PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପରିବର୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ

ଭୁବନେଶ୍ୱର, ୦୪/୮ : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍‌ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍‌ ଲେକ୍‌ଚର ସିରିଜି୍‌ରେ ଆଲୋଚନା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଂଟ ପକ୍ଷରୁ ଏହି ଭର୍ଚୁଆଲ୍‌ ଲେକ୍‌ଚର ସିରିଜ୍‌ ଆୟୋଜିତ ହୋଇଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବଂଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି “କନେକ୍ଟ ଟୁ ଲର୍ନ” ଶୀର୍ଷକ ଲେକ୍‌ଚର ସିରିଜ୍‌ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଲେକ୍‌ଚରର ବିଷୟବସ୍ତୁ ଥିଲା “ କ୍ୟାରିୟର୍‌ ପ୍ରୋଗ୍ରେସନ୍‌ ଇନ୍‌ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ” ଅର୍ଥାତ୍‌ ହୋଟେଲ୍‌ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତମାନ ପରିସ୍ଥିତିରେ ହୋଟେଲ୍‌ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପଖୁଆଇବା । ଏହି ସିରିଜ୍‌ରେ ବକ୍ତା ଭାବେ ତାଜ୍‌ ହୋଟେଲ୍‌ସ ରିସୋର୍ଟସ୍‌ ଆଣ୍ଡ ପ୍ୟାଲେସେସ୍‌ର ଲର୍ନିଂ, ଡେଭଲପ୍‌ମେଂଟ ଆଣ୍ଡ ଏମ୍ପଲୟୀ ଏନ୍‌ଗେଜ୍‌ମେଂଟ ବିଭାଗର ସହ ଉପ-ସଭାପତି ଶ୍ରୀମତି ଶିରିଷା ଚନ୍ଦନା ଯୋଗ ଦେଇ ବର୍ତମାନ ପରିସ୍ଥିତିରେ କିଭଳି ହୋଟେଲ ଶିଳ୍ପ କ୍ଷେତ୍ରରେ ନିୟମିତ ଢ଼ଙ୍ଗରେ ଉନ୍ନତମାନର କାର୍ଯ୍ୟ କରାଯିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ ।

ସାମାଜିକ ଦୂରତା ବର୍ତମାନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତେଣୁ ଆମ ଗ୍ରୁପ୍‌ ଏ ଦିଗରେ ବେଶ ଯତ୍ନବାନ ଅଛି । ଲୋକଙ୍କ ସଂସ୍ପର୍ଶରେ କମ୍‌ ଆସି କିଭଳି କାର୍ଯ୍ୟ କରାଯାଇପାରିବ ତାହା ବର୍ତମାନ ଜରୁରୀ । ଆମ ହୋଟେଲ୍‌ ଗୁଡ଼ିକରେ ଚେକ୍‌-ଇନ୍‌ ଏବଂ ଚେକ୍‌-ଆଉଟ୍‌ ପ୍ରକ୍ରିୟାଗୁଡ଼ିକ କିଭଳି ଡିଜିଟାଲ ମାଧ୍ୟମରେ କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି । ଲବି, ରେଷ୍ଟୁରାଂଟ ଏବଂ ବାଂକ୍ୱେ୍‌ଟ ହଲ୍‌ର ଡିଜାଇନ୍‌ଗୁଡ଼ିକୁ ପରିର୍ବତନ କରାଯାଇଥିବା ବେଳେ ଆମ ଅତିଥି ମାନେ ସେମାନଙ୍କ ପ୍ରିୟ ଖାଦ୍ୟଗୁଡ଼ିକ ଆଇକନିକ୍‌ ତାଜ୍‌ ରେଷ୍ଟୁରାଂଟ୍‌ସରୁ ଅର୍ଡର କରିପାରିବେ ସେହି ବ୍ୟବସ୍ଥା କରାଯାଇଛି ।

ଉଦୟପୁରସ୍ଥିତ ୱଣ୍ଡର୍‌ ସିମେଂଟ ଲିମିଟେଡ୍‌ର ଫୁଡ୍‌ ଆଣ୍ଡ ବେଭରେଜେସ୍‌ର ଜେନେରାଲ୍‌ ମ୍ୟାନେଜର ଶ୍ରୀ ସୀତାରମ ଚନ୍ଦ୍ର ମୂର୍ତି ଏବଂ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଂଟ, କ୍ୟାଟରିଂ, ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍‌ ନ୍ୟୁଟ୍ରିସନ୍‌ର ଅଧ୍ୟକ୍ଷ ପ୍ରଫେସର ଶାରଦା ଘୋଷ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ନିଜ ମତବ୍ୟକ୍ତ କରିଥିଲେ । ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍‌ ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।