SBI ଦେଉଛି ଡୋର୍‌ଷ୍ଟେପ ବ୍ୟାଙ୍କିଂର ସୁବିଧା; ଖୁବଶୀଘ୍ର କରନ୍ତୁ ଆବେଦନ, ମିଳିବ ଏମିତି ସୁବିଧା…

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ତାର ଗ୍ରାହକଙ୍କୁ ଡୋର ଷ୍ଟେପ ବ୍ୟାଙ୍କିଂର ସୁବିଧା ଯୋଗାଇ ଦେଉଛି । ଏହି ସୁବିଧା ଦ୍ବାରା ଗ୍ରାହକ ନିଜ ଘରେ ବସି ବ୍ୟାଙ୍କରୁ ମିଳୁଥିବା କିଛି ସୁବିଧା ସହ ଯୋଡି ହୋଇପାରିବେ । ଡୋରଷ୍ଟେପ ସର୍‌ଭିସରେ ପିକ୍‌ଅପ୍‌ ସର୍ବିସ ବି ଦେଉଛି ବ୍ୟାଙ୍କ । ଏହା ଦ୍ବାରା ଗ୍ରାହକଙ୍କୁ ଚେକ ଜମା କରିବା, ନୂଆ ଚେକବୁକ୍ ନେବା ଅବା ଜୀବନ ପ୍ରମାଣପତ୍ର ଜମା କରିବା ପାଇଁ ବ୍ୟାଙ୍କ ଯିବାକୁ ପଡିବନି ।

ଏସବିଆର ଏହି ସୁବିଧା ନେବାକୁ ହେଲେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ରେଜିଷ୍ଟ୍ରେସନ ହେବା ପରେ ଆପଣଙ୍କୁ ଏହି ସବୁ ସୁବିଧା ମିଳିବା ଆରମ୍ଭ ହେବ  ।  ଏହା ସହ ଆପଣଙ୍କୁ ଟର୍ମ ଡିପୋଜିଟ ରସିଦ, ଖାତାର ଷ୍ଟେଟମେଣ୍ଟ, ଡ୍ରାଫ୍ଟ କିମ୍ବା ଫର୍ମ ୧୬ ସାର୍ଟିଫିକେଟ ନେବା ପାଇଁ ବ୍ୟାଙ୍କ ଯିବାକୁ ପଡିବନି ।

ଏମିତି କରନ୍ତୁ ରେଜିଷ୍ଟ୍ରେସନ…

ଏହି ସେବା ପାଇଁ ରେଜିଷ୍ଟେରସନ କରିବାକୁ ହେଲେ ଆପଣଙ୍କୁ ୧୮୦୦୧୦୩୭୧୮୮ ଏବଂ ୧୮୮୧୨୧୩୭୨୧କୁ କଲ କରିବାକୁ ପଡିବ । ଏହି ଦୁଇଟି ନମ୍ବର ଟୋଲ୍‌ ଫ୍ରି ନମ୍ବର ଅଟେ । ଏହା ପରେ ବ୍ୟାଙ୍କରୁ ଏକ ଫୋନ କଲ ଆପଣଙ୍କ ନିକଟକୁ ଆସିବ । ଏହା ବ୍ୟତୀତ ଆପଣ www.psbdsb.in ଓ୍ବେବସାଇଡରେ ରେଜିଷ୍ଟ୍ରେସନ କରିବେ । ଏହି ଦୁଇ ତରିକା ବ୍ୟତୀତ ଆପଣ ଡିଏସବି ମୋବାଇଲ ଆପ୍‌ ଜରିଆରେ ରେଜିଷ୍ଟ୍ରେସନ କରିପାରିବେ ।  

   ସମ୍ବନ୍ଧିତ ଖବର


ଆପଲ୍ ପରେ ଏବେ ସାମସଙ୍ଗ ବି ଦେବନି ଚାର୍ଜର ଓ ଇୟରଫୋନ୍…

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା