PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଫାଶୀ ଦେବା ପାଇଁ ଘାତକଙ୍କୁ କେତେ ଟଙ୍କା ମିଳେ ପାରିଶ୍ରମିକ ?

ନୁଆଦିଲ୍ଲୀ ୧୩/୧୨: ନିର୍ଭୟା ମାମଲାରେ ଦୋଷୀଙ୍କୁ କେବେ ବି ଫାଶୀ ଦିଆଯାଇପାରେ । ଏଥିପାଇଁ ରଶି ମଧ୍ୟ ପ୍ରସ୍ତୁତ କରାଯାଉଛି ଏବଂ ଘାତକ ଖୋଜିବା ଆରମ୍ଭ ହୋଇଗଲାଣି । ତେବେ ଆପଣ ଜାଣିଛନ୍ତି କି ଫାଶୀ ଦେବା ଘାତକକୁ କେତେ ପାରିଶ୍ରମିକ ମିଳିଥାଏ ? ଯଦି ଜାଣିନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏସମ୍ପର୍କରେ ଜଣାଇବୁ ।

ନିର୍ଭୟା ମାମଲାରେ ୪ ଦୋଷୀ ତିହାର ଜେଲରେ ଅଛନ୍ତି । ମିରଟର ଘାତକ ପବନଙ୍କୁ ଦିଲ୍ଲୀର ତିହାର ଜେଲ୍ ଡକାଯାଇଛି । ପବନ ମଧ୍ୟ କହିଛନ୍ତି ଯେ ଦୋଷୀଙ୍କୁ ଫାଶୀ ହେବା ଉଚିତ୍ । ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଅଧିକାରୀ ମୋତେ ଯେତେବେଳେ ବି ତିହାର ଡକାଇବେ ମୁଁ ଯିବି ।  ତେବେ ଏଥିପାଇଁ କେତେ ପାରିଶ୍ରମିକ ମିଳେ ବୋଲି ପ୍ରଶ୍ନର ଜବାବ ଦେଇ ପବନ କୁହନ୍ତି କି ଏହି କାମ ପାଇଁ ପୂରୁଣା ସମୟ ହିସାବରେ ବହୁତ ପଇସା ମିଳୁଥିଲା । ସେହି ସମୟରେ ଗୋଟେ ଶରୀର ପିଛା ୧୦୦ ଟଙ୍କା ମିଳୁଥିଲା । ୨୦୧୩ରେ ବୃଦ୍ଧି ପାଇ ଏହା ୩ ହଜାର ଟଙ୍କା ହୋଇଥିଲା । କିନ୍ତୁ ଏହି ରାଶି ବହୁତ କମ୍ ଥିଲା । ଏଥିପାଇଁ ଆମେ ସ୍ୱର ଉଠାଇଲୁ । ଏବେ ଫାଶୀ ଲଗାଇବା ପାଇଁ ୫ ହଜାର ଟଙ୍କା ମିଳୁଛି  ।

କହିରଖୁଛୁ ପବନ କୁମାରଙ୍କ ପରିବାର ବର୍ଷ ବର୍ଷ ହେବ ଘାତକ ଭାବେ କାମ କରିଆସିଛନ୍ତି । ଏବେ ପବନ ଏହି କାମରେ ନିୟୋଜିତ ଅଛନ୍ତି । ତାଙ୍କ ପୂର୍ବପୁରୁଷ ଏବଂ ସେ ଆଜି ପର୍ଯ୍ଯନ୍ତ ସମୁଦାୟ ୨୫ରୁ ଅଧିକ ଦୋଷୀଙ୍କୁ ଘାତକ ଭାବେ ଫାଶୀ ଦେଇସାରିଛନ୍ତି । ତାଙ୍କ ପରିବାରରେ ସ୍ୱାଧୀନତା ପରେ ଲକ୍ଷ୍ମଣ, କାଳୁରାମ ଓ ବବୁ ସିଂହଙ୍କ ପରେ ଏବେ ପବନ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି ।

କହିରଖୁଛୁ ନିର୍ଭୟା ମାମଲାରେ ଦୋଷୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯାଇପାରେ । ଏଥିପାଇଁ ଘାତକ ଖୋଜିବା ଆରମ୍ଭ ହୋଇଗଲାଣି । ତିହାର ଜେଲ୍ ଅଧିକାରୀ ୟୁପି ଜେଲ୍ ବିଭାଗ ଅଧିକାରୀଙ୍କୁ ଚିଠି ଲେଖି ପବନଙ୍କୁ ଦିଲ୍ଲୀ ପଠାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଉତ୍ତର ପ୍ରଦେଶରେ କେବଳ ୨ ଜଣ ଘାତକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଇଲିୟାସ ଘାତକଙ୍କ ଶରୀର ଅସୁସ୍ଥ ଅଛି । ଅନ୍ୟ ଜଣେ ହେଲେ ପବନ । ଏଥିପାଇଁ ପବନଙ୍କୁ ତିହାର ଜେଲ୍ ଡକାଯାଇଛି । ୟୁପି କାରାଗାର ମହାନିର୍ଦ୍ଦେଶକ ଆନନ୍ଦ କୁମାର କହିଛନ୍ତି ଯେ ତିହାରର ପତ୍ର ମିଳିଛି । ଆମେ ତିହାର ଜେଲ୍ ପ୍ରଶାସନକୁ ତାର ଜବାବ ଦେଇଦେଇଛୁ । ଯେଉଁ ଦିନ ଦରକାର ପଡିବ ଆମେ ପବନଙ୍କୁ ପଠାଇବୁ ।

ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ଲାଗି ତିହାର ଜେଲ୍‌ କର୍ତ୍ତୃପକ୍ଷ ଫାଶୀ ରଶି ବିହାରର ବକ୍ସାର ଜେଲ୍‌ରୁ ମଗାଇଛନ୍ତି । ତିହାରରେ ଏବେ ୫ଟି ରଶି ରହିଛି । କିନ୍ତୁ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପୂର୍ବରୁ ସେଥିରୁ ଗୋଟିଏ କିମ୍ବା ଦୁଇଟି  ରଶିକୁ ପରୀକ୍ଷା କରାଯିବ । ତେଣୁ ଅଧିକ ରଶିର ଆବଶ୍ୟକତା ଥିବାରୁ ସେମାନେ ମଗାଇଛନ୍ତି । ସେହିଭଳି ତିହାର ଜେଲ୍‌ରେ କୌଣସି ଜହ୍ଲାଦ (ଘାତକ) ନାହାନ୍ତି । ତେଣୁ ଜେଲ୍‌ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶରୁ ଦୁଇଜଣ ଜହ୍ଲାଦ ମଗାଇଛନ୍ତି । ୟୁପି ଜେଲ୍‌ ବିଭାଗ ଏଡିଜି ଆନନ୍ଦ କୁମାର କହିଛନ୍ତି ସେମାନଙ୍କ ପାଖରେ ଏବେ ୨ ଜଣ ଜହ୍ଲାଦ ଅଛନ୍ତି । ଜଣଙ୍କ ଘର ଲକ୍ଷ୍ନୌରେ ଓ ଅନ୍ୟଜଣଙ୍କର ମିରଟରେ । ଦିଲ୍ଲୀ ଜେଲ୍‌ କର୍ତ୍ତୃପକ୍ଷ ଗତ ୯ ତାରିଖରେ ଚିଠି ଲେଖି ଆବଶ୍ୟକ ପଡିଲେ ସେମାନଙ୍କୁ ପଠାଇବା ଲାଗି ଅନୁରୋଧ କରିଛନ୍ତି । ସେମାନେ ଜହ୍ଲାଦଙ୍କୁ ପଠାଇବା ଲାଗି ପ୍ରସ୍ତୁତ ଥିବା କୁମାର କହିଛନ୍ତି ।

ନିର୍ଭୟା କେସରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘାତକଙ୍କ ଆବଶ୍ୟକ ପଡିବ । ୟୁପିରେ ୨ ଘାତକ ଅଛନ୍ତି । ଉଭୟଙ୍କ ମଧ୍ୟରୁ କାହାକୁ ଜଣକୁ ତିହାର୍ ଜେଲ୍ ପଠାଯିବ ।  ଏହି କାମ ପାଇଁ ତିହାର ଜେଲ୍ ପ୍ରଶାସନ ଘାତକଙ୍କ ସମସ୍ତ ଖର୍ଚ୍ଚ ଓ ଯାତ୍ରାର ଖର୍ଚ୍ଚ ମଧ୍ୟ ବହନ କରିବ

ସମ୍ବନ୍ଧିତ ଖବର