ଏମିତି ଧରାପଡିଲା ଚୀନର ଚାଲ୍ : ଭାରତକୁ ନିକୃଷ୍ଟ PPE କିଟ୍ ପଠାଉଥିଲା

ନୂଆଦିଲ୍ଲୀ ୨୦/୪ : କରୋନା ଭାଇରସ ରୋଗୀଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସୁରକ୍ଷା ଦେବ PPE କିଟ୍ । ଏହି ପ୍ରୋକ୍ଟେଟିଭ୍ ସୁଟକୁ ପିନ୍ଧି ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରିବେ । ଏହି ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଇ) ର ମୁଖ୍ୟ ଯୋଗାଣକାରୀ ଚୀନ୍ ଭାରତକୁ କିଛି ଖରାପ ଗୁଣାତ୍ମକ କିଟ୍ ପଠାଇଛି। ଯାହା ବ୍ୟବହାର ଯୋଗ୍ୟ ନୁହେଁ। ପରୀକ୍ଷଣରୁ ଜଣାପଡିଛି । ଏହା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି ।

କିନ୍ତୁ ଏହି PPE କିଟ୍ କିପରି ପରୀକ୍ଷା କରାଯାଏ? ଏହା କିପରି ବ୍ୟବହାର ଯୋଗ୍ୟ କି ନୁହେଁ ତାହା କିପରି ନିର୍ଣ୍ଣୟ କରାଯାଏ? ଆସନ୍ତୁ ସେ ବିଷୟରେ ଜାଣିବା –

କେମିତି PPEର ପରୀକ୍ଷା ହୁଏ ?
କେବଳ ଗୋଟିଏ ଥରରେ ଏହି ପିପିଇ କିଟର ପରୀକ୍ଷଣ ସରିଯାଏ ନାହିଁ । ଏହାକୁ ଅନେକ ସ୍ତର ଦେଇ ଚେକ୍ କରାଯାଏ । ଆଉ ଏହି ଚେକିଂ କାମକୁ ଭାରତର ଦୁଇଟି ପ୍ରମୁଖ ସଂସ୍ଥା କରେ । ଗୋଟିଏ ହେଉଛି DRDO ( Defence Research and Development Organisation) ଏବଂ Textile Ministry ରେ ଥିବା ପ୍ରତିଷ୍ଠାନଗୁଡ଼ିକ ଏହାର ଗୁଣବତ୍ତା ଯାଞ୍ଚ କରନ୍ତି ।

ଭାରତରେ ଏହି ପିପିଇର ଗୁଣବତ୍ତାକୁ ଏହିପରି ଚେକ୍ କରାଯାଏ –

କୋଏମ୍ବାଟୁରରେ ଥିବା ଦକ୍ଷିଣ ଇଣ୍ଡିଆ ଟେକ୍ସଟାଇଲ୍ ରିସର୍ଚ୍ଚ ଆସୋସିଏସନ୍ (SITRA) ପାଞ୍ଚଟି ପର୍ଯ୍ୟାୟ ବିଷୟରେ ସୂଚନା ଦେଇଛି ।
୧- ସିନ୍ଥେଟିକ୍ ବ୍ଲଡ – PPE ସୁଟରେ ଯେପରି ଭିତରୁ ବାହାରକୁ ଓ ବାହାରୁ ଭିତରକୁ କୌଣସି ତରଳ ପଦାର୍ଥର ଲିକ୍ ନହୁଏ , ଏହା ଜାଣିବା ପାଇଁ ରକ୍ତ ବ୍ୟବହୃତ ହୁଏ । ସିନ୍ଥେଟିକ୍ ରକ୍ତ ଲ୍ୟାବରେ ତିଆରି ହୁଏ । PPE କପଡା ଉପରେ ବିଭିନ୍ନ ପ୍ରକାରରେ ଏହାକୁ ଢ଼ଳା ଯାଏ । ଯଦି ପିପିଇରେ ଲିକ୍ ହୋଇ ନଷ୍ଟ ହୋଇଗଲା ତ ଏହା ବିଫଳ ଏବଂ ଯଦି ପାସ୍ ହୁଏ ତ ଭଲ ।

୨-ଜଳ ଓ ଆଦ୍ରତା ପରୀକ୍ଷା – ଏହାକୁ ପିନ୍ଧିଲେ ଦେହରୁ ବାହାରୁଥିବା ଝାଳ ଶୁଖିବ କି ନାହିଁ । ଏହା ଭିତରେ ଅତ୍ୟଧିକ ଗରମ ହେବ କି ? ଏହି ସବୁର ପରୀକ୍ଷା କରାହୁଏ ।

୩- ଓଜନ ପରୀକ୍ଷା – ପିପିଇ କିଟର ଓଜନ ଯାଞ୍ଚ କରାଯାଏ । ଏହା ଦେଖାଯାଏ ଯେ PPE ସୁଟର GSM ଗଣନା କମ୍ କି ଅଧିକ ନୁହେଁ ତ ? ଏହାକୁ ନେଇ WHO ଏକ ଓଜନ ମାନକ ଖରିଛି। ବିଭିନ୍ନ କମ୍ପାନୀ ଦ୍ୱାରା ନିର୍ମିତ PPE ସୁଟ୍ ଗୁଡିକର ଓଜନ ୪୯ GSM ରୁ ୬୫ GSM ମଧ୍ୟରେ ହେବା ଉଚିତ୍ । ଏହାଠୁ ଅଧିକ ନୁହେଁ କି କମ୍ ନୁହେଁ ।

୪-କପଡାର କ୍ଷମତା – PPE କିଟକୁ ବର୍ତ୍ତମାନ ଡାକ୍ତର ଓ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିନସାରା ପିନ୍ଧିବାକୁ ପଡିବ । ଦିନସାରା ପିନ୍ଧି ଏଥିରେ କାମ କରିବା ଦ୍ବାରା କପଡା ବି ଟଣାଟଣିରେ ଚିରି ଯାଇପାରେ । ଏପରି ପରିସ୍ଥିତିରେ, କପଡ଼ାର କ୍ଷମତା ବା ଶକ୍ତିର ମଧ୍ୟ ପରୀକ୍ଷା କରାଯାଏ ।

୫-ସଠିକ ସିଲେଇର ଟେଷ୍ଟ – କପଡାର ଠିକରେ ସିଲେଇ ହୋଇଛି ନାହିଁ ମଧ୍ୟ ପରୀକ୍ଷା ହୁଏ । କାରଣ ସଠିକ ସିଲେଇ ନ ହୋଇଥିଲେ ତରଳ ଜିନିଷ ବା ଜଳ ବାହାରୁ କିମ୍ବା ଭିତରୁ କପଡା ଦେଇ ଯାଇପାରେ ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ