୧୦ ବର୍ଷରେ ହୋଇଯିବେ କୋଟିପତି, ଜାଣନ୍ତୁ ଏହି ସହଜ ଉପାୟ

ଭୁବନେଶ୍ୱର ୨୦/୮: ସମସ୍ତେ ଧନୀ ହେବାକୁ ଚାହାଁନ୍ତି । ସମସ୍ତଙ୍କ ଇଛା ତାଙ୍କ ପାଖରେ ବହୁତ ପଇସା ଥାନ୍ତା ଏବଂ ସେମାନେ ଯାହା ଚାହାନ୍ତେ କିଣି ପାରନ୍ତେ । ସବୁ ଖୁସି ହାସଲ କରିପାରନ୍ତେ ।  ଆଜିକାଲି ସମସ୍ତେ କୋଟିପତି ହେବାକୁ ଚାହାଁନ୍ତି । ତେବେ ପଇସା କମାଇବା ପାଇଁ ନିୟମିତ ଭାବେ ପଇସା ନିବେଶ କରିବା ମଧ୍ଯ ଜରୁରୀ । ଆପଣ ଅନେକ ଥର ଶୁଣିଥିବେ ଯେ ନିଜେ ଖଟିଲେ ପଇସା ଆସିବନି କିନ୍ତୁ ପଇସାକୁ ଖଟେଇଲେ ଅଧିକ ପଇସା ଆସିବ । ଏହାର ଅନେକ ଉପାୟ ରହିଛି । ସାଧାରଣତଃ ଇକ୍ୱିଟ୍ ଲିଙ୍କ୍ଡ ମ୍ଯୁଚୁଆଲ୍ ଫଣ୍ଡ ଯୋଜନାରେ ଏସଆଇପି(ସିଷ୍ଟେମେଟିକ୍ ଇନଭେଷ୍ଟେଣ୍ଟ ପ୍ଲାନ୍ସ) ଜରିଆରେ ନିବେଶ କଲେ ୧୨ରୁ ୧୩ ପ୍ରତିଶତ ବାର୍ଷିକ ରିଟର୍ଣ୍ଣ ମିଳିବ । ମାର୍କେଟ ବିଶେଷଜ୍ଞଙ୍କ କହିବାନୁସାରେ ଯଦି କୌଣସି ବ୍ଯକ୍ତି ୧୦ ବର୍ଷ କିମ୍ବା ତାଠୁ ଅଧିକ ସମୟ ପାଇଁ ନିବେଶ କରେ ତେବେ SIP ରୂପେ ତାକୁ ୧୨-୧୩ ପ୍ରତିଶତ ରିଟର୍ଣ୍ଣ ମିଳିଯିବ ଏବଂ ଯଦି ଇକ୍ୱିଟି-ଲିଙ୍କ୍ଡ ମିଡକ୍ୟାପରେ ନିବେଶ କରାଯାଏ ତେବେ ଏହି ରିଟର୍ଣ୍ଣ ବୃଦ୍ଧି ପାଇଁ ୧୪-୧୬ ପ୍ରତିଶତ ହୋଇଯାଏ ।

ଇନଭେଷ୍ଟମେଣ୍ଟ ଏକ୍ସପର୍ଟ କୁହନ୍ତି ଯେ ଯଦି କୌଣସି ନିବେଶକ ୫ ଲକ୍ଷ ଟଙ୍କା ନିବେଶ କରିବାକୁ ଚାହୁଁଛି କିମ୍ବା ସେ ୨୦ ହଜାର ଟଙ୍କା ପ୍ରତି ମାସରେ ନିବେଶ କରିବାକୁ ଚାହୁଁଛି ତେବେ ତାଙ୍କ ପାଇଁ ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ମ୍ୟୁଚୁଆଲ୍ ଫଣ୍ଡ ଉତ୍ତମ ବିକଳ୍ପ । ଯଦି ନିବେଶକ ପ୍ରତି ମାସରେ ନିଜ ନିବେଶରେ ୧୨ ପ୍ରତିଶତର ଇନଭେଷ୍ଟମେଣ୍ଟ ଆହୁରି ବଢାଇ ଦିଏ ଏବଂ ଯଦି  ସେ ୧୦ ବର୍ଷରେ ସମୁଦାୟ ୫୫ ଲକ୍ଷ ଟଙ୍କାର ନିବେଶ କରୁଛି ତେବେ ୧୦ ବର୍ଷ ପରେ ତାର ରାଶି ୧ କୋଟିରୁ ଅଧିକ ହୋଇଯିବ ।

ଏକ୍ସପର୍ଟଙ୍କ କହିବାନୁସାରେ ଯଦି ନିବେଶକଙ୍କ ପାଖରେ ଏତେ ପରିମାଣର ରାଶି ନାହିଁ ଏବଂ ସେ ଡାଇରେକ୍ଟ ଏତେ ଟଙ୍କା ନିବେଶ କରିପାରୁନି ତେବେ ସେ କେବଳ ଏସଆଇପି ମାଧ୍ଯମରେ ନିବେଶ କରି ପାରିବ । ମାସିକ ୨୦ ହଜାର ଟଙ୍କା ନିବେଶ କରି ସେ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି କରୁଛି ଏବଂ ନିବେଶ ଉପରେ ତାକୁ ୧୨ ପ୍ରତିଶତ ରିଟର୍ଣ୍ଣ ମିଳୁଛି ତେବେ ତାର ପଇସା ୧୦ ବର୍ଷରେ ୯୧,୮୩,୦୦୦ ହୋଇଯିବ ।

ଏହା ଉପରେ ଏକ୍ସପର୍ଟ କୁହନ୍ତି ଯେ ୫ ଲକ୍ଷ ଟଙ୍କାର ନିବେଶ କରିବାକୁ ଭୟ କରୁଥିବା ନିବେଶକଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ । ଏହା ବ୍ୟତୀତ ନିବେଶକ ଏସଟିପି(ସିଷ୍ଟେମେଟିକ୍ ଟ୍ରାନ୍ସଫର ପ୍ଲାନ୍) ମାଧ୍ଯମରେ ନିବେଶ କଲେ ଆହୁରି ଉତ୍ତମ ହେବ ।

   ସମ୍ବନ୍ଧିତ ଖବର


ସେୟାର ବଜାରରେ ହାହାକାର: ସେନସେକ୍ସ ୧୧୦୦ ପଏଣ୍ଟ ହ୍ରାସ୍, ନିଫ୍ଟି ମଧ୍ୟ ଖସିଲା

୫ଜି ସ୍ମାର୍ଟଫୋନ୍ ସହିତ ଆଉ ଦୁଇଟି ମୋବାଇଲ ଲଞ୍ଚ କଲା ନୋକିଆ, ଜାଣନ୍ତୁ ଫିଚର୍ସ ଓ ଦାମ୍

ମହଙ୍ଗା ହେଲା ବିଜୁଳି

ଆୟୋଡିନ୍‌ରେ ନିଷ୍କ୍ରିୟ ହେବ କରୋନା-ମାତ୍ର ୧୫ ସେକେଣ୍ଡ ଲାଗିବ:ଘରେ ଏହି ବ୍ୟବସ୍ଥା ନ ଆପଣାଇବାକୁ ଗବେଷକମାନେ ପରାମର୍ଶ

ଗୋଟିଏ ଦିନରେ ୫ ହଜାର ଟଙ୍କା ପଯ୍ୟନ୍ତ ଖସିଗଲା ସୁନା-ରୂପା ଦାମ୍‌…

ଆଉ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ରହିବନି ଆଳୁ-ପିଆଜ, ୬୫ ବର୍ଷ ପୁରୁଣା ନିୟମରେ ହେଲା ପରିବର୍ତ୍ତନ