାର ଓ ଦଶମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଭାବ ମିଳିବ ନାହିଁ। କର୍ମ ପ୍ରତି ଅଧିକ ଧ୍ୟାନ ରହିବ ଓ ଆଗାମୀ କାଲିର କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ। ସ୍ୱକର୍ମ ଓ ଗୃହକର୍ମକୁ ସୁଚାରୁରୂପେ ତୁଲାଇବେ ଏବଂ ପରିବାରରେ ସୁଖ ଶାନ୍ତିର ପରିବେଶ ରହିବେ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ। ମହିଳାମାନେ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା- ମା’ ଚଣ୍ଡୀ।

ବୃଷ: ମାନ, ସମ୍ମାନ ହାନି, ମାନସିକ ଅସ୍ଥିରତା, ଗୁରୁଜନଙ୍କ ସହ ବିବାଦ ଓ ନିଜର ଅତିପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ହେବ। ସ୍ୱକର୍ମ ଓ ଗୃହକର୍ମରେ ଅବହେଳା ଭାବ ଏବଂ ପରିବାର ମଧ୍ୟରେ ମନୋମାଳିନ୍ୟ ଦେଖାଦେବ। କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ ଏବଂ ଆର୍ଥିକ ସ୍ଥିତି ବିଗିଡିଯିବ। ଯେଉଁମାନଙ୍କର କୃତ୍ତିକା ବୃଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ଅବହେଳା କରିବେ। ମହିଳାମାନେ ଅପମାନ, ଅପଯଶ ପାଇବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- ମା’ ଲକ୍ଷ୍ମୀ ।

ମିଥୁନ: ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ନକାରତ୍ମକ ଚିନ୍ତାଧାରା ପ୍ରକାଶ ପାଇବ। ସ୍ୱକର୍ମ ଓ ଗୃହ କର୍ମ ପ୍ରତି ବିତୃଷ୍ଣା ଭାବ ଜାଗ୍ରତ ହେବ। ଧନକ୍ଷତି, ମାନସିକ ଅସ୍ଥିରତା ଓ ଚାଲିଚଳନ ବ୍ୟବହାର ବିବାଦୀୟ ହେବ । ଯାହାକୁ ଭଲ କଥା କହିଲେ ମନ୍ଦ ହେବ ଓ ଶାରୀରିକ ପୀଡା ଭୋଗିବେ, ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ଦୁର୍ଘଟଣା ପ୍ରତି ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଶାରୀରିକ ପୀଡା ଭୋଗିବେ। ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା-ମା’ ଛିନ୍ନମସ୍ତା।

କର୍କଟ: ଆମୋଦପ୍ରମୋଦ ଓ ମଉଜ, ମଜଲିସ୍‌ ପ୍ରତି ଆଜି ଅଧିକ ସମୟ ଦେବେ। ପରିବାରର ଦାୟିତ୍ୱକୁ ଠିକ୍‌ରେ ତୁଲାଇବେ। ସ୍ୱକର୍ମ ଓ ଗୃହକର୍ମକୁ ସଫଳତାର ସହ ସମ୍ପାଦନ କରିବେ। ପରିବାରରେ ହସଖୁସିର ପରିବେଶ ରହିବ ଓ ଦମ୍ପତ୍ୟ ଜୀବନ ସୁଖମୟ ହେବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଲେଷା କର୍କଟ, ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ମା’ ଭୁବନେଶ୍ୱରୀ।

ସିଂହ : ଘାତଚନ୍ଦ୍ର ହେତୁ, ଶାରୀରିକ ପୀଡା, ଶତ୍ରୁବୃଦ୍ଧି, ଋଣ କରିବାକୁ ପଡିପାରେ। ବାଦବିବାଦ ସ୍ୱାସ୍ଥ୍ୟ ଓ ବାକ୍‌ ସଂଯମତା ରକ୍ଷା କରିବେ। ନିଜସ୍ୱ କର୍ମ ଓ ଗୃହ କର୍ମ ପ୍ରତି ଅବହେଳା ଭାବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ଚାଲିଚଳନ ବ୍ୟବହାର ବିବାଦୀୟ ହେବ। ଯେତେ ଭଲ କଥା କହିଲେ ମଧ୍ୟ ଶତୃବୃଦ୍ଧି ଘଟିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ସିଂହ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ଶିରପୀଡା ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୧୧, ଆରାଧନା- ମା’ ମାତଙ୍ଗୀ।

କନ୍ୟା: ବିଦ୍ୟା, ସନ୍ତାନ, ପିତାମାତା, ଯଶ ସମ୍ମାନ ଓ କର୍ମ, ପଞ୍ଚମ ଚନ୍ଦ୍ର ହେତୁ ଏହି ପାଞ୍ଚଟି କର୍ମରେ ବାଧାବିଘ୍ନ ପହଞ୍ଚିବ ଓ ମନରେ ବିଷାଦଭାବ ଓ ଅସ୍ଥିରତା ପ୍ରକାଶ ପାଇବ। ଇତର ଜନଠାରୁ ଅପମାନ ଓ ବିଦ୍ୟା, ବୁଦ୍ଧି, ଜ୍ଞାନ, ବିବେକର ସୁଫଳ ପରିପ୍ରକାଶ କରିବାରେ ଅସମର୍ଥ ହେବେ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ କନ୍ୟା, ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅନାଗ୍ରହୀ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଚକୋଲେଟ, ଶୁଭସଂଖ୍ୟା-୬, ଆରାଧନା-ଭଗବାନ ବିଷ୍ଣୁ।

ତୁଳା : ଉଚ୍ଚ ପଦବୀ, ଉଚ୍ଚ ସମ୍ମାନ, ଧନଧାନ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ସ୍ୱଜନ ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡୋଶୀଙ୍କ ସହ ସୁସମ୍ପର୍କ ବୃଦ୍ଧି ଓ ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ସ୍ୱକର୍ମ, ଗୃହକର୍ମ, ସଫଳତା, ସ୍ୱାସ୍ଥ୍ୟ ଉତ୍ତମ ଓ ମନରେ ଉନ୍ନତ ଚିନ୍ତାଧାରା ପ୍ରକାଶ ପାଇବ। ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ଅଧିକ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ। ମହିଳାମାନେ ଆଭୂଷଣ ପ୍ରିୟା ହେବେ। ଶୁଭରଙ୍ଗ-ସିଲଭର, ଶୁଭସଂଖ୍ୟା-୧୨, ଆରାଧନା-ମା’ ସମଲେଶ୍ୱରୀ।

ବିଛା : ସୁଖ, ସମ୍ପଦ, ସ୍ୱାସ୍ଥ୍ୟ, ମାନସିକ, ପାରିବାରିକ ଶାନ୍ତି- ଆଜି ଏସବୁ ପ୍ରାପ୍ତ ହେବ। ସ୍ୱକର୍ମ ଓ ଗୃହକର୍ମ ପ୍ରତି ଅତ୍ୟଧିକ ଏକାଗ୍ରତା ଓ ଆନ୍ତରିକା ଭାବ ପ୍ରକାଶ ପାଇବ। ନୂତନ କର୍ମାରମ୍ଭର ଯୋଜନା କରିବେ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମାର ପରିପ୍ରକାଶ ପାଇବ । ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତି ସ୍ନେହ ଭାବ ଓ ଭାଇଭଉଣୀଙ୍କ ପ୍ରତି ସହାନୁଭୂତି ଭାବ ଜାଗ୍ରତ ହେବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ। ମହିଳାମାନେ ସୁଖୀ ହେବ। ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ସ୍କନ୍ଦ ।

ଧନୁ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ଧନକୁ ନେଇ ବିବାଦ, ଧନକ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରିଯାଇପାରେ। ସ୍ୱକର୍ମ ଓ ଗୃହ କର୍ମ ପ୍ରତି ଆଳସ୍ୟତା ଭାବ, ପରିବାରରେ ବିବାଦ ଓ ଶାରୀରିକ ପୀଡା ଭୋଗିବେ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢା ଧନୁ ସେମାନେ ସତର୍କ ହେବ । ବିଦ୍ୟାର୍ଥୀ, କ୍ରୀଡାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୨, ଆରାଧନା-ମା’ ଧୂମାବତୀ।

ମକର: ସ୍ୱଜନ, ପ୍ରିୟଜନ, ବନ୍ଧୁ, ସହକର୍ମୀ ଓ ପଡୋଶୀଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା ହେବ । ସ୍ୱକର୍ମ ଓ ଗୃହକର୍ମ ପ୍ରତି ବିଶେଷ ଆଗ୍ରହ ରହିବ ନାହିଁ। ଆମୋଦପ୍ରମୋଦ ଓ ମଉଜ ମଜଲିସ ପ୍ରତି ଅତ୍ୟଧିକ ଆଗ୍ରହ ଏବଂ ପରିବାର ସହିତ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ। ଯେଉଁମାନଙ୍କର ଶ୍ରବଣା ଓ ଧନିଷ୍ଠା ମକର ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଆମୋଦପ୍ରମୋଦରେ ମନ ଦେବେ। ମହିଳାମାନେ ସୌଭାଗ୍ୟବତୀ ହେବେ। ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ବିମଳା।

କୁମ୍ଭ: ଧାର୍ମିକ କାର୍ଯ୍ୟ ପ୍ରତି ଅଧିକ ଆଗ୍ରହ ରହିବେ ଓ କଞ୍ଜୁସୀ ସ୍ୱଭାବର ହେବେ। ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିବେ । ସ୍ୱକର୍ମ, ଗୃହକର୍ମ, ସମସ୍ତ ବାକି ପଡିଥିବା କର୍ମକୁ ଆଦି ସଫଳତାର ସହ ତୁଲାଇବେ । ଉନ୍ନତିମୂଳକ କର୍ମରେ ଧନ ଖର୍ଚ୍ଚ କରିବେ ଓ ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଚିନ୍ତା କରିବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନବାନ ହେବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ ଭୈରବୀ।

ମୀନ: ନୂତନ ବ୍ୟବସାୟ ଓ ବ୍ୟବସାୟର ଶାଖା ବଢାଇବା ପାଇଁ ଯୋଜନା କରିବେ। ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଯତ୍ନବାନ ହେବେ। ନୂତନ ଗୃହ ନିର୍ମାଣ କିମ୍ବା ଭୂମିକ୍ରୟର ଚିନ୍ତା କରିବେ। କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ଅନ୍ୟକୁ ନେଇଥିବା ଧନ ଫେରିପାଇବେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦଯୋଗୀ କରିବେ । ମହିଳାମାନେ ସଞ୍ଚୟ କରିବରେ ରୁଚି ରଖିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ।