ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଆଜିର ରାଶିଫଳ (୩୧/୦୫,ସୋମବାର)

ମେଷ: ଘାତବାର ଓ ଦଶମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଭାବ ମିଳିବ ନାହିଁ । କର୍ମ ପ୍ରତି ଅଧିକ ଧ୍ୟାନ ରହିବ ଓ ଆଗାମୀ କାଲିର କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ। ସ୍ୱକର୍ମ ଓ ଗୃହକର୍ମକୁ ସୁଚାରୁରୂପେ ତୁଲାଇବେ ଏବଂ ପରିବାରରେ ସୁଖ ଶାନ୍ତିର ପରିବେଶ ରହିବେ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ। ମହିଳାମାନେ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା- ମା’ ଚଣ୍ଡୀ।

ବୃଷ: ମାନ, ସମ୍ମାନ ହାନି, ମାନସିକ ଅସ୍ଥିରତା, ଗୁରୁଜନଙ୍କ ସହ ବିବାଦ ଓ ନିଜର ଅତିପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ହେବ। ସ୍ୱକର୍ମ ଓ ଗୃହକର୍ମରେ ଅବହେଳା ଭାବ ଏବଂ ପରିବାର ମଧ୍ୟରେ ମନୋମାଳିନ୍ୟ ଦେଖାଦେବ। କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ ଏବଂ ଆର୍ଥିକ ସ୍ଥିତି ବିଗିଡିଯିବ। ଯେଉଁମାନଙ୍କର କୃତ୍ତିକା ବୃଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ଅବହେଳା କରିବେ। ମହିଳାମାନେ ଅପମାନ, ଅପଯଶ ପାଇବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- ମା’ ଲକ୍ଷ୍ମୀ।

ମିଥୁନ: ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ନକାରତ୍ମକ ଚିନ୍ତାଧାରା ପ୍ରକାଶ ପାଇବ। ସ୍ୱକର୍ମ ଓ ଗୃହ କର୍ମ ପ୍ରତି ବିତୃଷ୍ଣା ଭାବ ଜାଗ୍ରତ ହେବ। ଧନକ୍ଷତି, ମାନସିକ ଅସ୍ଥିରତା ଓ ଚାଲିଚଳନ ବ୍ୟବହାର ବିବାଦୀୟ ହେବ। ଯାହାକୁ ଭଲ କଥା କହିଲେ ମନ୍ଦ ହେବ ଓ ଶାରୀରିକ ପୀଡା ଭୋଗିବେ, ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ଦୁର୍ଘଟଣା ପ୍ରତି ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡାବିତ୍‌ କର୍ମ ପ୍ରତି ବିମୁଖ ହେବେ। ମହିଳାମାନେ ଶାରୀରିକ ପୀଡା ଭୋଗିବେ। ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା-ମା’ ଛିନ୍ନମସ୍ତା।

କର୍କଟ: ଆମୋଦପ୍ରମୋଦ ଓ ମଉଜ, ମଜଲିସ୍‌ ପ୍ରତି ଆଜି ଅଧିକ ସମୟ ଦେବେ। ପରିବାରର ଦାୟିତ୍ୱକୁ ଠିକ୍‌ରେ ତୁଲାଇବେ। ସ୍ୱକର୍ମ ଓ ଗୃହକର୍ମକୁ ସଫଳତାର ସହ ସମ୍ପାଦନ କରିବେ। ପରିବାରରେ ହସଖୁସିର ପରିବେଶ ରହିବ ଓ ଦମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଲେଷା କର୍କଟ, ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ମା’ ଭୁବନେଶ୍ୱରୀ।

ସିଂହ : ଘାତଚନ୍ଦ୍ର ହେତୁ, ଶାରୀରିକ ପୀଡା, ଶତ୍ରୁବୃଦ୍ଧି, ଋଣ କରିବାକୁ ପଡିପାରେ । ବାଦବିବାଦ ସ୍ୱାସ୍ଥ୍ୟ ଓ ବାକ୍‌ ସଂଯମତା ରକ୍ଷା କରିବେ । ନିଜସ୍ୱ କର୍ମ ଓ ଗୃହ କର୍ମ ପ୍ରତି ଅବହେଳା ଭାବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଚାଲିଚଳନ ବ୍ୟବହାର ବିବାଦୀୟ ହେବ। ଯେତେ ଭଲ କଥା କହିଲେ ମଧ୍ୟ ଶତୃବୃଦ୍ଧି ଘଟିବ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ସିଂହ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ଶିରପୀଡା ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୧୧, ଆରାଧନା- ମା’ ମାତଙ୍ଗୀ।

କନ୍ୟା: ବିଦ୍ୟା, ସନ୍ତାନ, ପିତାମାତା, ଯଶ ସମ୍ମାନ ଓ କର୍ମ, ପଞ୍ଚମ ଚନ୍ଦ୍ର ହେତୁ ଏହି ପାଞ୍ଚଟି କର୍ମରେ ବାଧାବିଘ୍ନ ପହଞ୍ଚିବ ଓ ମନରେ ବିଷାଦଭାବ ଓ ଅସ୍ଥିରତା ପ୍ରକାଶ ପାଇବ। ଇତର ଜନଠାରୁ ଅପମାନ ଓ ବିଦ୍ୟା, ବୁଦ୍ଧି, ଜ୍ଞାନ, ବିବେକର ସୁଫଳ ପରିପ୍ରକାଶ କରିବାରେ ଅସମର୍ଥ ହେବେ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ କନ୍ୟା, ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅନାଗ୍ରହୀ ହେବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଚକୋଲେଟ, ଶୁଭସଂଖ୍ୟା-୬, ଆରାଧନା-ଭଗବାନ ବିଷ୍ଣୁ।

ତୁଳା : ଉଚ୍ଚ ପଦବୀ, ଉଚ୍ଚ ସମ୍ମାନ, ଧନଧାନ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ସ୍ୱଜନ ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡୋଶୀଙ୍କ ସହ ସୁସମ୍ପର୍କ ବୃଦ୍ଧି ଓ ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ସ୍ୱକର୍ମ, ଗୃହକର୍ମ, ସଫଳତା, ସ୍ୱାସ୍ଥ୍ୟ ଉତ୍ତମ ଓ ମନରେ ଉନ୍ନତ ଚିନ୍ତାଧାରା ପ୍ରକାଶ ପାଇବ। ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ଅଧିକ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ । ମହିଳାମାନେ ଆଭୂଷଣ ପ୍ରିୟା ହେବେ। ଶୁଭରଙ୍ଗ-ସିଲଭର, ଶୁଭସଂଖ୍ୟା-୧୨, ଆରାଧନା-ମା’ ସମଲେଶ୍ୱରୀ।

ବିଛା : ସୁଖ, ସମ୍ପଦ, ସ୍ୱାସ୍ଥ୍ୟ, ମାନସିକ, ପାରିବାରିକ ଶାନ୍ତି- ଆଜି ଏସବୁ ପ୍ରାପ୍ତ ହେବ। ସ୍ୱକର୍ମ ଓ ଗୃହକର୍ମ ପ୍ରତି ଅତ୍ୟଧିକ ଏକାଗ୍ରତା ଓ ଆନ୍ତରିକା ଭାବ ପ୍ରକାଶ ପାଇବ। ନୂତନ କର୍ମାରମ୍ଭର ଯୋଜନା କରିବେ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମାର ପରିପ୍ରକାଶ ପାଇବ। ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତି ସ୍ନେହ ଭାବ ଓ ଭାଇଭଉଣୀଙ୍କ ପ୍ରତି ସହାନୁଭୂତି ଭାବ ଜାଗ୍ରତ ହେବ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ସୁଖୀ ହେବ। ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ସ୍କନ୍ଦ।

ଧନୁ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ଧନକୁ ନେଇ ବିବାଦ, ଧନକ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରିଯାଇପାରେ। ସ୍ୱକର୍ମ ଓ ଗୃହ କର୍ମ ପ୍ରତି ଆଳସ୍ୟତା ଭାବ, ପରିବାରରେ ବିବାଦ ଓ ଶାରୀରିକ ପୀଡା ଭୋଗିବେ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢା ଧନୁ ସେମାନେ ସତର୍କ ହେବ । ବିଦ୍ୟାର୍ଥୀ, କ୍ରୀଡାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୨, ଆରାଧନା-ମା’ ଧୂମାବତୀ।

ମକର: ସ୍ୱଜନ, ପ୍ରିୟଜନ, ବନ୍ଧୁ, ସହକର୍ମୀ ଓ ପଡୋଶୀଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା ହେବ । ସ୍ୱକର୍ମ ଓ ଗୃହକର୍ମ ପ୍ରତି ବିଶେଷ ଆଗ୍ରହ ରହିବ ନାହିଁ। ଆମୋଦ ପ୍ରମୋଦ ଓ ମଉଜ ମଜଲିସ ପ୍ରତି ଅତ୍ୟଧିକ ଆଗ୍ରହ ଏବଂ ପରିବାର ସହିତ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ। ଯେଉଁମାନଙ୍କର ଶ୍ରବଣା ଓ ଧନିଷ୍ଠା ମକର ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଆମୋଦପ୍ରମୋଦରେ ମନ ଦେବେ। ମହିଳାମାନେ ସୌଭାଗ୍ୟବତୀ ହେବେ। ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ବିମଳା।

କୁମ୍ଭ: ଧାର୍ମିକ କାର୍ଯ୍ୟ ପ୍ରତି ଅଧିକ ଆଗ୍ରହ ରହିବେ ଓ କଞ୍ଜୁସୀ ସ୍ୱଭାବର ହେବେ। ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିବେ। ସ୍ୱକର୍ମ, ଗୃହକର୍ମ, ସମସ୍ତ ବାକି ପଡିଥିବା କର୍ମକୁ ଆଦି ସଫଳତାର ସହ ତୁଲାଇବେ। ଉନ୍ନତିମୂଳକ କର୍ମରେ ଧନ ଖର୍ଚ୍ଚ କରିବେ ଓ ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଚିନ୍ତା କରିବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନବାନ ହେବେ। ମହିଳାମାନେ ମିତବ୍ୟୟୀ ହେବେ। ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ ଭୈରବୀ।

ମୀନ: ନୂତନ ବ୍ୟବସାୟ ଓ ବ୍ୟବସାୟର ଶାଖା ବଢାଇବା ପାଇଁ ଯୋଜନା କରିବେ। ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଯତ୍ନବାନ ହେବେ । ନୂତନ ଗୃହ ନିର୍ମାଣ କିମ୍ବା ଭୂମିକ୍ରୟର ଚିନ୍ତା କରିବେ। କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ଅନ୍ୟକୁ ନେଇଥିବା ଧନ ଫେରିପାଇବେ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦଯୋଗୀ କରିବେ। ମହିଳାମାନେ ସଞ୍ଚୟ କରିବରେ ରୁଚି ରଖିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.