୪୧୯ ମିଲିୟନ୍ରୁ ଉର୍ଦ୍ଧ୍ୱ ଫେସ୍ବୁକ୍ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ଲିକ୍, କିଭଳି ଚେକ୍ କରିବେ ନିଜ ଆକାଉଣ୍ଟ ଜାଣନ୍ତୁ

ସାନ୍‌ ଫ୍ରାନ୍‌ସିସ୍‌କୋ ୫।୯: ପୁଣିଥିରେ ଫେସ୍‌ବୁକ୍‌ରେ ଡେଟା (ତଥ୍ୟ) ଲିକ୍ ହୋଇଛି। ଏଥର ୪୧୯ ମିଲିୟନରୁ ଅଧିକ ୟୁଜର୍ସଙ୍କ ଫୋନ୍ ନମ୍ବର ଲିକ୍ ହୋଇଛି। ମିଳିଥିବା ରିପୋର୍ଟ ଅନୁସାରେ,     ଫେସ୍‌ବୁକ୍‌ରେ ଲିଙ୍କ୍‌ ହୋଇଥିବା ଏହି ଫୋନ୍‌ ନମ୍ବର ଏକ ମୁକ୍ତ ଅନ୍‌ଲାଇନ୍‌ ଡାଟାବେସ୍‌ରେ ଥିବା କଥା ଜଣାପଡ଼ିଛି।

ଉକ୍ତ ଡାଟାବେସ୍‌ରେ ୧୩୩ ନିୟୁତ ଯୁକ୍ତରାଷ୍ଟ୍ର ଆମେରିକୀୟ, ୧୮ ମିଲିୟନ୍‌ ବ୍ରିଟେନ୍‌ ଏବଂ ୫୦ ନିୟୁତରୁ ଊର୍ଦ୍ଧ୍ୱ ଭିଏତ୍‌ନାମ୍‌ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ରେକର୍ଡ ରହିଥିବା କଥା ଟେକ୍‌କ୍ରଞ୍ଚ୍‌ ବୁଧବାର ଦିନ ରିପୋର୍ଟ କରିଛି। ହେଗ୍‌ସ୍ଥିତ ଲାଭରହିତ ସଂସ୍ଥାନ ଜିଡିଆଇ ଫାଉଣ୍ଡେସନ୍‌ର ଜଣେ ସିକ୍ୟୁରିଟି ଗବେଷକ ସନ୍ୟମ୍‌ ଜୈନ୍‌ ଏହି ଡାଟାବେସ୍‌କୁ ପାଇଛନ୍ତି। ଓ୍ବେବ୍‌ ହୋଷ୍ଟ୍‍ଙ୍କୁ ଯୋଗାଯୋଗ କରିବାରୁ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ଡାଟାବେସ୍‌କୁ ଅଫ୍‌ଲାଇନ୍‌ କରି ଦିଆଯାଇଥିଲା। କେତେକ ରେକର୍ଡର ବ୍ୟବହାରକାରୀଙ୍କ ନାମ, ଲିଙ୍ଗ ଏବଂ ଦେଶ ଅନୁସାରେ ଅବସ୍ଥିତି ଆଦିର ଉଲ୍ଲେଖ ରହିଥିଲା।

ଫେସ୍‌ବୁକ୍‌ର ଜଣେ ମୁଖପାତ୍ର କହିଛନ୍ତି କି, ସେ ଡାଟା ସେଟ୍‌ଗୁଡ଼ିକ ଥିଲା ପୁରୁଣା ଏବଂ ତାହାକୁ ଡିଲିଟ୍‌ କରି ଦିଆଯାଇଛି। ୮୭ ନିୟୁତ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ବାହାରକୁ ଚାଲିଯାଇଥିବା ‘କେମ୍ବ୍ରିଜ୍‌ ଆନାଲିଟିକା’ ଘଟଣା ପରେ ମଧ୍ୟ ଫେସ୍‌ବୁକ୍‌ ବହୁ ବ୍ୟବହାରକାରୀଙ୍କ ଗୋପନୀୟତା ଲିକ୍‌ କରାଇଥିବା କଥା ଶୁଣାଇଛି। ତେବେ ପ୍ରଶ୍ନ ଉଠୁଛି କି, ଏତେ ୟୁଜର୍ସଙ୍କ ଫୋନ୍ ନମ୍ବର ବିନା ପାସଓ୍ବାର୍ଡ ବାଲା ସର୍ବରରେ କେମିତି ଓ କାହିଁକି ଷ୍ଟୋର କରାଯାଇଥିଲା।

କିଭଳି କରିବେ ଯାଞ୍ଚ

ଆପଣଙ୍କ ଫେସବୁକ୍ ଆକାଉଣ୍ଟ ପ୍ରଭାବିତ ହୋଇଛି କି ନା ନାହିଁ ଏହା ଜାଣିବା ନିହାତି ଜରୁରୀ। ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଫେସବୁକ୍ ଏକ ଟୁଲ୍ ଜାରି କରିଛି। ଫେସବୁକ୍ ଏକ ପେଜ୍ ତିଆରି କରିଛି। ଯେଉଁଠାରୁ ଆପଣ ଜାଣିପାରିବେ ଏହି କାରଣ ଯୋଗୁଁ ଆପଣଙ୍କ ଫଟୋ ଏକ୍ସପୋଜ୍ ହୋଇଛି କି ନା ନାହିଁ। ଏହା https://www.facebook.com/help/200632800873098?ref=photonotice ଉପରେ କ୍ଲିକ୍ କିମ୍ବା ଲିଙ୍କ୍ କପି କରି ପ୍ରଥମେ ଆପଣଙ୍କ ଆକାଉଣ୍ଟ ଲଗ୍ଇନ୍ କରିବେ। ଯଦି ଆପଣ ଏଥିରେ ପ୍ରଭାବିତ ହୋଇଥିବେ ତେବେ ସେହି ପେଜରେ ହିଁ କୁହାଯାଇଛି ଏଥିପାଇଁ କଣ କରିବେ।

   ସମ୍ବନ୍ଧିତ ଖବର


ସେବାୟତଙ୍କ ଅନନ୍ୟ ପରମ୍ପରା ‘ନେତ ପିଲା’- ଭଲ ବର ପାଇଁ ମାର୍କଣ୍ଡେୟଙ୍କୁ ପୂଜିଲେ

ଦୀପାବଳୀ ପର୍ଯ୍ୟନ୍ତ ସେଞ୍ଚୁରି ପାର କରିପାରେ ପିଆଜ ଦାମ୍! ସରି ଆସୁଛି ପୁରୁଣା ଷ୍ଟକ୍

ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ୩ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଏହି ରାଜ୍ୟରେ ନିୟମ ଲାଗୁ

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

ହ୍ୱାଟସ୍‌ଆପ୍‌ ଓ୍ୱେବରେ ଆସୁଛି ଏହି ସବୁ ନୂଆ ଫିଚର

୯୧ ବର୍ଷୀୟ ବୃଦ୍ଧଙ୍କୁ ସଲାମ୍‌: ମାନବ ସମାଜର ସୁରକ୍ଷା ପାଇଁ କରୁଛନ୍ତି ଏହି କାମ୍, ଭିଡିଓ ଭାଇରାଲ