PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା: ହଟିବ ସରଚାର୍ଜ,କମିବ ଇଏମଆଇ

ନୂଆଦିଲ୍ଲୀ,୨୩।୮:  ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସୂଚନା ପରେ ମୋଦି ସରକାର ସମ୍ପୂର୍ଣ୍ଣ ଭାବରେ ବିରୋଧୀଙ୍କ ଦ୍ବାରା ଘେରି ହୋଇଯାଇଥିଲେ। ଏହା ଉପରେ ଉତ୍ତର ଦେବା ପାଇଁ ଆଜି ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବର୍ତ୍ତମାନ ସମୟରେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଗୋଷଣା କରିଛନ୍ତି। ସେ କହିଛନ୍ତି ବ୍ୟାଙ୍କ ରୋପୋ ରେଟକୁ ସୁଦ୍ଧ ଦରରେ ଲିଙ୍କ କରିବା ନେଇ ରାଜି ହୋଇଯାଇଛି। ଏହାର ପ୍ରଭାବ ଏବେ ଯାନବାହାନ ଓ ଘର ପାଇଁ ଲୋନ୍ ନେଉଥିବା ଲୋକଙ୍କ ସହିତ ଅନ୍ୟ ଲୋନର ଇଏମଆଇ ଦରରେ ହ୍ରାସ ଘଟିବ।

ଏହା ସହିତ ସୀତାରମଣ ସରକାରୀ ବ୍ୟାଙ୍କକୁ ୭୦ ହଜାର କୋଟି ଟଙ୍କାର ଦେବାର ମଧ୍ୟ ଘୋଷଣା କରିଥିଲେ। ଏହାଫଳରେ ବ୍ୟାଙ୍କକୁ ନୂତନ ଋଣ ଦେବାରେ କୌଣସି ଅସୁବିଧା ହେବନାହିଁ। ସୁଦ୍ଧ ଦରରେ କାଟର ଲାଭ ଗ୍ରାହକଙ୍କୁ ଏମସିଏଲଆର ଜରିଆରେ ଦିଆଯିବ।  ସୁଦ୍ଧ ଦରରେ ହ୍ରାସ କରାଯିବାର ଲାଭ ସିଧାସଳଖ ଗ୍ରାହକଙ୍କ ଉପରେ ପଡିବ।  ଏବେ ବ୍ୟାଙ୍କ ହାଉସ ଲୋନ୍ ପରିଶୋଧ ହେବାପରେ ୧୫ ଦିନ ଭିତରେ ଲୋନ୍ କାଗଜପତ୍ର ଯୋଗାଇ ଦେବେ।

ଏହି ସମୟରେ ସେ କହିଥିଲେ କେବଳ ଭାରତରେ ନୁହେଁ, ସାରା ବିଶ୍ୱ ଏବେ ଆର୍ଥିକ ମାନ୍ଦାବନ୍ଧା ଦେଇ ଗତିକରୁଛି।ସାରା ବିଶ୍ୱ ତୁଳନାରେ ଭାରତର ଅର୍ଥବ୍ୟବସ୍ଥା ଉତ୍ତମ ରହିଛି । ଚୀନ ଓ ଆମେରିକା ମଧରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ମାନ୍ଧାବସ୍ଥା ସୃଷ୍ଟି ହୋଇଛି । ବିଶ୍ୱସ୍ତରୀୟ ମାନ୍ଦାବସ୍ଥାକୁ ବୁଝିବା ଜରୁରୀ ।ଆର୍ଥିକ ମାନ୍ଦାବସ୍ଥା ସତ୍ୱେ ଦେଶରେ ଲଗାତାର ଆର୍ଥିକ ସୁଧାର ପରିଲକ୍ଷିତ ହେଉଛି । ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଲଗାତାର କାମ କରୁଛନ୍ତି। ଇନକମ୍ ଟାକ୍ସ ରିଟର୍ଣ୍ଣ ଭରିବାର ଉପାୟ ପୂର୍ବ ଅପେକ୍ଷା ସରଳ ହୋଇଛି । ଜିଏସଟିକୁ ମଧ୍ୟ ଆଗାମୀ ସମୟରେ ଅଧିକ ସରଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି, ଅନ୍ୟଦେଶ ତୁଳନାରେ ଆମ ଦେଶର ବିକାଶ ହାର ଖୁବ୍ ଭଲ ରହିଛି। କେବଳ ସେତିକି ନୁହେଁ ଏହି ଅବରରେ ଅର୍ଥମନ୍ତ୍ରୀ ଦେଶର ଅର୍ଥବ୍ୟବସ୍ଥାକୁ   ଦୃଷ୍ଟିରେ ରଖି ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ଗୁଡିକ ହେଲା…

– ଶେୟାର ବଜାରରେ କ୍ୟାପିଟାଲ ଗେନ୍ସରେ ସରଚାର୍ଜ ହଟିବ ।

– ଷ୍ଟାଟ ଅପ୍ ଟାକ୍ସ ପାଇଁ ଭିନ୍ନ ସେଲ ପ୍ରସ୍ତୁତ ହେବ ।

– ଋଣ ଆବେଦନ ପ୍ରକ୍ରିୟା ଉପରେ ଅନଲାଇନ୍ ମାଧ୍ୟମରେ ସରକାର ଦୃଷ୍ଟି ରଖିବେ ।

– ରେପୋ ରେଟ୍ କମ୍ ହେବାଦ୍ୱାରା ସୁଧ ହାର କମିବ।

– ସୁଧହାର କମିଲେ ଇଏମଆଇ କମିବ।

– ବ୍ୟାଙ୍କରେ ସୁଧ ହାର କମିବା ଯୋଗୁଁ ସାଧାରଣ ଲୋକ ଲାଭରେ ରହିବେ ।

-ଡିମେଣ୍ଟ ଆକାଉଣ୍ଟ ପାଇଁ ଆଧାରମୁକ୍ତ କେଓ୍ବାଇସି ହେବ।

-ବାହାନ କ୍ରୟକୁ ବଢାଇବା ପାଇଁ ସରକାର ବହୁ ଯୋଜନା ଉପରେ କାମ କରୁଛନ୍ତି।

-୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା କିଣା ଯାଇଥିବା ବିଏସ୍-୪ ବାହାନ ମାନ୍ୟତା ପାଇବ।

-ଇଭି ଓ ବିଏସ୍-୪ ଗାଡିର ରେଜିଷ୍ଟେ୍ରସନ ଜାରି ରହିବ।

-ଓ୍ବାନ ଟାଇମ୍ ରେଜିଷ୍ଟେ୍ରସନ୍ ଫି’କୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

ଉଲ୍ଲେଖନୀୟ​‌ ଯେ, ନୀତି ଆୟୋଗ ପକ୍ଷରୁ କୁହାଯାଇଥିଲା, ବିଗତ ୭୦ବର୍ଷ ଭିତରେ ଭାରତର ଅର୍ଥବ୍ୟବସ୍ଥା ଖରାପ ସ୍ଥିତି ଦେଇ ଗତି କରୁଛି। ଦେଶର ଅର୍ଥବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ପୁଂଜି ନିବେଶ ଉପରେ ଅଧିକ ଧାନ ଦେବାକୁ ପଡିବ । ବିମୁଦ୍ରାକରଣ ଓ ଜିଏସଟି ଲାଗୁ ହେବା ପରେ ଦେଶରେ ଏଭଳି ସ୍ଥିତି ଦେଖାଦେଇଛି । ନୋଟବନ୍ଦୀ ଓ ଜିଏସଟି ଯୋଗୁଁ ଦେଶରେ ଅର୍ଥ ସଙ୍କଟ ଦେଖାଦେଇଛି ।   ତେଣୁ ଏହା ଉପରେ ସରକାର ଧ୍ୟାନ ଦେବା ଉଚିତ୍ ପଦକ୍ଷେଗ ଗ୍ରହଣ କରିବାକୁ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ ।

ସମ୍ବନ୍ଧିତ ଖବର