ନିହାରିକାଙ୍କୁ ମାରିବାକୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲା ରାଜା,କିଭଳି କରିଥିଲା ହତ୍ୟା ତାହାର ସୂଚନା ଦେଲେ ଜଗତସିଂହପୁର ଏସ୍‌ପି

ଜଗତସିଂପୁର, ୨୧।୯: ବିଲୁଆଖାଇ ନଦୀ ପଠାରୁ ନର୍ସ ନିହାରିକାଙ୍କ ମୃତଦେହ ମିଳିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ହତ୍ୟାକାଣ୍ଡ ପର୍ଦ୍ଦାଫାଶ ହୋଇଛି । ନିଜେ ଏକାମାରିଥିବା କଥା ସ୍ବୀକାର କରିଛି ତାଙ୍କର ପ୍ରେମିକ ରାଜା। ଘଟଣା ଦିନର ସିସିଟିଭି ଫୁଟେଜ୍‌କୁ ମଧ୍ୟ ପୋଲିସ ଜବତ କରିଛି। ନିହାରିକାଙ୍କୁ ହତ୍ୟା କରିବା ପରେ ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି, କଳା ରଙ୍ଗର ହୋଣ୍ଡା ସାଇନ୍‌ ମଟର ସାଇକେଲ୍‌ରେ ବିଲୁଆଖାଇ ନଦୀରେ ଫୋପାଡିଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂପୁର ଏସ୍‌ପି ଆର୍‌ ପ୍ରକାଶ ଏହି ସୂଚନା ଦେଇଛନ୍ତି ।

ନିହାରିକାଙ୍କ ହତ୍ୟାକାଣ୍ଡ ମାମଲରେ ପୋଲିସ ଦେଇଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୮ ତାରିଖ ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନିହାରିକାଙ୍କ ଗଳାଚିପି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ବେଳେ ରାଜା ମଧ୍ୟ ସମାନ କଥା କହିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବିବାହ ପାଇଁ ନିହାରିକା ରାଜି ନହେବା ବୋଲି ଅଭିଯୁକ୍ତ ସୂଚନା ଦେଇଥିବା ପୋଲିସ କହିଛି ।

ଉଲ୍ଲେଖନୀୟ ଯେ, ମୃତ ନିହାରିକା ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ   ତାଙ୍କ ଦରମା ୫ ହଜାର ଟଙ୍କା ଥିଲା।  ଅପରପକ୍ଷରେ ଅଭିଯୁକ୍ତ ରାଜା ଓରଫ କିଶୋର ଆଞ୍ଚଲ କୌଣସି କାମ କରୁନଥିଲା । ଫଳରେ ବିବାହ କରିବା ସମ୍ଭବ ନାହିଁ ବୋଲି ନିହାରିକା ଯୁକ୍ତି କରି ଆସୁଥିଲେ । ଅପରପକ୍ଷରେ ବିବାହ ପାଇଁ ନିହାରିକାଙ୍କ ଉପରେ ରାଜା ବାରମ୍ବାର ଚାପ ପକାଉଥିଲା ।ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବହୁବାର ଝଗଡା ହେଉଥିଲା । ଶେଷରେ ରାଜାକୁ ସେ ବିବାହ କରିବେ ନାହିଁ ବୋଲି ନିହାରିକା କହିଥିଲେ।

ଏହାପରେ ନିହାରିକାଙ୍କୁ ଜୀବନରେ ମାରିଦେବା ପାଇଁ ରାଜା ଯୋଜନା ପ୍ରସ୍ତୁତ କରିଥିଲା । ସେଥିପାଇଁ କଟକ ଚାଉଳିଆଗଞ୍ଜରେ ରହୁଥିବା ସୁନୀଲ ସାହୁ ନାମକ ତାର ଜଣେ ସାଙ୍ଗଠାରୁ ସେ ଭଡା ଘରର ଚାବି ମାଗିଆଣି ପାଖରେ ରଖିଥିଲା   ସୁନୀଲ ନିଜ ଗାଁ ଜଗତସିଂପୁରର ହାଜିପୁର ଚାଲିଯାଇଥିବାରୁ ଘର ମଧ୍ୟ ଖାଲିଥିଲା । ଏଭଳି ଏକ ସୁଯେଗା ଦେଖି ରାଜା ୮ ତାରିଖ ଅପରାହ୍ନ ୪ ବେଳେ ଏମ୍‌ଏମ୍‌ ନର୍ସିଂହୋମରୁ ନିହାରିକାଙ୍କୁ ନେଇ ଚାଉଳିଆଗଞ୍ଜର ସେହି ଘରେ ପହଞ୍ଚିଥିଲା । ଘଣ୍ଟାଏ ଦୁଇ ଘଣ୍ଟା ରହିବାପରେ ନିହାରିକାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ରାଜା । ଏହାପରେ ଏକ ପ୍ଲାଷ୍ଟିକ ଅଖାରେ ନିହାରିକାଙ୍କ ଶବକୁ ବାନ୍ଧି ନିଜ ଗାଡିରେ ଲଦି ବିଲୁଆଖାଇ ନଦୀ ପଠାକୁ ଯାଇଥିଲା ଓ ଶବକୁ ନଦୀ ଭିତର ଫିଙ୍ଗି ଦେଇଥିଲା। ୮ତାରିଖ ଦିନ ନିହାରିକାଙ୍କୁ ହତ୍ୟା କରିବା ପରେ ରାଜା ନିଜ ଗାଁ ହାଜିପୁରକୁ ଚାଲିଯାଇଥିଲା।

୯ ତାରିଖ ଦିନ ନିହାରିକା ନର୍ସିଂହୋମକୁ ନ ଯିବାରୁ ନର୍ସିଂହୋମ କର୍ତ୍ତୃପକ୍ଷ କଟକ ମଧୁପାଟଣା ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟରେ ନିହାରିକାଙ୍କୁ ୮ ତାରିଖ ଦିନ ରାଜା ଓରଫ କିଶୋର ଆଞ୍ଚଲ ସାଙ୍ଗରେ ନେଇ ଯାଇଥିବା ଦର୍ଶାଯାଇଥିଲା । ୧୭ ତାରିଖ ଦିନ ଶବ ଭର୍ତ୍ତି ଅଖାଟି ନଦୀ ପଠାରେ ଲାଗିବାପରେ ପୋଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା

ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରରେ ରହୁଥିବା ନିହାରିକାଙ୍କର ବାପା ମାଆ ମଧ୍ୟ ମଧୁପାଟଣା ଥାନାରେ ଆଉଏକ ଅଭିଯୋଗ ଦାଖଲ କରିଥିଲେ। ମଧୁପାଟଣା ପୋଲିସ ନିହାରିକାଙ୍କ ଖୋଜଖବର ନେବା ଆରମ୍ଭ କରିବା ପରେ ରାଜା ଭୟଭୀତ ହୋଇ ଫେରାର ହୋଇଯାଇଥିଲା ।ଗତକାଲି ରାଜା ବିରିଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ତେବେ ରାଜା ଆତ୍ମସମର୍ପଣ କରିବା ପୂର୍ବରୁ ପୋଲିସ ରାଜାର ବନ୍ଧୁ ସୁନୀଲ ସାହୁଙ୍କ ଠାରୁ ସମସ୍ତ ଘଟଣା ଜାଣିସାରିଥିଲା।  କାରଣ ସୁନୀଲକୁ ରାଜା ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଏପରିକି ରାଜା ଗତକାଲି ଆତ୍ମସମର୍ପଣ କରିବା ପରେ ହତ୍ୟାକାଣ୍ଡ କେମିତି ଘଟିଥିଲା ତାହାର ଡେମୋ କରି ମଧ୍ୟ ଦେଖାଇଥିଲା ।

   ସମ୍ବନ୍ଧିତ ଖବର


ନଭେମ୍ବର ୧୧ ଓ ୧୨ରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍‌ ପରୀକ୍ଷା, ୧୯୦ କେନ୍ଦ୍ରରେ ୧୪ ଶହ ପରୀକ୍ଷାର୍ଥୀ ଦେବେ ପରୀକ୍ଷା…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଓଲଟି ପଡ଼ିଲା ୧୪ ଚକିଆ ଟ୍ରକ୍, ଦୁଇ ବାଇକ୍‌ ଆରୋହୀ ଗୁରୁତର

ଆଜିଠୁ ଉପକୂଳରେ ଛେଚିବ ବର୍ଷା, ସତର୍କ କଲା ପାଣିପାଗ ବିଭାଗ…

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା, ୨ ଜଣଙ୍କୁ ମାଡ ମାରିଲେ ମାଓବାଦୀ…