କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ: ମତାମତ ମାଗିଲେ ମୁଖ୍ୟମନ୍ତ୍ରୀ, ଏପରି ଦେଇପାରିବେ ମତାମତ

ଭୁବନେଶ୍ୱର ୨୬/୫: କୋଭିଡ୍ ଯୋଦ୍ଧାମାନଙ୍କୁ କିପରି ସମ୍ମାନିତ କରାଯିବ ସେନେଇ ସମସ୍ତଙ୍କ ମତାମତ ମାଗିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ନାଗରିକ ୨୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନିଜ ମତାମତ ଦେଇ ପାରିବେ । ଟ୍ୱିଟର ଓ ଫେସବୁକରେ ସମସ୍ତେ ନିଜ ମତାମତ ଦେଇପାରିବେ ।  ଏନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି ।

ଏହି ସଙ୍କଟମୟ ପରିସ୍ଥିତିରେ କୋଭିଡ୍ ଯୋଦ୍ଧାମାନେ ଅତି ମହାନ୍ କାମ କରୁଛନ୍ତି । ସେମାନଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ । କୋଭିଡ ଯୋଦ୍ଧାମାନେ ରାଜ୍ୟର ୧୬,୦୦୦ଟି ଟିଏମସିରେ ୩.୫ଲକ୍ଷ ପ୍ରବାସୀଙ୍କୁ ସୁରକ୍ଷିତ ରଖିବାରେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି। ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସେମାନେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି। ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନେ ୨୪/୭ କାର୍ଯ୍ୟରେ ଲାଗିଛନ୍ତି । ଦୃଢ ନିଷ୍ଠା ଏବଂ ଉତ୍ସର୍ଗୀକୃତ ଭାବେ ସେମାନେ ଏହି ଯୁଦ୍ଧ ଲଢୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି କି ଏବେ ଆମ ଆଗଧାଡିର ଯୋଦ୍ଧାଙ୍କୁ ସମ୍ମାନିତ କରିବାର ସମୟ ଆସିଛି । ଏନେଇ ସମସ୍ତେ ନିଜ ମତାମତ ଦେଇପାରିବେ । କୋଭିଡ୍ ଯୋଦ୍ଧାଙ୍କୁ କିପରି ସମ୍ମାନିତ କରାଯିବ ସେନେଇ ୨୭ ତାରିଖ(ବୁଧବାର) ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତେ #OdishaCovidWarriors  ହ୍ୟାଶଟ୍ୟାଗ୍ ବ୍ୟବହାର କରି ନିଜ ମତାମତ ଦେଇପାରିବେ । ଟ୍ୱିଟର ଓ ଫେସବୁକରେ ସମସ୍ତେ ନିଜ ମତାମତ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି ।

   ସମ୍ବନ୍ଧିତ ଖବର


କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ