ଜାଣିଛନ୍ତି କି ‘ମିର୍ଜାପୁର’ କଳାକାର କେତେ ପାରିଶ୍ରମିକ ନେଇଛନ୍ତି ?

ଭୁବନେଶ୍ୱର ୩୦/୧୦:  ୱେବ ସିରିଜ ‘ମିର୍ଜାପୁର’ର ଦ୍ୱିତୀୟ ସିଜନ ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି । ଯୁବପିଢୀଙ୍କ ମଧ୍ୟରେ ଏହା ବେଶ୍ ଆଦୃତ ଲାଭ କରିଛି । ଏହାର ବିଭିନ୍ନ ଡାଇଲଗ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହାକୁ ନେଇ ମିମ୍ ଭାଇରାଲ ହେଉଛି । ଏହାର ପ୍ରଥମ ସିଜନ ଦର୍ଶକଙ୍କୁ ବନ୍ଧୁକ, ଡ୍ରଗ୍ସ ଓ ଅରାଜକତାର ଏକ ଅନ୍ଧାର ଏବଂ ଜଟିଳ ଦୁନିଆ ଭିତରକୁ ଟାଣିନେଇଥିଲା । ଏହାପରେ ସିରିଜର ଦ୍ୱିତୀୟ ଭାଗକୁ ଦର୍ଶକ ବହୁତ ଦିନରୁ ଅପେକ୍ଷା କରିରହିଥିଲେ । ଏବେ ଦ୍ୱିତୀୟ ସିଜନ ମଧ୍ୟ ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି । ସବୁ କଳାକାର ଦମଦାର ଅଭିନୟ କରିଛନ୍ତି । ତେବେ ଆପଣ ଜାଣିଛନ୍ତି ଏଥିରେ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା କଳାକାରମାନେ କେତେ ଟଙ୍କା ପେମେଣ୍ଟ ନେଉଛନ୍ତି ? ଆସନ୍ତୁ ଜାଣିବା…

image courtesy:https://www.cinemaexpress.com/

ରସିକା ଦୁଗ୍ଗଲ
ରସିକା ଦୁଗ୍ଗଲ ଏଥିରେ ବୀଣା ତ୍ରିପାଠୀ ଭୂମିକାରେ ଅଭିନୟ କରନ୍ତି । ତ୍ରିପାଠୀ ପରିବାରର ସେ ବୋହୂ ଭାବେ ଦମଦାର୍ ଅଭିନୟ କରିଛନ୍ତି । ପ୍ରତି ଏପିସୋଡ୍ ପାଇଁ ସେ ୨ ଲକ୍ଷ ଟଙ୍କା ନିଅନ୍ତି । କହିରଖୁଛୁ ଏହା କେବଳ ସିଜନ ୨ର । ସିଜନ ୨ରେ ସମୁଦାୟ ୧୦ଟି ଏପିସୋଡ୍ ଅଛି । ପ୍ରତି ଏପିସୋଡ୍ ପାଇଁ ୨ ଲକ୍ଷ ହେଲେ ୧୦ଟି ଏପିସୋଡ୍ ପାଇଁ ୨୦ ଲକ୍ଷ ଟଙ୍କା ନେଇଛନ୍ତି ରସିକା ।

image courtesy:https://www.bollywoodhungama.com/

ଦିବ୍ୟେନ୍ଦୁ ଶର୍ମା
ଦିବ୍ୟେନ୍ଦୁ ଏଥିରେ ମୁନ୍ନା ଭେୟା ତଥା କିଙ୍ଗ୍ ଅଫ୍ ମିର୍ଜାପୁର କାଲିନ୍ ଭେୟାଙ୍କ ପୁଅ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ଅଭିନୟ ଯୁବପୀଢିଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ଚରିତ୍ରଟିକୁ ସମ୍ପୂର୍ଣ୍ଣ ସିରିଜରେ ଅତି ଦମଦାର୍ ଭାବେ ଚିତ୍ରଣ କରାଯାଇଛି । ଦିବ୍ୟେନ୍ଦୁ ପ୍ରତି ଏପିସୋଡ୍ ପାଇଁ ୫ ଲକ୍ଷ ଟଙ୍କା ନେଇଛନ୍ତି ।

image courtesy:https://yourstory.com/

ପଙ୍କଜ ତ୍ରିପାଠୀ
କିଙ୍ଗ ଅଫ୍ ମିର୍ଜାପୁର ତଥା କାଲିନ ଭେୟା ଭୂମିକାରେ ଅଭିନୟ କରିଛନ୍ତି ପଙ୍କଜ ତ୍ରିପାଠୀ । ପଙ୍କଜ ତ୍ରିପାଠୀ ଜଣେ ବରିଷ୍ଠ କଳାକାର । ତାଙ୍କ ଅଭିନୟ ସବୁବେଳେ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସବୁ ଭୂମିକାରେ ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ କରିଥାନ୍ତି । ତାଙ୍କର ବିଭିନ୍ନ ଡାଇଲଗ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହି ସିଜନରେ ସେ ପ୍ରତି ଏପିସୋଡ୍ ପାଇଁ ୧୦ ଲକ୍ଷ ଟଙ୍କା ନେଇଛନ୍ତି ।

image courtesy:https://www.dnaindia.com/

ଅଲ୍ଲୀ ଫଜଲ
ଅଲ୍ଲୀ ଫଜଲ ଏହି ସିରିଜରେ ଗୁଡ୍ଡୁ ଭେୟା ବା ଜଣେ ଗ୍ୟାଙ୍ଗଷ୍ଟାର୍ ଭୂମିକାରେ ନଜର ଆସୁଛନ୍ତି । ସେ ପ୍ରତି ଏପିସୋଡ୍ ପାଇଁ ୧୨ ଲକ୍ଷ ଟଙ୍କା ଦାବି କରିଥିଲେ ।

image courtesy:https://www.inextlive.com/

ଶ୍ୱେତା ତ୍ରିପାଠୀ
ୱେବ ସିରିଜରେ ଗଜଗାମିନୀ ଗୁପ୍ତା ବା ଗୋଲୁ ଭୂମିକାରେ ଅଭିନୟ କରିଥିବା ଶ୍ୱେତା ତ୍ରିପାଠୀ ପୂର୍ବରୁ ଅଭିନୟ ଜଗତରେ ନିଜ ଜଲୱା ଦେଖାଇ ସାରିଛନ୍ତି । ସେ ଏହି ସିଜନ ପାଇଁ ପ୍ରତି ଏପିସୋଡ୍ ପିଛା ୨.୨ ଲକ୍ଷ ଟଙ୍କା ନେଇଛନ୍ତି ।

image courtesy:https://lifeandtrendz.com/

ରାଜେଶ୍ ତୈଲଙ୍ଗ
ରାଜେଶ୍ ତୈଲଙ୍ଗ ଗୁଡ୍ଡୁ ଭେୟାଙ୍କ ବାପା ତଥା ଜଣେ ଓକିଲ ଭୂମିକାରେ ନଜର ଆସୁଛନ୍ତି । ଭୂମିକାରେ ତାଙ୍କ ସଚ୍ଚୋଟତା କାହାଣୀକୁ ଜୀବନ୍ତ କରିବାରେ ବହୁତ ସାହାଯ୍ୟ କରିଛି । ତାଙ୍କ ଅଭିନୟ ମଧ୍ୟ ବେଶ୍ ଆଦୃତ । ସେ ପ୍ରତି ଓପିସୋଡ୍ ପିଛା ୧.୫ ଲକ୍ଷ ଟଙ୍କା ନେଇଛନ୍ତି ।

image courtesy:https://www.amarujala.com/

କୂଳଭୂଷଣ ଖରବନ୍ଦା
ତ୍ରିପାଠୀ ପରିବାରର ସବୁଠାରୁ ବୟସ୍କ ମେମ୍ବର ତଥା ମୁରବୀ ଭାବେ ନଜର ଆସୁଛନ୍ତି କୂଳଭୁଷଣ । ଅଭିନୟ ଜଗତରେ ସେ ଅନେକ ବର୍ଷ ହେବ ନିଜ କାମ କରିଆସୁଛନ୍ତି ଏବଂ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇ ଆସୁଛନ୍ତି । ମିର୍ଜାପୁର ସିଜନ ୨ ପାଇଁ ସେ ଏପିସୋଡ୍ ପିଛା ୩ ଲକ୍ଷ ଟଙ୍କା ନେଇଛନ୍ତି ।