ବଲିଉଡ୍ ଅଭିନେତା ଇରଫାନ୍‌ ପୁଣି ଅସୁସ୍ଥ, ICUରେ ଭର୍ତ୍ତି

ମୁମ୍ୱାଇ,୨୯/୪: ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌ ଏବେ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ମୁମ୍ୱାଇସ୍ଥିତ କୋକିଳାବେନ୍‌ ହସ୍ପିଟାଲର ଆଇସିୟୁରେ ରଖାଯାଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ହସ୍ପିଟାଲ ପକ୍ଷରୁ କୌଣସି ବୁଲେଟିନ୍‌ ଜାରି ହୋଇନାହିଁ । ୫୪ ବର୍ଷୀୟ ଇରଫାନ୍‌ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର ରୋଗରେ ପୀଡ଼ିତ । ମାର୍ଚ୍ଚ ୨୦୧୮ରେ ତାଙ୍କୁ ଏହି ରୋଗ ସଂପର୍କରେ ଜଣାପଡ଼ିଥିଲା । ଚିକିତ୍ସା ପାଇଁ ସେ ଲଣ୍ଡନ ଯାଇଥିଲେ । ଦୀର୍ଘ ଦିନ ଧରି ଚିକିତ୍ସିତ ହେବାପରେ ଗତବର୍ଷ ସେପ୍ଟେମ୍ୱର ମାସରେ ଭାରତ ଫେରିଥିଲେ । ଏହାପରେ ସେ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ’ର ସୁଟିଂରେ ଭାଗ ନେଇଥିଲେ । ନିକଟରେ ଫିଲ୍ମଟି ରିଲିଜ୍‌ ମଧ୍ୟ ହୋଇଥିଲା ।

ସୂଚନାଥାଉ କି, ଇନଫାନ୍‌ ସୁତପା ସିକନ୍ଦରଙ୍କୁ ବିବାହ କରିଛନ୍ତି । ସେମାନଙ୍କର ଦୁଇଟି ପୁତ୍ରସନ୍ତାନ ଅଛନ୍ତି । ନିକଟରେ ଜୟପୁରରେ ଇରଫାନ୍‌ଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସେ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇପାରି ନ ଥିଲେ ।

   ସମ୍ବନ୍ଧିତ ଖବର


ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ହ୍ରିତିକ୍‌ ରୋଶନଙ୍କ ମାଆ କଲେ ପୋଷ୍ଟ – କହିଲେ , ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି …କିନ୍ତୁ

ମକର ସଂକ୍ରାନ୍ତିରେ ପରଦାକୁ ଆସିବ ‘ହାତୀ ମେରେ ସାଥୀ’

‘ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’ ଈପ୍‌ସିତା

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଭଲ ପାଉଛନ୍ତି ପରିଣିତି ଚୋପ୍ରା, ସବୁ ଜାଣି ବି ଚୁପ୍ ଅଛନ୍ତି କରୀନା !

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ‌ : ରିୟା ଚକ୍ରବର୍ତ୍ତୀଙ୍କୁ ଲାଗିଲା ପୁଣି ବଡ଼ ଝଟକା…