ଶନିଦେବଙ୍କ କୃପାରୁ ଅତି ଗରିବ ଲୋକ ବି ଧନୀ ହୋଇ ପାରେ, ଜାଣନ୍ତୁ ଶନି ଦେବଙ୍କୁ ପ୍ରସନ୍ନ କରିବାର ଉପାୟ…

ଶନିଦେବଙ୍କୁ କର୍ମଫଳ ଦାତା ଅର୍ଥାତ୍ ନ୍ୟାୟର ଦେବତା ବୋଲି ବିଶ୍ବାସ କରାଯାଏ। କୁହାଯାଏ କି ସେହି ଲୋକଙ୍କୁ ତାଙ୍କ କର୍ମର ହିସାବ ଅନୁସାରେ ଫଳ ପ୍ରଦାନ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ କ୍ରୁର ବୋଲି ମାନା ଯାଇଥାଏ। ଅର୍ଥାତ୍ ଯଦି ଏହି ଗ୍ରହର କୌଣସି ଯାତକର କୁଣ୍ଡଳିରେ ଅଶୁଭ ଛାୟା ପଡ଼ିଥାଏ ତାହେଲେ ଧନବାନ ବ୍ୟକ୍ତି ବରବାଦ ହୋଇଯାଇପାରେ। ସେହିପରି ଶୁଭ ପ୍ରଭାବ ପଡ଼ିବା ଦ୍ବାରା ଭିଖାରୀ ବି ରାଜା ହୋଇଯାଇପାରେ ଅର୍ଥାତ୍ ଶନିଦେବଙ୍କ କୃପାରୁ ଅତି ଗରିବ ଲୋକ ବି ଧନୀ ହୋଇପାରେ।

ଶନି ଗ୍ରହକୁ ଧୀର ଗତିରେ ଚାଲୁଥିବା ଗ୍ରହ କୁହାଯାଏ। ଶନି ପ୍ରାୟ ଅଢ଼େଇ ବର୍ଷ ମଧ୍ୟରେ ନିଜର ରାଶି ପରିବର୍ତ୍ତନ କରନ୍ତି । ସେହି ସମୟରେ, ଶନି ପୁନର୍ବାର ଫେରିବାକୁ ୩୦ ବର୍ଷ ସମୟ ଲାଗେ । କୁଣ୍ଡଳିର କେଉଁ ଘରେଶନି ଦେଇଥାନ୍ତି ଶୁଭ ଓ ଅଶୁଭ ଫଳ ଏବଂ ତାସହିତ ପ୍ରସନ୍ନ କରିବାର ଉପାୟ…

ଶନି କୁଣ୍ଡଳିର ଏହି ଘରେ ଦେଇଥାନ୍ତି ଶୁଭ ଏବଂ ଶୁଭ ଫଳ :

ବୈଦିକ ଶାସ୍ତ୍ର ଅନୁସାରେ, ଯଦି ଜାତକର କୁଣ୍ଡଳିରେ ୩ୟ, ୬ଷ୍ଠ,୧୦ମ ଏବଂ ଏକାଦଶ ଘରେ ଶନି ଗ୍ରହ ରହିଥାନ୍ତି, ତେବେ ଏହା ସର୍ବଦା ଶୁଭ ଅଟେ। ଯଦି ଜାତକର କୁଣ୍ଡଳିରେ ଶନି ୧ମ, ୨ୟ, ୫ମ କିମ୍ବା ୭ମ ଘରେ ବିରାଜମାନ ହୁଅନ୍ତି, ତେବେ ସେ ସର୍ବଦା ଅଶୁଭ ଫଳାଫଳ ଦିଅନ୍ତି । ଏହା ବ୍ୟତୀତ ଶନି ଅଷ୍ଟମ ଏବଂ ଦ୍ୱାଦଶ ଘରେ ମଧ୍ୟ ଅଶୁଭ ଫଳ ଦେଇଥାନ୍ତି।

ଜାଣନ୍ତୁ ଶନି ଦେବଙ୍କୁ ପ୍ରସନ୍ନ କରିବାର ଉପାୟ :

ଶନି ମହାରାଜାଙ୍କ ପୂଜା ପରେ ରାହୁ ଏବଂ କେତୁଙ୍କ ପୂଜା ମଧ୍ୟ କରିବା ଉଚିତ୍।

ଶନି ଭକ୍ତ ଏହି ଦିନ ମନ୍ଦିରକୁ ଯାଇ ଶନି ଦେବଙ୍କୁ ଫୁଲ, ରାଶି, ତେଲ, ଗୁଡ଼ ଅର୍ପଣ କରିବା ଉଚିତ୍। ଶନି ଦେବଙ୍କ ନାଁରେ ଦୀପ ପ୍ରଜ୍ଜ୍ବଳିତ କରିବା ଉଚିତ୍।

ଶନି ଦେବଙ୍କ ପୂଜା ପରେ ନିଜର ଅପରାଧ ତଥା ଅଜାଣତରେ ହୋଇଥିବା ଭୁଲ୍‌ ବା ପାପ କର୍ମ କରିଥିବେ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ୍।

ଏହି ଦିନ, ଶନି ଭକ୍ତମାନେ ଅଶ୍ବସ୍ଥ ବୃକ୍ଷରେ ଜଳ ଦେବା ଉଚିତ୍ ଏବଂ ଅଶ୍ବସ୍ଥ ବୃକ୍ଷରେ ସୂତା ବାନ୍ଧି ସାତଥର ପରିକ୍ରମା କରିବା ଉଚିତ୍।

ଶନି ଭକ୍ତଙ୍କୁ ସନ୍ଧ୍ୟା ସମୟରେ ଶନି ମନ୍ଦିରକୁ ଯାଇ ଦୀପ ଜଲାଇବା ଉଚିତ୍। ଖେଚିଡ଼ି ତିଆରି କରି ଭୋଗ ଲଗାଇବା ଉଚିତ୍।

   ସମ୍ବନ୍ଧିତ ଖବର


ଥଣ୍ଡା ଦିନରେ ଚର୍ମ କୁଣ୍ଡାଇ ହେବା ସମସ୍ୟା ଦେଖା ଦିଏ –ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…