ଗୁହାଳ ଘରେ ଲାଗିଲା ନିଆଁ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୁଇ ଗାଈ ଉଦ୍ଧାର

ନୀଳଗିରି,୨୬/୨: ଦୁଇ ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଗୁହାଳ ଘରେ ନିଆଁ ଲାଗିଯିବାରୁ ଦୁଇଟି ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଛତ୍ରପୁର ପଂଚାୟତ ଭାଲୁକୁପୁଶି ଗାଁରେ ଘଟିଛି ଏହୀି ଘଟଣା।
ମିଳିଥିବା ସୂଚନାନୁସାରେ, ପ୍ରତାପ ଚନ୍ଦ୍ର ପୁଥାଳ ଖତ ଗଦା ପାଖରେ ଅଳିଆ ନିଆଁ ଲଗାଇ ଥିଲେ। ପରେ ପାଣି ଢ଼ାଳି ନିଆଁ ମଧ୍ୟ ଲିଭାଇଥିଲେ । କିନ୍ତୁ ସଂପୂର୍ଣ୍ଣ ନିଆଁ ଲିଭିନଥିଲା। ଗତକାଲି ମଧ୍ୟରାତ୍ରରେ ଖତ ଗଦାରୁ ନିଆଁ ଉଠି ପାଖରେ ଥିବା ଗୁହାଳ ଘରେ ତଳେ ପଡିଥିବା କୁଟାରେ ଲାଗି ଯାଇଥିଲା। ନିଆଁରେ ପୋଡି ହୋଇ ପ୍ରସନ୍ନ ପୁଥାଳ ଓ ପ୍ରତାପ ଚନ୍ଦ୍ର ପୁଥାଳଙ୍କ ଦୁଇ ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଗାଈ ଦୁଇଟି ରଡି ଛାଡିବା ପରେ ଗାଁ ଲୋକ ଉଦ୍ଧାର କରି ନିଆଁକୁ ଆୟତ୍ତ କରିଥିଲେ। ଗୋରୁ ଦୁଇଟିକୁ ଚିକିତ୍ସା କରାଯାଇଛି।