PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଟ୍ରାଫିକ ପୋଲିସ ହଇରାଣ କରୁଛନ୍ତି କି ? ଆପଣ ବି ତାଙ୍କ ନାଁରେ କରିପାରିବେ ଅଭିଯୋଗ, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ ୪।୯: ସାରା ଦେଶରେ ଲାଗୁ ହୋଇଛି ଏକକ ଟ୍ରାଫିକ ବ୍ୟବସ୍ଥା । ନୂଆ (ସଂଶୋଧିକ) ମୋଟର ଯାନ ଆଇନ-୨୦୧୯ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ୧୦ଗୁଣ ଅର୍ଥ ଫାଇନ ଦେବାକୁ ପଡ଼ୁଛି । ଫଳରେ ସାଧାରଣ ଲୋକଙ୍କ ଜୀବନଯାପନ ଉପରେ ଅଧିକ ପ୍ରଭାବ ପକାଇଛି ବୋଲି ଲକ୍ଷ୍ୟ କରାଯାଉଛି ।

କାହିଁକି ଟ୍ରାଫିକ ନିୟମ ଉଲଂଘନ କରିବା ଫଳରେ ଗାଡ଼ି ଚାଳକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି । ଟ୍ରାଫିକ ନିୟମକୁ ମାନିବା ଜରୁରୀ ହୋଇଥାଏ କିନ୍ତୁ କିଛି ଗାଡ଼ି ଚାଳକଙ୍କୁ ପୋଲିସ କୈାଣସି ମତେ ହଇରାଣ କରିପାରିବେ ନାହିଁ । ଟ୍ରାଫିକ ପୋଲିସ ଆପଣ ନିୟମ ଉଲଘଂନ କଲେ ରୋକିପାରେ କିନ୍ତୁ ଆପଣଙ୍କୁ ମଧ୍ୟ ନିଜ ଅଧିକାର ଜାଣି ରଖିବା ଉଚିତ୍ ।

  • ସମସ୍ତ ଟ୍ରାଫିକ ପୋଲିସ ନିଜ ୟୁନିଫର୍ମରେ ରହିବା ଜରୁରୀ, ସେଥିରେ ତାଙ୍କ ନାଁ ରହିଥିବା ଦରକାର । ଯଦି ଏହି ସବୁ ନାହିଁ ତେବେ ଆପଣ ତାଙ୍କୁ କୈାଣସି ଗାଡ଼ି କାଗଜପତ୍ର ଦେଖାଇବା ଜରୁରୀ ପଡ଼ିବ ନାହିଁ ।
  • କୈାଣସି ଟ୍ରାଫିକ ଅଧିକାରୀ ଜବରଦସ୍ତ ଆପଣଙ୍କ ଗାଡ଼ିର ଚାବି ବାହାର କରିପାରିବେ ନାହିଁ , କିମ୍ବା କିଛି ଗାଳିଗୁଲଜ କରିପାରିବେ ନାହିଁ । କିନ୍ତୁ ଆପଣଙ୍କୁ ମଧ୍ୟ ନରମର ସହ କଥାବର୍ତ୍ତା କରିବାକୁ ପଡ଼ିବ ।
  • ଆପଣଙ୍କ ଗାଡ଼ି ଯଦି ରୋଡ଼ ସାଇଡ଼ରେ ଛିଡ଼ା ହୋଇଛି ସେଥି ମଧ୍ୟରେ ଆପଣ ଯେଉଁ ପର୍ଯ୍ୟନ୍ତ ବସିଛନ୍ତି, ଗାଡ଼ିକୁ କ୍ରେନ ଉଠାଇ ପାରିବ ନାହିଁ । କିନ୍ତୁ ଯଦି ଆପଣ ଗାଡ଼ିରେ ଉପସ୍ଥିତ ନାହାଁନ୍ତି ଏବଂ ଭୁଲ ସ୍ଥାନରେ ପାର୍କିଙ୍ଗ କରାଯାଇଛି ତେବେ ଗାଡ଼ି ଟ୍ରାଫିକ ନିୟମ ବିରୁଧରେ ଥିବାରୁ ଉଠାଯାଇପାରିବ ।
  • ଯଦିଓ ଟ୍ରାଫିକ ରୁଲ ଭାଙ୍ଗିବା ଅଭିଯୋଗରେ ପୋଲିସ ଆପଣଙ୍କୁ ଅଟକ ରଖିଛି ତେବେ ୧୪ଘଣ୍ଟା ମଧ୍ୟରେ ଆପଣଙ୍କୁ ମାଜିଷ୍ଟ୍ରେଟଙ୍କ ପାଖରେ ପହଂଚାଇବାକୁ ପଡ଼ିବ । ଯଦି ପୋଲିସ ଆପଣଙ୍କୁ ମାରପିଟ କରୁଛି ତେବେ ଉକ୍ତ ଅଧିକାରୀଙ୍କ ନାଁରେ ଆପଣ ଅଭିଯୋଗ କରିପାରିବେ ।
  • ଯଦି କୈାଣସି ଟ୍ରାଫିକ ପୋଲିସ ନିୟମର ଭୁଲ ବ୍ୟବହାର କରୁଛି ତେବେ ଆପଣ ନିଜ ମତ ବରିଷ୍ଠ ଅଧିକାରୀଙ୍କୁ ଲିଖିତ ଆକାରରେ ଦେଇପାରିବେ । ହରିୟାଣା ଓ ଚଣ୍ଡିଗଡ଼ରେ ଟ୍ରାଫିକ ପୋଲିସ ଚାଲାଣ କାଟିବା ବେଳେ ବ୍ୟକ୍ତି ନିଜ ମତ ମଧ୍ୟ ଦେଇପାରିବେ ।

ସମ୍ବନ୍ଧିତ ଖବର