ଦିଳ୍ଲୀ ହାଇକୋର୍ଟ ଆରବିଆଇକୁ ମାଗିଲା ଜବାବ୍; ବିନା ଅନୁମତିରେ କେମିତି ଚାଲିଛି ‘ଗୁଗୁଲ ପେ’

ନୂଆଦିଲ୍ଲୀ ୧୦।୪: ଭାରତରେ ଅଧିକ ଲୋକପ୍ରିୟ ଥିବା ଡିଜିଟାଲ ପେମେଣ୍ଟ ଆପ୍ ‘ଗୁଗୁଲ ପେ’କୁ ନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରିଜର୍ବ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ପ୍ରଶ୍ନ ପଚାରିଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଦାଏର ହୋଇଥିବା ଏକ ଜନହିତ ଆବେଦନ ଉପରେ ଶୁଣାଣି କରିବା ନେଇ ଆରବିଆଇ ଏବଂ ଗୁଗୁଲ ଇଣ୍ଡିଆକୁ ଜବାବ ମାଗିଛି ଯେ, ବିନା ଅନୁମତିରେ ଭାରତରେ ଗୁଗୁଲ ପେ ଆପ୍ କେମିତି ଚାଳିଛି ?

କହି ଦିଆଯାଉଛି କି ଆବେଦନରେ ଦାବି କରାଯାଇଛି କି, ଗୁଗୁଲ ପେ ଆପ୍ ବିନା ଔପଚାରିକ ମଞ୍ଜୁରୀ ଭାବେ କାମ କରୁଛି। ଫଳରେ ମୁଖ୍ୟ ଜର୍ଜ ରାଜେନ୍ଦ୍ର ମେନନ ଏବଂ ବିଚାରପତି ଏ.ଜେ ଭବାନୀ ଏହି ଜନହିତ ଆବେଦନ ଉପରେ ଶୁଣାଣି କରି ଆରବିଆଇକୁ ଏହି ପ୍ରଶ୍ପ ପଚାରିଛନ୍ତି।

ଆବେଦନରେ କୁହାଯାଇଛି କି ଗୁଗୁଲ ପେ ଅର୍ଥ ପ୍ରଦାନ ଧାରାର ଉଳ୍ଲଘଂନ କରୁଛି ଏବଂ ଅବୈଧ ରୂପରେ ଭାରତରେ ଏହାକୁ ବ୍ୟବହାର କରୁଛି। ବ୍ୟାଙ୍କରୁ ଗୁଗୁଲ ପେ କୁ କୈାଣସି ପ୍ରମାଣ ପତ୍ର ମିଳିନାହିଁ। ଆରବିଆଇ ଏବଂ ଗୁଗୁଲ ଇଣ୍ଡିଆକୁ ଏହି ସମ୍ବନ୍ଧରେ ନୋଟିସ୍ ମଧ୍ୟ ଜାରି କରିଛି ଏବଂ ଅଭିଜିତ ମିଶ୍ରାଙ୍କୁ ଜବାବ୍ ମାଗିଛି।

ମାର୍ଚ୍ଚ ୨୦ରେ ଜାରି ହୋଇଥିବା ଆରବିଆଇ ଦ୍ବାରା ଅଧିକୃତ ‘ପେମେଣ୍ଟ ସି​‌ଷ୍ଟମ୍ ଅପରେଟର’ ତାଳିକାରେ ଗୁଗୁଲ ପେ ର କୈାଣସି ନାଁ ନାହିଁ। ଏହି ତାଲିକା ସାମ୍ନାକୁ ଆସିଲା ପରେ ଏବେ ହଇଚଇ ସୃଷ୍ଟି ହୋଇଛି।

   ସମ୍ବନ୍ଧିତ ଖବର


ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଲକ୍ଷେ ଟଙ୍କାରେ ବିକ୍ରି ହେଉଥିବା iPhone 12 Proକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମାତ୍ର ୩୦ ହଜାର ଟଙ୍କା !

ଲଗାତର ତୃତୀୟ ଦିନ ହ୍ରାସ ପାଇଲା ସୁନା ଦାମ୍

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ଭାରତରେ ଲଞ୍ଚ ହେଲା ଶସ୍ତା 5G ସ୍ମାର୍ଟଫୋନ୍‌, ଜାଣନ୍ତୁ ଏହାର ଫିଚର୍ସ ଓ ଦାମ୍‌ କେତେ?