ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଟଙ୍କା ଭୁଲ୍‌ରେ ଅନ୍ୟ ଆକାଉଣ୍ଟକୁ ପଠାଇ ଦେଇଛନ୍ତି କି ? ଚିନ୍ତା କରନ୍ତୁନି , ଏମିତି ଫେରି ପାଇବେ ... ଜାଣନ୍ତୁ ଆରବିଆଇର ଗାଇଡ୍‌ଲାଇନ୍ସ

ନୂଆଦିଲ୍ଲୀ – ଅନ୍‌ଲାଇନ୍‌ ପେମେଣ୍ଟ ଓ ୟୁପିଆଇ ଦେୟରେ ବ୍ୟାଙ୍କିଂ ସୁବିଧା ବହୁତ ସହଜ ହୋଇ ଯାଇଛି । ଅନେକ ବ୍ୟାଙ୍କିଂ ପ୍ରକ୍ରିୟା ପାଇଁ ଏବେ ବ୍ୟାଙ୍କ୍ ଯିବାର ଆବଶ୍ୟକତା ପଡ଼ୁନାହିଁ । ଅଧିକାଂଶ କାମ ଅନ୍‌ଲାଇନ୍‌ ହିଁ ଘରେ ବସି  କରି ହେଉଛି।

ଡିଜିଟାଲ ପେମେଣ୍ଟ  କରିବା ଭିତରେ କେବେ କେବେ ଏଥିରେ ରିସ୍କ ମଧ୍ୟ ସାମନାକୁ ଆସିଥାଏ । କେବେ ଅନ୍‌ଲାଇନ୍‌ ଠକାମୀର ଶିକାର ହେବାର ସମ୍ଭାବନା ଥାଏ । ବା କେବେ କେବେ ଟ୍ରାଜାକ୍ସନ ସମୟରେ ଭୁଲ୍‌ ଆକାଉଣ୍ଟରେ ଟଙ୍କା ପଠାଇ ହୋଇଯାଏ । ହେଲେ  ରିଜର୍ଭ ବ୍ୟାଙ୍କ ଗତ କିଛି ଦିନରେ ବ୍ୟାଙ୍କିଂ , ମୁଖ୍ୟତଃ  ଅନ୍‌ଲାଇନ୍‌ ବ୍ୟାଙ୍କିଂକୁ  ସହଜ ଓ ସୁବିଧାଜନକ କରିବା ପାଇଁ ଅନେକ ପଦକ୍ଷେପ ନେଇଛି ।  ଯଦି ଆପଣଙ୍କ ସହ ଏମିତି ହୋଇଛି କି , ଆପଣ କୌଣସି ଭୁଲ୍‌ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି, ଆପଣଙ୍କୁ ଆମେ କିଛି ଉପାୟ କହୁଛି । ଏହାକୁ ପଢ଼ି ଆପଣ ସାବଧାନରେ ରହି ପାରିବେ ।

ଏହି ବିଷୟରେ ଆମେ ଆପଣଙ୍କୁ ଆରବିଆଇର ଗାଇଡ୍‌ଲାଇନ୍‌ ବିଷୟରେ କହୁଛୁ , ଯାହାର ସାହାଯ୍ୟରେ  ଆପଣ ଏମିତି ଘଟଣାରେ ତୁରନ୍ତ ରିଫଣ୍ଡର ପ୍ରକ୍ରିୟା ବିଷୟରେ ଜାଣିପାରିବେ  ।

କଣ ରହିଛି ଆର୍‌ବିଆଇର ଗାଇଡ୍‌ଲାଇନ୍‌ – ଏମିତି ଘଟଣା ଗୁଡ଼ିକୁ ଧ୍ୟାନରେ ରଖି ଆରବିଆଇ  କିଛି ନୀତି ନିର୍ଦ୍ଦେଶ ଜାର କରିଛି । ଏବେ ଯଦି ଆପଣ ଚାହିଁବେ  ତ ଏଟିଏମ୍‌ , ୟୁପିଆଇ ବା ନେଟ୍‌ ବ୍ୟାଙ୍କିଂରୁ କୌଣସି ଟ୍ରଜାକ୍ସନ କରିବା ବେଳେ ଆପଣଙ୍କ ପାଖକୁ ତୁରନ୍ତ ଏକ ମେସେଜ୍‌ ଆସିବ । ଯେଉଁଥିରେ ଆପଣ କନଫର୍ମ କରିବେ କି ଆପଣ କଣ ଠିକ୍‌ ଟ୍ରାଜାକ୍ସନ କରିଛନ୍ତି  ନା  ଟ୍ରାଜାକ୍ସନ ଭୁଲ୍‌ ବଶତଃ ହୋଇ ଯାଇଛି । ଉକ୍ତ ମେସେଜ୍‌ରେ ଆପଣଙ୍କୁ ଏକ ଫୋନ୍‌ ନମ୍ୱର ବି ଦିଆଯିବ । ଯଦି ଆପଣ ସେହି ଟ୍ରାଜାକ୍ସନ ଭୁଲ୍‌ରେ କରି ଦେଇଛନ୍ତି ତ ଆପଣ ସେହି ନମ୍ୱରରେ  ତୁରନ୍ତ କହିପାରିବେ କି ଏହି ଟ୍ରାଜାକ୍ସନ  ଭୁଲ୍‌ରେ ହୋଇଛି । ଆରବିଆଇର ନିର୍ଦ୍ଦେଶ କି ଏମିତି ମେସେଜ୍‌ ଉପରେ ଆପଣଙ୍କ ବ୍ୟାଙ୍କକୁ ତୁରନ୍ତ ଆକ୍ସନ ନେବାକୁ ହେବ ।

ଆପଣ କଣ କରିବେ – ଯଦି ଆପଣ ଏମିତି ସ୍ଥିତିରେ ଫସିଛନ୍ତି ତ ଆପଣ ତୁରନ୍ତ ନିଜର ବ୍ୟାଙ୍କକୁ ଏହାର ସୂଚନା ଦେବା ଉଚିତ୍‌ । ଯଦିଓ ସେହି ଟ୍ରାଜାକ୍ସନ ଫ୍ରଡ୍‌ରେ ହେଉ ବା ଆପଣଙ୍କର ଭୁଲ୍‌ ଯୋଗୁଁ ହେଉ ।  ବ୍ୟାଙ୍କ୍‌କୁ ଏହାର ଡିଟେଲ୍‌ ତଥ୍ୟ ଦିଅନ୍ତୁ । ଆପଣ ଆପଣଙ୍କ ବ୍ୟାଙ୍କ୍‌ର କଷ୍ଟମର କେୟାର ନମ୍ୱରରେ କଲ୍‌ କରିପାରିବେ । ଅଥବା ନିଜେ  ବ୍ୟାଙ୍କ୍‌ ଶାଖାକୁ ଯାଇ ପାରିବେ , ଯେଉଁଠି ଆପଣଙ୍କର ଆକାଉଣ୍ଟ ଖୋଲିଛନ୍ତି ।

ଯଦି ବ୍ୟାଙ୍କ୍‌କୁ ସଂପର୍କ କରିବା ସତ୍ତ୍ୱେ ଅନ୍ୟ ଆକାଉଣଧାରୀ ବ୍ୟକ୍ତି ଟଙ୍କା ଫେରେଇବାକୁ ମନା କରୁଛନ୍ତି ତ ଆପଣ ଲିଗାଲ ଆକ୍ସନ ନେଇ ପାରିବେ । ଆପଣ କେସ୍‌କୁ କୋର୍ଟ ଯାଏ ନେଇ ପାରିବେ ।  ଆରବିଆଇ ବି ଏଥିପାଇଁ ନିର୍ଦ୍ଦେଶ ଦେଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.