PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ହଷ୍ଟେଲ୍‌ ପରିଚାଳନାରେ ଆସିବ ସଂସ୍କାର, ସୁପରିଚାଳନା ପାଇଁ ଆଉଟସୋର୍ସିଂ ମୋଡ୍‌ରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୨୦/୦୯: ହଷ୍ଟେଲ୍‌ ପରିଚାଳନାରେ ଆସିବ ସଂସ୍କାର । ସୁପରିଚାଳନା ପାଇଁ ଆଉଟସୋର୍ସିଂ ମୋଡ୍‌ରେ ନିଯୁକ୍ତି ଦିଆଯିବ । ରାଜ୍ୟ ଅର୍ଥ ବିଭାଗ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ବିଭାଗ ନେଇଛି ଏଭଳି ପଦକ୍ଷେପ । କିଭଳି ହଷ୍ଟେଲ ପରିଚାଳନା ହେବ ସେ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଏକ ନିୟମାବଳୀ ଜାରି କରିଛନ୍ତି । ସେହି ଅନୁସାରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖାଯାଇଛି ।

ଆଉଟସୋର୍ସିଂ ମୋଡ୍‌ରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଗୋଟିଏ କିମ୍ବା ସମସ୍ତ ହଷ୍ଟେଲର ଦାୟିତ୍ୱ ନେଇପାରିବ । ସେ କେବଳ ରୋଷେୟା, ସହାୟକ ରୋଷେୟା, ସିକ୍ୟୁରିଟି ଗାର୍ଡ ଓ ହାଉସ୍‌ କିପିଂ ଆଦି ପଦବିରେ ଆଉଟସୋର୍ସିଂ ମୋଡ୍‌ରେ ନିଯୁକ୍ତି ଦେବ । ତେବେ କେତେ ସଂଖ୍ୟାରେ କର୍ମଚାରୀ ରହିବେ ତାହା ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବ । ଛାତ୍ରାବାସର କେୟାର ଟେକର୍‌ ଓ ଛାତ୍ରୀନିବାସର ମାଟ୍ରନ୍‌ ପଦବିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ୱ କର୍ମଚାରୀଙ୍କୁ ନିଯୁକ୍ତି ଦେବେ ।

ବିଶ୍ୱବିଦ୍ୟାଳୟ ଅତିଥି ଭବନ, ଟ୍ରାନଜିଟ୍‌ ହାଉସ୍‌, ଏଚଆରଡିସି ପ୍ରଶିକ୍ଷଣ କେନ୍ଦ୍ର ବି ଆଉଟସୋର୍ସିଂ ମୋଡ୍‌ରେ ପରିଚାଳିତ ହେବ । ଆଗାମୀ ଦିନରେ ଉପରୋକ୍ତ ସ୍ଥାନଗୁଡିକରେ ଅନୁମୋଦିତ ପଦବିଗୁଡିକରେ ନୂଆ ନିଯୁକ୍ତି ହେବ ନାହିଁ । କେବଳ କେୟାର୍‌ ଟେକର୍‌ ଓ ମାଟ୍ରନଙ୍କୁ ନିଯୁକ୍ତି ମିଳିବ । ତେବେ ନିୟମ ଅନୁଯାୟୀ ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଅବସର ପର୍ଯ୍ୟନ୍ତ କାମ କରିବେ । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯିବ ।