କାର୍ଡବୋର୍ଡରେ ହସ୍ପିଟାଲ ବେଡ୍‌, ରୋଗୀଙ୍କ ମୃତ୍ୟୁ ହେଲେ କଫିନ୍‌ ଭଳି ଦେବ କାମ

ବଗୋଟା ୧୧/୫: କଲମ୍ୱିଆର ଏକ ବିଜ୍ଞାପନ ପ୍ରସ୍ତୁତକାରୀ କଂପାନି କାର୍ଡବୋର୍ଡ ବ୍ୟବହାର କରି ହସ୍ପିଟାଲ ବେଡ୍‌ ତିଆରି କରିଛି । ଯଦି ରୋଗୀଙ୍କର ମୃତ୍ୟୁ ହୁଏ, ତା’ହେଲେ ଏହା ତାଙ୍କ ପାଇଁ କଫିନ ଭଳି କାମ ଦେବ । ଏହାର ମୂଲ୍ୟ ୮୫ ଡଲାର ରହିଛି । କଲମ୍ୱିଆ ଏବଂ ଏହାର ପଡୋଶୀ ଦେଶଗୁଡିକରେ ଏବେ କରୋନା ସଂକ୍ରମଣ ଯୋଗୁ ଉଭୟ ହସ୍ପିଟାଲ ବେଡ୍‌ ଏବଂ କଫିନର ଅଭାବ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ଦିଗରେ କାର୍ଡବୋର୍ଡ ତିଆରି ହସ୍ପିଟାଲ ବେଡ୍‌ ସହାୟତା କରିବ ବୋଲି କଂପାନି କହିଛି ।

ବଗୋଟା ସ୍ଥିତ ଏବିସି ଡିସପ୍ଲେଜ କମ୍ପାନିର ମ୍ୟାନେଜର ରେଡୋଲଫୋ ଗୋମସ କହିଛନ୍ତି ଯେ ସେ ଇକ୍ୱେଡରରେ ଗରିବ ଲୋକେ କଫିନ କିଣିବାକୁ ଅର୍ଥ ସଂଗ୍ରହ କରିପାରୁ ନଥିବା ଦେଖି ଏପରି ବେଡ୍‌ କମ କଫିନ ତିଆରି କରିବାକୁ ମନ ବଳାଇଥିଲେ । ଇକ୍ୱେଡରରେ କରୋନା ସଂକ୍ରମଣ ଯୋଗୁ ମରିଥିବା କିଛି ଲୋକଙ୍କ ପରିଜନମାନେ ଗରିବ ହୋଇଥିବାରୁ ସେମାନେ କାଠ ତିଆରି କଫିନ କିଣିପାରି ନଥିଲେ । ଫଳରେ ମୃତଦେହଗୁଡିକୁ ସେମାନେ କିଛି ସପ୍ତାହ ଧରି ନିଜ ଘରେ ରଖିବାକୁ ବାଧ୍ୟ ହୋଇଥିଲେ । ଏବେ କିନ୍ତୁ ଏହି ସମସ୍ୟା ଆଉ ଦେଖାଦେବନି । କମ୍ପାନି ତରଫରୁ କଲମ୍ୱିଆର ଏକ ସରକାରୀ ବିଭାଗକୁ ଏପରି ୧୦ଟି ବେଡ୍‌ ଦାନ କରାଯିବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା