PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୁଲିସ ଜାତି ପାଇଁ କଳଙ୍କ; ନିଜ ଘର ଭିତରେ ଜନ୍ମକଲା ଝିଅକୁ ଦୁଷ୍କର୍ମ କଲା ପୁଲିସ୍ ବାପା, ଅଭିଯୋଗ ଆଣିଲା ମା’

ରାୟଗଡ଼ା ୩।୪: କୁହାଯାଏ ଝିଅଟିଏ ତା’ ମା’ କାନି ତଳେ ମୁଣ୍ଡ ଦେଇ ଶୋଇ ପଡ଼ିଲେ କାଳେ ଦୁଃଖ ଦୂର ହୋଇଯାଏ। ଆଉ ଯଦି ଭୟ ଲାଗୁଥାଏ ତେବେ ବାପାକୁ ଘଡ଼ିଏ ଜାବୁଡ଼ି ଧରିଦେଲେ କାଳେ ଭୟ ଚାଲିଯାଏ। ଯଦି ପ୍ରଶ୍ନରେ ଦୁନିଆର ସବୁଠୁ ସୁରକ୍ଷିତ ଜାଗା କେଉଁଟା ବୋଲି ପଚରାଯାଏ ତେବେ ମୁହଁରୁ ବାହାରି ଆସେ ମା’ ବାପା କୋଳ। ତେବେ ରକ୍ଷକ ସାଜୁଥିବା ବାପା ଯଦି ଭକ୍ଷକ ପାଲଟିଯାଏ ତାହେଲେ ଛୁଆଟିଏ କେଉଁ ସ୍ଥାନକୁ ସୁରକ୍ଷିତ ବୋଲି ଅନ୍ୟକୁ କହିବ।

ଆଉ ଯଦି ସେହି ଝିଅର ବାପା ପୁଲିସ ହୋଇଥିବ ତେବେ ସେ ଝିଅ କ’ଣ କରିବ ? ଏଭଳି ନିନ୍ଦନୀୟ ଘଟଣା ଆଜି ଛତିଶଗଡ଼ରେ ଦେଖିବାକୁ ମିଳିଛି।

ଛତିଶଗଡ଼ସ୍ଥିତ ରାୟଗଡ଼ା ଜିଲ୍ଲାର ଜଣେ ପୁଲିସ୍‌ କନ୍‌ଷ୍ଟେବଲ୍‌ ନିଜ ଜନ୍ମକଲା ୬ ବର୍ଷର ଝିଅ ସହ କରିଛି ଦୁଷ୍କର୍ମ। ଏହି  କଥା ଏବେ ସମଗ୍ର ପୁଲିସ୍‌ ଜାତି ପାଇଁ ଏକ କଳଙ୍କ ପାଲଟିଛି।

ଅଭିଯୁକ୍ତ ପୁଲିସ୍‌ କନ୍‌ଷ୍ଟେବଲ୍‌ର ୪୫ ବର୍ଷୀୟା ପତ୍ନୀ ଆଣିଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ଗତ ୨୯ ତାରିଖରେ ନିଜ ଘରେ ନିଜ ଜନ୍ମକଲା ନାବାଳିକା ଝିଅ ସହ ଦୁଷ୍କର୍ମ କରିଛି। ଦୁଷ୍କର୍ମ ପରେ ଏକଥା କାହା ଆଗରେ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲା ନୃସଂଶ ବାପା। ଯାହାବି ହେଉ, ନାବାଳିକା ପୀଡ଼ିତା କିନ୍ତୁ ସାହସ ବାନ୍ଧି ଏକଥା ନିଜ ମାଆଙ୍କ ସମ୍ମୁଖରେ କହିଥିଲା। ପୀଡ଼ିତାଙ୍କ ମାଆ ଏକଥା ଜାଣିବା ପରେ ପୁଲିସ୍‌ ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗ ଲେଖାଇଛନ୍ତି।