ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ


ଅଦ୍ୟ ତା.୧୯.୧୦.୨୦୨୦ରିଖ, ତୁଳା ୩ ଦିନ, ଆଶ୍ୱିନ ଶୁକ୍ଳପକ୍ଷ ତୃତୀୟା, ସୋମବାର । ତୃତୀୟା-ଦିବା ୨ଟା ୧୧ ମିନିଟ୍‌ ବିଶାଖା-ସକାଳ ୬ଟା ୧୧ ମିନିଟ୍‌ । ବିଛା ଚନ୍ଦ୍ର-୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ : ୫ଟା ୪୩ ମିନିଟ୍‌ ୫୮ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୧୮ ମିନିଟ୍‌ ୪୯ ସେକେଣ୍ଡ । ଅଦ୍ୟ ପୁଷ୍କର ଦୋଷ ନାସ୍ତି । ପୋଟଳ ଖାଇବା ମନା ଖାଇଲେ ଶତ୍ରୁବୃଦ୍ଧି ।

ସୋମବାର ରାଶିଫଳ

ମେଷ: ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା ଓ ମନରେ ବିରକ୍ତିଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ଅଶାନ୍ତି ଓ ସହକର୍ମୀଙ୍କ ସହ ବିବାଦ ହେବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ଦ୍ୱିଜା, ମେଷ ଆଜି ସେମାନଙ୍କର ଦୁର୍ଘଟଣା କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା: ମା’ ବଗଳାମୁଖୀ ।

ବୃଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି, ପ୍ରଶଂସିତ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସ୍ତ୍ରୀ ସୌଖ୍ୟ ଓ ସ୍ତ୍ରୀ ହେତୁକ ଧନଲାଭର ସମ୍ଭାବନା ରହିଛି । ମୂଲ୍ୟବାନ ଧାତୁ କିମ୍ବା ବସନ ଭୂଷଣ କ୍ରୟ କରିପାରନ୍ତି । ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଖବର ଆସିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଅଳଙ୍କାର ଓ ଆଭୂଷଣ ପ୍ରତି ଆକର୍ଷିତ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା: ମା’ କମଳା ।

ମିଥୁନ: ସମସ୍ତ କର୍ମରେ ଅସମ୍ଭବ ସଫଳତା ପାଇବେ । କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ । ସମସ୍ତଙ୍କୁ ବଶିଭୂତ କରିବାର ଶକ୍ତି ଜାଗ୍ରତ ହେବ । ରୋଗ, ଋଣ ଓ ଶତ୍ରୁ ଏ ତିନୋଟିରୁ ମୁକ୍ତିଲାଭ କରିବେ ଓ ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା-ମା’ ବିମଳା ।

କର୍କଟ: ପଞ୍ଚମ ଚନ୍ଦ୍ର ହେତୁ ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ କର୍ମରେ ଆତ୍ମସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ ଏବଂ ସନ୍ତାନମାନେ ଆଜ୍ଞାଧୀନ ହେବେ ତଥା ବାପମା’ଙ୍କ କୃପାଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ଭଗବାନ ଶିବ ।

ସିଂହ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ହେବ । ମାନସିକ ଅସ୍ଥିରତା ଓ ପରିବାରରେ ବିବାଦ ଦେଖାଦେବ । ମୂଲ୍ୟବାନ ପଦାର୍ଥ ନଷ୍ଟ, ଯାନବାହନରେ କ୍ଷତି ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ଯେଉଁମାନଙ୍କର ପୂର୍ବ ଫାଲଗୁନି ସିଂହ ସେମାନଙ୍କର ବିଶେଷ କ୍ଷତି ପହଞ୍ଚିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ବିମୁଖ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ଆତ୍ମସନ୍ତୋଷ ଓ ସହକର୍ମୀଙ୍କ ସହଯୋଗ ଓ ପଦସ୍ଥ କର୍ମ•ରୀଙ୍କ ଶ୍ରଦ୍ଧାଭାଜନ ହେବେ । ନୂତନ କର୍ମାରମ୍ଭ ଓ ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାବଣା ଓ ଭାଇ, ଭଊଣୀଙ୍କ ସହ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା: ମା’ ଷୋଡ଼ଷୀ ।

ତୁଳା: ଆର୍ଥିକ ଅବସ୍ଥାରେ ଓ କର୍ମରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ପରିବାରରେ ହସଖୁସିର ପରିବେଶ ରହିବ ଓ ମନ ପ୍ରଫୁଲ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ଅନାଗ୍ରହୀ ହେବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା-ପ୍ରଭୁ ଶ୍ରୀରାମ ।

ବିଛା: ଶ୍ରୀ ଚନ୍ଦ୍ର ହେତୁ ସୁଖାଦ୍ୟ, ସୁବସନ ପ୍ରାପ୍ତି ଯଶସମ୍ମାନ, ସାମାଜିକ ପ୍ରତିଷ୍ଠା, ମାନସିକ, ପାରିବାରିକ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆଶାତୀତ ସଫଳତା, ପ୍ରଶଂସା ପାଇବେ । ସ୍ୱଜନ ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ହେବ ଓ ପରିବାରର ଶାନ୍ତି ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସମ୍ମାନିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ ହନୁମାନ ।

ଧନୁ:ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମପ୍ରତି ଅନାଗ୍ରହଭାବ ଓ ଆଳସ୍ୟତାଭାବ ପ୍ରକାଶ ପାଇବ ତଥା ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିବାରର ବ୍ୟୟଭାର ଅଧିକ ରହିବା ହେତୁ ଋଣ କରିବାକୁ ବାଧ୍ୟ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଘରକରଣା ଦ୍ରବ୍ୟ କ୍ରୟ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ ।

ମକର: ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ବାଣିଜ୍ୟ ସମ୍ପ୍ରସାରଣ କରିବାର ଚେଷ୍ଟା କରିବେ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଆକସ୍ମିକ ଧନଲାଭ ଓ ମୂଲ୍ୟବାନ ଧାତୁ ଓ ଭୂମି କ୍ରୟ କରିପାରନ୍ତି । ଆୟର ପନ୍ଥା ସୁଗମ ହେବ ଓ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନବାନ ହେବେ । ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-ବାଇଗଣି, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

କୁମ୍ଭ: କର୍ମରେ, ଭାଗ୍ୟରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ପ୍ରମୋସନ କିମ୍ବା ପଦସ୍ଥ କର୍ମ•ରୀଙ୍କ କୃପାଲାଭ କରିବେ । କ୍ଷମତାଶାଳୀ ବ୍ୟକ୍ତି, ରାଜନୈତିକ ବ୍ୟକ୍ତିଙ୍କ ସହାୟତା ପାଇବେ । ରାଜନୈିତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ହେବ । ଜନସମ୍ପର୍କ ଓ ଯଶ, ସମ୍ମାନ ବୃଦ୍ଧି ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ପକର୍ମରେ ପ୍ରଶଂସା ପାଇବେ । ମହିଳାମାନେ ଗୁରୁଜନଙ୍କ ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ କାଳି ।

ମୀନ: ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବାଣିଜ୍ୟ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ନୂତନ କର୍ମାରମ୍ଭର ଯୋଜନା କରିବେ । କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ । ପରିବାରରେ ଶାନ୍ତି ଓ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାବଣା ରହିବ । ବିଦ୍ୟାର୍ଥୀ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ପରିବାରରେ ସମ୍ମାନିତ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ମା’ ଗାୟତ୍ରୀ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଚନ୍ଦ୍ର ମହାମନ୍ତ୍ରସ୍ୟ,
ଗୌତମ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଚନ୍ଦ୍ର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ହୀଂ ସୋମାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଇର୍ଷୁୁ, ଘୃଣୀ ନ ସନ୍ତୁଷ୍ଟଃ
କ୍ରୋଧନୋ ନିତ୍ୟଶଙ୍କିତଃ ।
ପରଭୋଗ୍ୟୋପଜୀବୀ ଚ
ସଡ଼ତେ ନିତ୍ୟଦୁଃଖିତଃ ।ା
ଭାବାର୍ଥ: ଇର୍ଷାରେ ପୂର୍ଣ୍ଣ, ଅନ୍ୟର ଆଶ୍ରୟରେ ରହୁଥିବା ବ୍ୟକ୍ତି, ଅସନ୍ତୋଷୀ, କ୍ରୋଧୀ, ଅନ୍ୟକୁ ଭୟ କରୁଥିବା ବ୍ୟକ୍ତି ଏ ଛଅ ଜଣ ସର୍ବଦା ଦୁଃଖି ରହନ୍ତି ।

ଜ୍ୟୋତିର୍ବିଦ୍‌ – କୈଳାସ ଦାଶ

   ସମ୍ବନ୍ଧିତ ଖବର


ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୨/୧୦, ଗୁରୁବାର)

ଗୁରୁବାର ରାଶିଫଳ

କେମିତି କଟିବ ଆଜିର ଦିନ, ଜାଣନ୍ତୁ ଆଜିର ରାଶିଫଳ…

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୦/୧୦ ମଙ୍ଗଳବାର)