ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଅଦ୍ୟ ତା.୧୮.୧୦.୨୦୨୦ରିଖ, ତୁଳା ୨ ଦିନ, ଆଶ୍ୱିନ ଶୁକ୍ଳପକ୍ଷ ଦ୍ୱିତୀୟା, ରବିବାର । ଦ୍ୱିତୀୟା-ସନ୍ଧ୍ୟା ୫ଟା ୩୧ ମିନିଟ୍‌ସ୍ୱାତୀ-ଦିବା ୮ଟା ୫୪ ମିନିଟ୍‌ ।ତୁଳାଚନ୍ଦ୍ର-ରାତ୍ରି ୧୨ଟା ୪୯ ମିନିଟ୍‌ । ସୂର୍ଯ୍ୟୋଦୟ : ୫ଟା ୪୩ ମିନିଟ୍‌ ୩୬ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୧୯ ମିନିଟ୍‌ ୩୦ ସେକେଣ୍ଡ ।ମୃତେ ଦ୍ୱିପାଦ, ଦିବା ୮ଟା ୫୪ ମିନିଟ୍‌ଗତେତ୍ରିପାଦ, ସନ୍ଧ୍ୟା ୫ଟା ୩୧ ମିନିଟ୍‌ଗତେ ଦ୍ୱିପାଦ ପୁଷ୍କରଦୋଷ । ଅଦ୍ୟ ଦ୍ୱିତୀୟାରଚନ୍ଦ୍ର ଦର୍ଶନ ଓ ପୂଜାକଲେମାସ ଯାକ ଅର୍ଥ କଷ୍ଟ ରହିବ ନାହିଁ ।କଖାରୁଖାଇବାମନା, ଖାଇଲେ ଅର୍ଥ କଷ୍ଟ ।

ରବିବାର ରାଶିଫଳ

ମେଷ: ଘାତବାର ଓ ସପ୍ତମ ଚନ୍ଦ୍ର ହେତୁ ସମସ୍ତ କର୍ମରେ କିଛିବି ଘ୍ନଘଟି ପାରେ ।ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକହେବ ।କର୍ମ ସ୍ଥାନରେ ଅଶାନ୍ତି ଓ ସମସ୍ତ କର୍ମରେ ବିଳମ୍ବ ପରିଲକ୍ଷି ତହେବ । ଅଶ୍ୱିନୀ ମେଷରାଶିର ବାଦବିବାଦ, ଦୁର୍ଘଟଣା ଘଟିପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।ମହିଳାମାନେ ଅସ୍ଥିରମନା ହେବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ମା’ ଚଣ୍ଡୀ ।

ବୃଷ: ପୁରାତନ ରୋଗରୁ କେତେକାଂଶରେ ମୁକ୍ତ ହେବେ ।ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।ଋଣମୁକ୍ତ ହେବାର ସମ୍ଭାବନା ରହିଛି ।ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ।ଦେହ, ମନ ସୁସ୍ଥ ରହିବ ଓ ପରିବାରରେ ଶାନ୍ତି ବିରାଜମାନ କରିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ଓ ପ୍ରଶଂସା ପାଇବେ ।ମହିଳା ମାନେ ଧାର୍ମିକ କାର୍ଯ୍ୟରେ ରୁଚିରଖିବେ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା: ପ୍ରଭୁଶ୍ରୀରାମ ।

ମିଥୁନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।ମାନସିକ, ପାରିବାରିକ ଶାନ୍ତି ଓ ସ୍ୱାସ୍ଥ୍ୟଉତ୍ତମ ରହିବ ।ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।ସନ୍ତାନ ମାନେ ଆଜ୍ଞାଧୀନ ହେବେ ଓ ବାପାମା’ ଗୁରୁଜନଙ୍କ କୃପା ଲାଭ କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ ।ମହିଳା ମାନେ ସନ୍ତାନ ବତ୍ସଳା ହେବେ ।ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ଷୋଡ଼ଶୀ ।

କର୍କଟ: ବାଣିଜ୍ୟ, ବ୍ୟବସାୟରେ କ୍ଷତି, ପରିବହନ ଓ ଶିଳ୍ପରେ ଆୟମଧ୍ୟମ ହେବ ।ମାନସିକ ଅସ୍ଥିରତା, ମାଲିମକଦ୍ଦମା ଓ ପରିବାରରେବିବାଦ ଦେଖାଦେବ ଯେଉଁମାନଙ୍କର ପୁନର୍ବସୁକର୍କଟ ସେମାନଙ୍କର ବିଶେଷ କ୍ଷତିହେବ ।ବନ୍ଧୁବାନ୍ଧବ, ସ୍ୱଜନ, ପ୍ରିୟଜନଙ୍କ ସହ ବିବାଦ ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବାହଜିଯାଇ ପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ମା’ ତାରିଣୀ ।

ସିଂହ : ନିଜସ୍ୱକର୍ମ ଓ ପାରିବାରିକକର୍ମକୁ ଆଜି ଶେଷ କରିବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।ପରିବାର ସଦସ୍ୟଙ୍କ ସହଯୋଗ ଓ ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ ।ପରିବାର ସଦସ୍ୟଙ୍କ ସହିତ କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ପରିଶ୍ରମ କରିବେ ।ମହିଳା ମାନେ ଆତ୍ମସନ୍ତୋଷ ଲାଭକରିବେ ।ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୧୧, ଆରାଧନା: ମା’ ଗାୟତ୍ରୀ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷସୂତ୍ରରୁ ଧନପ୍ରାପ୍ତି ହୋଇପାରେ । ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବାର ସମ୍ଭାବନା ରହିଛି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ଆଳସ୍ୟତା କରିବେ ।ମହିଳାମାନେ ପରିବାରର ଆର୍ଥିକ କାରବାର ସଜାଡ଼ିବେ ।ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୮, ଆରାଧନା: ମା’ ବିମଳା ।

ତୁଳା: ମନରେ ପ୍ରସନ୍ନତା, ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ । ସ୍ୱଜନ, ପ୍ରିୟଜନ, ସହକର୍ମୀ ଓ ବନ୍ଧୁବାନ୍ଧବ ସହାୟତାର ହାତ ବଢ଼ାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ ।ମହିଳା ମାନେ ପରିବାର ସହିତ ହସଖୁସିରେ ଦିନଟି କଟାଇବେ ।ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା-ମା’ କମଳା ।

ବିଛା: ଦ୍ୱାଦଶ ଚନ୍ଦ୍ରହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକରହିବ । ନିଜସ୍ୱ କର୍ମ, ପାରିବାରିକ କର୍ମପ୍ରତି ଅନାଗ୍ରହଭାବ ଜାଗ୍ରତ ହେବ ।ପରିବାରର ବ୍ୟୟଭାର ଅଧିକ ରହିବ ଓ ସେଥିପାଇଁ ଋଣ କରିବାକୁ ବାଧ୍ୟ ହେବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ ।ମହିଳାମାନେ ଅବସାଦ ଗ୍ରସ୍ତ ହେବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ପ୍ରଭୁହନୁମାନ ।

ଧନୁ:ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟମ ଧ୍ୟମହେବ ।କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ବାଣିଜ୍ୟ ସମ୍ପ୍ରସାରଣ କରିବା ପାଇଁ ଚିନ୍ତାକରିବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ ।ପରିବାରରେ ଶାନ୍ତି ଓ ଦେହ ମନ ସୁସ୍ଥରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦ୍‌ଯୋଗ କରିବେ ।ମହିଳାମାନେ ସଞ୍ଚୟ କରିବାରେ ଆଗ୍ରହ କରିବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ମା’ ତାରା ।

ମକର: ନିଜସ୍ୱକର୍ମ ଓ ଗୃହକର୍ମରେ ବ୍ୟସ୍ତରହିବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭରଯୋଜନା ପ୍ରସ୍ତୁତ କରିବେ ।ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ପରିବାର ଗହଣରେ ଦିନଟି ଆନନ୍ଦରେ ଅତିବାହିତ କରିବେ ।ବିଦ୍ୟାର୍ଥୀ କର୍ମରେ ଯତ୍ନ କରିବେ ।ମହିଳାମାନଙ୍କ ରକାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ।ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ କାଳୀ ।

କୁମ୍ଭ: ଆର୍ଥିକ ଅବସ୍ଥାରେ ଓ ଭାଗ୍ୟରେ ଉନ୍ନତି ଘଟିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ।ସାମାଜିକ ପ୍ରତିଷ୍ଠା ଓ ରାଜନୈତିକ ପରାକାଷ୍ଠା ବୃଦ୍ଧି ପାଇବ ।କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ଓ ଗୁରୁଜନଙ୍କ କୃପାଲାଭ କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ଉଚ୍ଚମନା ହେବେ ।ମହିଳାମାନେ ଗୁୁରୁଜନଙ୍କ ସେବାରେ ବ୍ରତୀହେବେ ।ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।

ମୀନ:ଅଷ୍ଟମଚନ୍ଦ୍ର ହେତୁ ମାନସିକ ଅସ୍ଥିରତା ଓ ଶାରୀରିକ ପୀଡ଼ା ଭୋଗିବେ ।ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । ନିଜର କର୍ମପ୍ରତି ଅବହେଳା କରିବେ ।ବାଦବିବାଦ ଠାରୁ ଦୂରେଇ ରହିବେ । ନଚେତ୍‌ ବିପଦରେ ପଡ଼ିପାରନ୍ତି ।ଯେଉଁମାନଙ୍କର ପୂର୍ବଭାଦ୍ରମୀନ, ସେମାନେ ସତର୍କ ରହିବେ ।ବିଦ୍ୟାର୍ଥୀ କର୍ମ ପ୍ରତିବି ମୁଖହେବେ ।ମହିଳାମାନେ ବଦହଜମିଜନିତ ରୋଗରେ ପଡ଼ିପାରନ୍ତି ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ ତାରା ।

ବିଶେଷସୂଚନା
ସମସ୍ତ ରାଶିର ବ୍ୟକ୍ତିମା ନେ ଦିନଟି ଶୁଭହେବା ପାଇଁ ଉକ୍ତମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟଶ୍ରୀସୂର୍ଯ୍ୟମହାମନ୍ତ୍ରସ୍ୟ,
ଅଗସ୍ତ୍ୟୋଭଗବାନ ଋଷିଃ ଅନୁଷ୍ଟୁପ୍‌ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତିରବିମହାଗ୍ରହଦେବତା
ସୁପ୍ରୀତୟେ ମନ୍ତ୍ର ଜପେବିନିଯୋଗଃ । (୧ ଥର)
ମନ୍ତ୍ର : ଓଁଘୃଣିସୂର୍ଯ୍ୟାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଶ୍ରୀର୍ମଜଲାତପ୍ରଭବତି
ପ୍ରାଗଳଭ୍ୟାତ୍‌ସମ୍ପ୍ରବଧତେ ।
ଦାକ୍ଷ୍ୟାରକୁରୁତେମୂଳଂ
ସଂଯମାତପ୍ରତିତିଷ୍ଠତି ।ା
ଭାବାର୍ଥ: ଭଲ କର୍ମ ଓ ମନ୍ଦ କର୍ମଉଭୟକର୍ମରେ ଧନ ଓ ଐଶ୍ୱର୍ଯ୍ୟପ୍ରାପ୍ତିହୋଇଥାଏ । ମନ୍ଦ କର୍ମକରିପ୍ରାପ୍ତ କରିଥିବା ଧନ ବେଶି ଦିନ ରହେ ନାହିଁ ।କିନ୍ତୁଉଚିତକର୍ମକରିପ୍ରାପ୍ତ ହୋଇଥିବା ଧନକୁଚତୁରତାରସହିତଉପଯୋଗକଲେଏହାବୃଦ୍ଧିହୁଏ ଓ ଏହାଚିରସ୍ଥାୟୀହୁଏ ।
ଜ୍ୟୋତିର୍ବିଦ୍‌ – କୈଳାସ ଦାଶ

   ସମ୍ବନ୍ଧିତ ଖବର


ଚଳିତ ସପ୍ତାହର ରାଶିଫଳ-ଆକସ୍ମିକ ଧନଲାଭ ଓ ଆୟର ପନ୍ଥା ସୁଗମ ହେବ ଏହି ରାଶିର

ଆଜିର ରାଶିଫଳ (୨୫/୧୦,ରବିବାର)

ରବିବାର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୪/୧୦ ଶନିବାର)

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୩/୧୦ ଶୁକ୍ରବାର)