ମଣିଷର ମସ୍ତିଷ୍କରେ ପ୍ରଭାବ ପକାଉଛି କରୋନା, ବ୍ରେନ୍ ହାମରେଜ୍ ଓ ସ୍ମୃତି ଶକ୍ତି ହ୍ରାସ ସହିତ କରୁଛି ଏସବୁ ଅସୁବିଧା

ନୂଆଦିଲ୍ଲୀ,୨୭।୯: ପ୍ରବଳ ଜ୍ବର, ଶୁଖିଲା କାଶ, ଗଳା କୁଣ୍ଡାଇ ହେବ, ଥକା ଲାଗିବା ଓ ମାଂସପେଶୀରେ କଷ୍ଟ କରୋନା ଭାଇରସର ପ୍ରମୁଖ ଲକ୍ଷଣ। କୋଭିଡ୍-୧୯ର ରୋଗୀ ନିକଟରେ ମାନସିକ ଦୁର୍ବଳତା, ଘ୍ରାଣ ଶକ୍ତି ହରାଇବା, ବ୍ୟବହାରିକ ପରିବର୍ତ୍ତନ ଭଳି କିଛି ନ୍ୟୁରୋଲୋଜିକାଲ ଲକ୍ଷଣ ଦେଖିବାକୁ ମିଳିଥାଏ। ଭାଇରସ ପ୍ରଭାବିତ ହୋଇଥିବା କିଛି ରୋଗୀଙ୍କ ମାନସିକ ସ୍ଥିତି ଉପରେ ଏହାର ଖରାପ ପ୍ରଭାବ ପଡିଥାଏ।

​‌ଷ୍ଟ୍ରୋକ, ବ୍ରେନ୍ ହାମରେଜ୍ ​‌ଓ ମେମୋରୀ ଲସ୍ ଭଳି ବହୁ ବିପଦଜନକ ପ୍ରଭାବ ଏବେ କରୋନା ଭାଇରସ୍ ରୋଗୀଙ୍କ ଭିତରେ ଦେଖିବାକୁ ମିଳେ। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଏମଡି ରୋବର୍ଟ ଷ୍ଟିଭେନ୍ସଙ୍କ କହିବା ଅନୁସାରେ, କୋଭିଡ୍-୧୯ ୟୁନିଟରେ ସେ ପ୍ରାୟ ଅଧା ରୋଗୀଙ୍କ ଭିତରେ ନ୍ୟୁରୋଲୋଜିକାଲ ଲକ୍ଷଣ ଦେଖିବାକୁ ମିଳିଛି। ବୈଜ୍ଞାନିକ ନିକଟରେ ଏହା ବୁଝିବାର ଚେଷ୍ଟା କରୁଛନ୍ତି, ଶେଷ​‌ରେ ଭାଇରସ୍ ମୁଣ୍ଡ ଉପରେ ଖରାପ ପ୍ରଭାବ କାହିଁକି ପକାଉଛି?

ରବର୍ଟ ଷ୍ଟିଭେନ୍ସ ଜନ୍ ହପକିନ୍ସରେ ଛପା ଯାଇଥିବା ନିଜର ଆର୍ଟିକିଲରେ ସେହି ବୈଜ୍ଞାନିକଙ୍କ ସିଦ୍ଧାନ୍ତକୁ ସୂଚୀବଦ୍ଧ କରିଛି, ଯେଉଁମାନେ ଏହି ବିଷୟ ଉପରେ ରିସର୍ଚ୍ଚ କରୁଚନ୍ତି। ଆର୍ଟିକିଲ ଅନୁସାରେ, ସାରା ବିଶ୍ବରେ କୋଭିଡ୍-୧୯ ମାମଲାରେ ମସ୍ତିଷ୍କ ସମ୍ପର୍କୀୟ ସମସ୍ତ ସ୍ଥିତି ଦେଖିବାକୁ ମିଳିପାରେ। ଏଥିରେ ମାନସିକ ଦ୍ବନ୍ଦ, ବେହୋସ ହେବା, ଷ୍ଟ୍ରୋକ, ଘ୍ରାଣ ଶକ୍ତି ହରାଇବା, ମୁଣ୍ଡବିନ୍ଧା, କୌଣସି ଜିନି​‌ଷ ଉପରେ ଫୋକସ୍ କରିନପାରିବା ଓ ବ୍ୟବହାରିକ ପରିବର୍ତ୍ତନ ଭଳି କୌଣସି ଅସୁବିଧା ରହିଛି।

ମିଳିଥିବା ରିପୋର୍ଟ ଅନୁସାରେ, କୋଭିଡ୍-୧୯ ପୀଡିତ କିଛି ରୋଗୀ ‘କମନ ପେରିଫେରାଲ ନର୍ଭ’ ସମ୍ପର୍କିତ ସମସ୍ୟାରେ ପୀଡିତ ହୋଇଥାନ୍ତି, ଯାହାକି ପାରାଲାଇଜ୍ ଓ ଶ୍ବାସକ୍ରିୟା ଜନିତ ଅସୁବିଧାର କାରଣ ହୋଇପାରେ। ‘ଲିଡିଂ ସାଇନ୍ ଜର୍ନାଲ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, କରୋନା ଭାଇରସ୍ କାରଣରୁ ବ୍ୟାପୁଥିବା SARS ଓ MERS ର ପ୍ରକୋପରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। କୋଭିଡ୍-୧୯ ରୋଗୀ ମଣିଷର ମସ୍ତିଷ୍କ ସହିତ କ’ଣ କନେକ୍ସନ ରହିଛି? ଏ ବିଷୟରେ ଜନ୍ ହପକିନ୍ସରେ ଥିବା ଷ୍ଟଡିରେ ଚାରି ପ୍ରମୁଖ କଥା କୁହାଯାଇଛି।

ରିପୋର୍ଟ ଅନୁସାରେ, ଯଦି ଭାଇରସ ମସ୍ତିଷ୍କରେ ପ୍ରବେଶ କରିବାରେ ସକ୍ଷମ ତେବେ ଗମ୍ଭୀର ଓ ଭୟଙ୍କର ସଂକ୍ରମଣର ବିପଦ ବଢିପାରେ। ଚୀନ୍ ଓ ଜାପାନରେ କିଛି ଏଭଳି ସମସ୍ୟା ଦେଖିବାକୁ ମିଳିଛି, ଯେଉଁଠି ଭାଇରସର ଜେନେଟିକ ମ୍ୟାଟେରିଆଲ ସ୍ପାଇନାଲ ଫ୍ଲୁଡରେ ଦେଖିବାକୁ ମିଳିଥାଏ। ସେଭଳି ଫ୍ଳୋରିଡାରେ ଏଭଳି ଏକ ମାମଲା ଦେଖିବାକୁ ମିଳିଛି, ଯେଉଁଠି ମସ୍ତିଷ୍କର କୋଷିକାରେ ଭାଇରସ୍ ପାର୍ଟିର୍କିଲ ମିଳିଥିଲା। କେବଳ ଏକ ରକ୍ତ ପ୍ରବାହ ଓ ତନ୍ତ୍ରିକାରେ ଭାଇରସ୍ ପ୍ରବେଶ ହେବାଦ୍ବାରା ହୋଇପାରେ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’