ଆଜିର ରାଶିଫଳ (୩୦/୮,ଶନିବାର)

ମେଷ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଆବଦ୍ଧ ଯୋଗ ରହିଛି । ସାଂସାରିକ ସମସ୍ୟା ରହିବ । ଚାକିରିରେ କାର୍ଯ୍ୟଭାର ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ବୃଷ- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତି କାର୍ଯ୍ୟରେ ଆଗେଇ ଚାଲିବେ । ସାଂସାରିକ ସୁଖୀ ରହିବେ । ମହିଳାମାନେ ଗୃହ କାର୍ଯ୍ୟରେ ମନ ରହିବ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ମିଥୁନ- ତୃତୀୟରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଚତୁରତାର ସହ କାର୍ଯ୍ୟ ହାସଲ କରିବେ । ସାଂସାରିକ ଭ୍ରାତୃଭଗ୍ନୀଙ୍କର ସହଯୋଗ ପାଇବେ । ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

କର୍କଟ- କୃଷ୍ଣପକ୍ଷ ଦ୍ୱିତୀୟରେ ଘାତଚନ୍ଦ୍ର କାରଣରୁ କେତେକ କାର୍ଯ୍ୟକୁ ନେଇ ଉତ୍ତେଜନା ରହିବ । ସାଂସାରିକ ଅର୍ଥ ଚିନ୍ତା ପ୍ରଭାବିତ କରିବ । ମହିଳାମାନେ ହତୋତ୍ସାହ ରହିବେ । ବାଣିଜ୍ୟରେ ପ୍ରତିକୂଳ ରହିବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

ସିଂହ-ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ସୁନାମ ପାଇବେ । ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ । ବାଣିଜ୍ୟରେ ପ୍ରସାର ହେବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।

କନ୍ୟା- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତି କାର୍ଯ୍ୟକୁ କଠିନ ପରିଶ୍ରମ କରି ସଫଳ ହେବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଲାଭ ମିଳିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ତୁଳା- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ ।

ବିଛା-ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସହଯୋଗ ପାଇବେ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।

ଧନୁ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅବହେଳା ରହିବ । ସାଂସାରିକ ଧର୍ମାଦି କାର୍ଯ୍ୟରେ ବ୍ୟୟ କରି ଅଭାବରେ ରହିବେ । ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।

ମକର- ଅଷ୍ଟମରେ ଘାତଚନ୍ଦ୍ର କାରଣରୁ କର୍ମ କ୍ଷେତ୍ରରେ ବିଷମତା ରହିବ । ସାଂସାରିକ ହତୋତ୍ସାହ ରହିବେ । ରାଜନୀତିରେ ଶତ୍ରୁମାନେ ପ୍ରଭାବିତ କରିବେ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।

କୁମ୍ଭ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ ଦୁଃସାହସିକ ଭିତ୍ତିରେ କର୍ମ ତୁଲାଇବେ । ସାଂସାରିକ ଦୃଢ଼ମନା ରହିବେ । ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

ମୀନ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ଚାକିରିରେ ନିଷ୍ଠାପର ରହିବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୩୧/୧୦ ଶନିବାର)

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୩୦/୧୦ ଶୁକ୍ରବାର)

ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୯/୧୦, ଗୁରୁବାର)

ଗୁରୁବାର ରାଶିଫଳ