ଉପଯୁକ୍ତ ନାମ କିଭଳି ବଦଳାଇଥାଏ ମଣିଷର ଭାଗ୍ୟ? ଭୁଲ ନାମକରଣର ପରିଣାମ ମଧ୍ୟ ଜାଣିନିଅନ୍ତୁ

ନାମକରଣ କୌଣସି ବ୍ୟକ୍ତିର ମାନସିକ ଓ ଶାରିରୀକ  ସରଞ୍ଚନାକୁ ବ୍ୟକ୍ତ କରିଥାଏ। କେବଳ ନାମରୁ ହିଁ କୌଣସି ବ୍ୟକ୍ତିର ଜନ୍ମ-ଜନ୍ମାନ୍ତରକୁ ଜଣାଯାଇପାରେ। ନାମରୁ ବ୍ୟକ୍ତିର ସ୍ବଭାବ ଆକାର ରୂପ ରଙ୍ଗ ଓ ଗୁଣ ନିର୍ଦ୍ଧାରିତ ହୋଇଥାଏ। ନାମ ମଧ୍ୟ ଜଣେ ବ୍ୟକ୍ତି ଭାଗ୍ୟ ଉପରେ ସିଧା ସଳଖ ପ୍ରଭାବ ପକାଇଥାଏ।

ବ୍ୟକ୍ତିର କୌଣସି ବିଶେଷ ନାମ କେବଳ ସଂଯୋଗ ନୁହେଁ, ଏହା ତା’ର କର୍ମ ଓ ସଂସ୍କାର ଅଟେ। ଯେଉଁ ନାମରେ ଆପଣ ଦୁନିଆରେ ପରିଚିତ ହୋଇଥାନ୍ତି ସେହି ନାମ ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଜୀବନର ସବୁକିଛି ଆକର୍ଷଣ, ସମ୍ପର୍କ ଓ ଉତଥାନ-ପତ୍ତନ ନାମ ଉପରେ ନିର୍ଭର କରିଥାଏ। ଇଶ୍ବରଙ୍କ କେଉଁ ସ୍ବରୂପ ଓ ଆକର୍ଷଣ ହେବ ଓ ଆପଣ ଆଧ୍ୟାତ୍ମିକ ହେବେ କିମ୍ବା ଭୌତିକ, ତାହା ନାଁ ହିଁ ଜଣାପଡିଥାଏ।

ନାଁ ଭୁଲ କିମ୍ବା ଠିକ୍ ହୋଇ ନପାରେ, କାରଣ ଏହା ଆପଣଙ୍କ ସଂସ୍କାର କାରଣରୁ ମିଳିଥାଏ। ଯଦି ନାମର ପ୍ରଭାବ ନକାରତ୍ମକ ସଂସ୍କାର ବ୍ୟକ୍ତ କରିଥାଏ ତେବେ ସଂସ୍କାରକୁ ଭଲ କରିବା ଦରକାର। ଏହା ସହିତ ନକାରତ୍ମକ ସଂସ୍କାର ଥିବା ନାମକୁ ବଦଳାଇ ଦେବା ଦରକାରେ। ଯଦି ଆପଣଙ୍କ ନାମର ପ୍ରଭାବ ସକାରତ୍ମକ, ତେବେ ଆପଣ ସଂସ୍କାରକୁ ବଦଳାଇ ନାମର ଅନୁରୂପ କରିନିଅନ୍ତୁ। ଯଦି ଆପଣ ନିଜ ନାମର ଅନୁରୂପ ନିଜର ସ୍ବଭାବ ରଖନ୍ତି ତେବେ ଏହାର ଭଲ ପରିଣାମ ମିଳିପାରେ। ଯଦି ଆପଣଙ୍କ ସ୍ବାଭ ନାମର ଓଲଟା ହୋଇଥାଏ ତେବେ ଜୀବନରେ ସଂଘର୍ଷର ମାତ୍ରା ବଢିଯାଇଥାଏ।

ନାମ ସବୁବେଳେ ସରଳ ଓ ଉତ୍ତମ ହେବା ଦରକାର। ରାଶିର ନାମାକ୍ଷରରୁ ଡାକିବା ନାମ ହେବା ଉଚିତ୍ ନୁହେଁ। ନାମ ସେହି ଅକ୍ଷରରୁ ରଖନ୍ତୁ, ଯାହା ଗ୍ରହ ଏବଂ ଜାତକରେ ମଜବୁତ ରହିଛି। ନାମକୁ ସବୁବେଳେ ଠିକ୍ ଭାବରେ ଡାନ୍ତୁ। ନିଜର ଜନ୍ମତିଥି ଓ ଭାଗ୍ୟ ଅନୁସାରେ ନାମର ସ୍ପେଲିଂରେ ମଧ୍ୟ ପରିବର୍ତ୍ତନ କରିପାରିବେ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ

ଫ୍ଲିପକାର୍ଟର ‘ବିଗ୍‌ ଦିୱାଲୀ ସେଲ୍’ – ହୋଇ ଯାଆନ୍ତୁ ପ୍ରସ୍ତୁତ , ଏହି ଜିନିଷ ଉପରେ ମିଳିବ ୮୦% ଯାଏ ଡିସ୍କାଉଣ୍ଟ

ରେଲଓ୍ବେରେ ମହିଳାଙ୍କୁ ସୁରକ୍ଷା ଦେବ ‘ମେରି ସହେଲି’

ପ୍ଲେ-ଅଫ୍‌ରୁ ବାଦ ପଡ଼ିଲା CSK, ସାକ୍ଷୀ ଲେଖିଲେ ଆବେଗଭରା କବିତା