Paytmରୁ ପଇସା କଟିବା ପରେ ମଧ୍ୟ ହୋଇନି ପେମେଣ୍ଟ ? ଏମିତି ଫେରିପାଇବେ, ଜାଣନ୍ତୁ…

ନୂଆଦିଲ୍ଲୀ ୧୫/୧୦: ଅନେକ ଥରେ ଏମିତି ହୁଏ ଯେ ଆପଣ କିଛି କିଣାକିଣି କରିବା ପରେ ପେଟିଏମରୁ ପେମେଣ୍ଟ କରନ୍ତି କିନ୍ତୁ ଦୋକାନୀ ପାଖରେ ପଇସା ପହଞ୍ଚି ପାରେନି । ଚିନ୍ତା ତ ସେତେବେଳେ ବଢିଯାଏ ଯେତେବେଳେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଯାଇଥାଏ । ତେବେ ଅଧିକାଂଶ ଲୋକ କୁହନ୍ତି ଯେ ପଇସା ରିଟର୍ଣ୍ଣ ଚାଲିଆସିବ କିନ୍ତୁ ଯଦି ଆମାଉଣ୍ଟ ବଡ ହୋଇଥାଏ ତେବେ ଚିନ୍ତା ବଢିବା ସ୍ୱାଭାବିକ । ଆସନ୍ତୁ ଆମେ ଜାଣିବା କେମିତି ଆପଣ ନିଜ ପଇସା ଫେରି ପାଇପାରିବେ…

ଯଦି ଆପଣଙ୍କର ମଧ୍ୟ ପେଟିଏମରୁ ପଇସା କଟିଯାଇଛି ଏବଂ ଆପଣ ମଧ୍ୟ ଏନେଇ ତୁରନ୍ତ  ଅଭିଯୋଗ କରିବାକୁ ଚାହୁଁଛନ୍ତି ତେବେ ଏହି ସୁବିଧା ମଧ୍ୟ ଆପରେ ନାହିଁ । ଆପଣଙ୍କ ପେଟିଏମ ଆପରେ ସବୁଠାରୁ ଉପର ବାମ ପଟେ ୩ ଡଟ୍ସରେ କ୍ଲିକ୍ କରିବାକୁ ହେବ । ଏଠାରେ 24*7 Help and Support କୁ ଯାଆନ୍ତୁ । ଏହା ପରେ ଆପଣ Get help with recent order ଜରିଆରେ କିମ୍ବା କାଟାଗୋରୀ ସିଲେକ୍ଟ କରିବା ପରେ Order ସିଲେକ୍ଟ କରନ୍ତୁ । ଏହା ପରେ ଆପଣ ବ୍ୟାଙ୍କରୁ କଟିଥିବା ପଇସା ଏ ଫେଲ୍ ଟ୍ରାଞ୍ଜାକ୍ସନ ସମ୍ପର୍କରେ ଅଭିଯୋଗ କରାଇପାରିବେ । ଅଭିଯୋଗରେ ପେଟିଏମ ଦ୍ୱାରା କରାଯାଉଥିବା ପ୍ରୋସେସ ସମ୍ପର୍କରେ ମଧ୍ୟ ଜାଣିବା ବହୁତ ସହଜ । ଏଥିପାଇଁ ଆପଣଙ୍କୁ ପୁଣି 24*7 Help and Support ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ ଆପଣଙ୍କୁ Your Recent Tickets ନଜର ଆସିବ । ଏଥିରେ କ୍ଲିକ୍ କରି ନିଜ ଅଭିଯୋଗର ଷ୍ଟାଟସ୍ ଦେଖିହେବ ।

ପେଟିଏମ କଷ୍ଟମର କେୟାର ସହିତ କରନ୍ତୁ ଆଲୋଚନା
ଫେଲ୍ ଟ୍ରାଞ୍ଜାକ୍ସନ ନେଇ ଅଭିଯୋଗ କରିବା ପାଇଁ ଆଉ ଏକ ସହଜ ଉପାୟ ହେଉଛି ପେଟିଏମ କଷ୍ଟମର କେୟାର(Paytm Customer Care)। ଆପଣ ପେଟିଏମର କଷ୍ଟମର କେୟାର ନମ୍ବର(ବ୍ୟାଙ୍କ, ୱାଲେଟ ଓ ପେମେଣ୍ଟ ପାଇଁ ୦୧୨୦-୪୪୫୬୪୫୬)ରେ କଲ୍ କରିପାରିବେ । ନିଜ ଅଭିଯୋଗର ଡିଟେଲ୍ ନିଜ ସହିତ ରଖନ୍ତୁ । ଏଗଜିକ୍ୟୁଟିଭ୍ ସହିତ ଆଲୋଚନା ହେଲେ ନିଜ ଫେଲ୍ ଟ୍ରାଞ୍ଜାକ୍ସନ ସମ୍ପର୍କରେ ସୂଚନା ଦିଅନ୍ତୁ । ନିଜ ଅଭିଯୋଗରେ ହେଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏଠାରେ ଜାଣିପାରିବେ ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ