PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ମନ୍ କୀ ବାତ୍’ରେ ରହସ୍ୟ ଖୋଲିଲେ ମୋଦି: ‘ମ୍ୟାନ୍ ଭର୍ସେସ ୱାଇଲ୍ଡ’ ସୋ’ରେ ବେୟର ଗ୍ରିଲ୍ସ କିଭଳି ବୁଝିପାରୁଥିଲେ ହିନ୍ଦୀ

ନୂଆଦିଲ୍ଲୀ,୨୫।୮: ଡିସକଭରି ଚ୍ୟାନେଲରେ ଲୋକପ୍ରିୟ ସୋ’ ‘ମ୍ୟାନ୍ ଭର୍ସେସ ୱାଇଲ୍ଡ’ରେ ମୋଦିଙ୍କୁ ଏହାର ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଜଙ୍ଗଲ ଯାତ୍ରାରେ ଦେଖିବାକୁ ମିଳିଥିଲା । ଉତ୍ତରାଖଣ୍ଡର କାର୍ବେଟ ନ୍ୟାସନାଲ ପାର୍କର ଜଙ୍ଗଲରେ ବୁଲିଥିଲେ ଉଭୟ ବେୟର ଗ୍ରିଲ୍ସ ଓ ମୋଦି ତେବେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ ‘ସୋ’ ର ଉପସ୍ଥାପକ ବେୟର ଗ୍ରିଲ୍ସ   ହିନ୍ଦୀ   ବୁଝି ପାରନ୍ତି ନାହିଁ ହେଲେ ପିଏମ ମୋଦି କହୁଥିବା ହିନ୍ଦୀ ଭାଷାକୁ କିପରି ବୁଝିଲେ ବୋଲି ବିଭିନ୍ନ ମିଡିଆରେ ଚର୍ଚ୍ଚା ଚାଲିଥିଲା। ତେବେ ଆଜି ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ମୋଦି ଏହି କଥାର ଖୋଲିଛନ୍ତି ଗୁମର। ଯାହାଫଳରେ ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’କୁ ନେଇ ଉଠିଥିବା ପ୍ରଶ୍ନରେ ଆଜି ପଡିଛି ପୂର୍ଣ୍ଣଚ୍ଛେଦ।

ମୋଦି କହିଛନ୍ତି, ଏହି କଥାର କିଛି ରହସ୍ୟ ନାହିଁ। ବେୟର ଗ୍ରିଲ୍ସଙ୍କ ସହ କଥା ହେବା ପାଇଁ ଟ୍ରାନ୍ସଲେଟର ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ଉଭୟଙ୍କ ଭାଷାର ଆଦାନ ପ୍ରଦାନ ପାଇଁ ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ସହଯୋଗ ନିଆଯାଇଥିଲା । ହିନ୍ଦୀ ଭାଷାକୁ ଟ୍ରାନ୍ସଲେଟର ଟେକ୍ନୋଲୋଜି ମାଧ୍ୟମରେ ଟ୍ରାନ୍ସଲେସନ କରି ଇଂରାଜୀ ଭାଷା କରାଯାଉଥିଲା। ସେହିପରି ବେୟର ଗ୍ରିଲ୍ସ କହୁଥିବା ଇଂରାଜୀ ଭାଷାକୁ ମଧ୍ୟ ମେସିନ ମାଧ୍ୟମରେ ଟ୍ରାନ୍ସଲେସନ କରି ହିନ୍ଦୀ ଭାଷା କରାଯାଉଥିଲା।

ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହା ଉପରୁ ପରଦା ହଟାଇ ମୋଦି କହିଛନ୍ତି, ବେୟର ଓ ମୋ ମଧ୍ୟରେ ହୋଇଥିବା ବାର୍ତ୍ତାଳପରେ ଟେକ୍ନୋଲୋଜି ବଡ ଭୂମିକା ଗ୍ରହଣ କରିଥିଲା ।ଜଙ୍ଗଲଯାତ୍ରା ସମୟରେ ବେୟର ଗ୍ରିଲ୍ସଙ୍କ କାନରେ ଏକ କର୍ଡଲେସ ଡିଭାଇସ ଲାଗିଥିଲା ଯାହା ମୋଦିଙ୍କ କଥାକୁ ସଙ୍ଗେ ସଙ୍ଗେ ଇଂରାଜୀରେ ଟ୍ରାନ୍ସଲେଟ କରୁଥିଲା । ଯାହାଫଳରେ ଉଭୟ ପରସ୍ପରର କଥାକୁ ବୁଝି ପାରୁଥିଲେ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ର ଏହି ଏପିସୋଡ ବିଶ୍ୱର ଟ୍ରେଣ୍ଡିଙ୍ଗ ଟେଲିଭିଜନ ସୋ’ ରହିଥିଲା ।

ଉଲ୍ଲେଖନୀୟ ଯେ, ଏହି ସୋ’ ଟେଲିକାଷ୍ଟ ହେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଥିଲା। ତାହା ହେଲା ସମ୍ପୂର୍ଣ୍ଣ ସୋ’ରେ ମୋଦି ହିନ୍ଦିରେ ନିଜର ଅନୁଭୂତି ସମ୍ପର୍କରେ କହୁଥିବା ବେଳେ ବେୟର ଗ୍ରିଲ୍ସ କିଭଳି ବୁଝିପାରୁଥିଲେ।ମୋଦି-ବେୟରଙ୍କ ବାର୍ତ୍ତାଳପ ଏଡିଟ କରାଯାଇଛି ନା ଏଥିପାଇଁ ବାରମ୍ବାର ସୁଟ୍ କରାଯାଇଛି ତାହା ଜାଣିବା ପାଇଁ ଲୋକଙ୍କ ମନରେ ଖୁବ୍ ଉତ୍ସାହ ରହିଥିଲା। ତେବେ ଶେଷରେ ଆଜି ମୋଦି ଲୋକଙ୍କ ମନ ଭିତରେ ଥିବା ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।