ଘରେ ଭୁଲିଯାଇଛନ୍ତି କି ATM କାର୍ଡ ତେବେ ଏମିତି ବାହାର କରିପାରିବେ ପଇସା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୁଆଦିଲ୍ଲୀ ୧୧/୯: ଦେଶରେ ଏବେ ବିନା ଏଟିଏମ୍ କାର୍ଡରେ କ୍ୟାଶ୍ ବାହାର କରିବା ସହଜ ହୋଇଯାଇଛି । SBI ପରେ ଆଉ ଏକ ସରକାରୀ ବ୍ୟାଙ୍କ Bank of India ଏହି ସୁବିଧା ଆରମ୍ଭ କରିସାରିଛି । ଏହା ମାଧ୍ଯମରେ ଏବେ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ QR କୋଡ୍ ସ୍କାନ୍ କରି ଏଟିଏମରୁ ପଇସା ବାହାର କରିପାରିବେ । ଏଥିପାଇଁ ବ୍ୟାଙ୍କ୍ ଏଟିଏମରେ ୟୁନିପାଇଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ଜରିଆରେ କ୍ୟୁଆର୍ କୋଡର ନୂଆ ଫିଚର ଯୋଡିଛି । ବ୍ୟାଙ୍କର କହିବାନୁସାରେ ଏହି ସୁବିଧା ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇରେ ଆରମ୍ଭ କରାଯାଇଛି ଏବଂ ଆଗାମୀ ୬ ମାସ ମଧ୍ୟରେ ସାରା ଦେଶରେ ଲାଗୁ କରାଯିବାର ଯୋଜନା କରାଯାଇଛି । ଆପଣଙ୍କୁ କହିରଖୁଛୁ ଏହି ଟେକନିକ୍ AGS Transact Technologies ଦ୍ୱାରା ପ୍ରଦାନ କରାଯାଉଛି । ଯାହା କି ଏଣ୍ଡ ଟୁ ଏଣ୍ଡ କ୍ୟାଶ୍ ଓ ଡିଜିଟାଲ୍ ପୈଠର ସମାଧାନ ଉପରେ କାମ କରୁଛି । ଆପଣଙ୍କୁ କହିରଖୁଛୁ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଫ୍ରଡରୁ ରକ୍ଷା କରିବା ପାଇଂ ଏହି ସର୍ଭିସ୍ ଆରମ୍ଭ କରିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟତୀତ ଏସବିଆଇ ମଧ୍ଯ ଏହି ସୁବିଧା ଦେଉଛି ।

ଏହି ସୁବିଧାରେ ଏଟିଏମରୁ ପଇସା ବାହାର କରିବା ପାଇଁ କାର୍ଡ କିମ୍ବା ପିନ୍ ଦରକାର ପଡେନି । ଏହି ସୁବିଧା ଜରିଆରେ ଥରକରେ ସର୍ବାଧିକ ୨୦୦୦ ଟଙ୍କା ବାହାର କରାଯାଇହେବ । ଏସବିଆଇର ଗ୍ରାହକ ବିନା ଏଟିଏମ କାର୍ଡରେ ମଧ୍ଯ ମେସିନରୁ ପଇସା ବାହାର କରିପାରିବେ । SBIର ଏହି ସେବାର ନାଁ ୟୋନୋ କ୍ୟାଶ୍ (YONO Cash) ।

ଏହି ସୁବିଧାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ପ୍ରଥମେ ଫୋନରେ ଏସବିଆଇର ୟୋନୋ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ ।

ଏହା ପରେ ନିଜ ନେଟୱର୍କିଂ ୟୁଜର ଆଇଡି ଓ ପାସୱର୍ଡ କିମ୍ବା ମୋବାଇଲ୍ ବ୍ୟାକିଂ ପର୍ସନଲ୍ ଆଇଡିଣ୍ଟିଫିକେସନ୍ ନମ୍ବର (MPIN) ଡେଇ ଲଗଇନ୍ କରିବାକୁ ପଡିବ ।

ଯଦି ଆପଣ SBI YONOର ବ୍ୟବହାର କରିବାକୁ ଚାହୁଁନାହାଁନ୍ତି ତେବେ ଏହାର ୱେବସାଇଟ୍ (https://www.sbiyono.sbi/)  ଜରିଆରେ ମଧ୍ଯ କ୍ୟାଶ୍ ବାହାର କରିବାର ପ୍ରକ୍ରିୟା ଆରମ୍ଭ କରିପାରିବେ । ଏହି ସର୍ଭିସରେ ଟୁ-ଫ୍ୟାକ୍ଟର ଅଥୋଣ୍ଟିକେସନ୍ ହୋଇଥାଏ ।


ଟ୍ରାଞ୍ଜାକ୍ସନ ପାଇଁ ୬ ଅଙ୍କର କ୍ୟାଶ୍ ପିନ୍ ଯାହା ଆପଣଙ୍କୁ YONO ଆପରେ ଦେବାକୁ ପଡିଖାଏ । ୬ ଅଙ୍କ ବିଶିଷ୍ଟ ରେଫରେନ୍ସ ନମ୍ବର ଯାହାକି ଆପଣ SMS ରୂପେ ପାଇପାରିବେ ଏବଂ ଏହା ଆପଣଙ୍କୁ ଏଟିଏମରେ ଦେବାକୁ ପଡିଥାଏ ।


ଆପଣଙ୍କ ବିନା କାର୍ଡରେ କ୍ୟାଶ୍ ବାହାର କରିବା ପ୍ରକ୍ରିୟା ୩୦ ମିନିଟରେ ପୂର୍ଣ୍ଣ ହୋଇଯିବ । ଯଦି ଆପଣ ୩୦ ମିନିଟ୍ ଭିତରେ ଏହି ପ୍ରକ୍ରିୟା ପୂରା କରିପାରୁନାହାଁନ୍ତି ତେବେ ରେଫରେନ୍ସ କୋଡ୍ ଏକ୍ସପାୟର ହୋଇଯିବ ।

ଆପଣ ବିନା ଡେବିଟ୍ କାର୍ଡରେ କୌଣସି ବି SBI ATMରୁ ସିଙ୍ଗଲ ଟ୍ରାଞ୍ଜାକ୍ସନରେ ସର୍ବନିମ୍ନ ୫୦୦ ଟଙ୍କାରୁ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବାହାର କରିପାରିବେ ।

ଆପଣ ଗୋଟେ ଦିନରେ ୨୦ ହଜାର ଟଙ୍କା ବାହାର କରିପାରିବେ । ଏସବିଆଇର ୧୬,୫୦୦ ଏଟିଏମରେ କାର୍ଡଲେସ୍ କ୍ୟାଶ୍ ବାହାର କରିବାର ସୁବିଧା ଉପଲବ୍ଧ ରହିଛି ।

   ସମ୍ବନ୍ଧିତ ଖବର


Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ଦୀପାବଳୀ ପରେ କମିବ ପିଆଜ ଦର

ଗୁଗଲ ସର୍ଚ୍ଚକୁ ଟକ୍କର ଦେବ ସଫାରୀ

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି