PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

‘ହାଉଡି ମୋଦୀ !’ ଏଥିରେ ଅଂଶଗ୍ରହଣ କରିବା ପାଇଁ ୫୦ ହଜାର ଲୋକ କରିଛନ୍ତି ପଞ୍ଜୀକରଣ, ଜାଣନ୍ତୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ

ହ୍ୟୁଷ୍ଟନ ୨୨।୮: ଦକ୍ଷିଣ-ପଶ୍ଚିମ ଆମେରିକାରେ ଆସନ୍ତା ମାସରେ ଏକ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଯାହାର ନାଁ ରହିଛି ‘ହାଉଡି ମୋଦୀ!’। ହାଉଡି ଅର୍ଥାତ ହାଓ ଡୁ ୟୁ ଡୁ?  ଏଥିରେ ଅଂଶଗ୍ରହଣ କରିବା ପାଇଁ ଏପର୍ଯ୍ୟନ୍ତ ୫୦ ହଜାର ଲୋକ ପଞ୍ଜୀକରଣ କରିସାରିଛନ୍ତି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରଥମ କାର୍ଯ୍ୟକ୍ରମ ସମୟରେ ନ୍ୟୁୟର୍କର ମେଡିସନ ଛକରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ୧୮ ହଜାରରୁ ଅଧିକ ପ୍ରଶଂସକ ଉପସ୍ଥିତ ଥିଲେ ।

ସେପ୍ଟେମ୍ବରରେ ଏନଆରଜି ଷ୍ଟାଡିୟମରେ ଏହାର ଆୟୋଜନ ହ୍ୟୁଷ୍ଟନସ୍ଥିତ ଏକ ଏନଜିଓ ‘ଟେକ୍ସାସ ଇଣ୍ଡିଆ ଫୋରମ’ ଦ୍ୱାରା ଆୟୋଜନ କରାଯିବ । ଉତ୍ତର ଆମେରିକାରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଲାଇଭ କାର୍ଯ୍ୟକ୍ରମରେ ଏଯାଏଁ ସର୍ବାଧିକ ଦର୍ଶକ ଉପସ୍ଥିତ ରହିବେ । ପୋପ ଫ୍ରାନ୍ସିସଙ୍କୁ ଛାଡି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ବିଦେଶୀ ନେତା ହେବେ, ଯାହାଙ୍କର କାର୍ଯ୍ୟକ୍ରମରେ ଏତେ ପରିମାଣରେ ଲୋକ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ମାସରେ ଆମେରିକା ଗସ୍ତ କରିବେ । ସେ ସେପ୍ଟେମ୍ବର ୨୭ରେ ସଂଯୁକ୍ତ ରାଷ୍ଟ ମହାସଭାକୁ ସମ୍ବୋଧିତ କରିବେ । ଏହା ପୂର୍ବରୁ ମୋଦୀ ହ୍ୟୁଷ୍ଟନରେ ବ୍ୟବସାୟୀ, ରାଜନୀତିଜ୍ଞ ଓ ଭାରତୀୟ ଗୋଷ୍ଠୀର ନେତାଙ୍କୁ ଭେଟିବେ । ହ୍ୟୁଷ୍ଟନ ହେଉଛି ଆମେରିକାର ୪ର୍ଥ ବଡ଼ ସହର, ଯେଉଁଠାରେ ପ୍ରାୟ ୧ ଲକ୍ଷ ୩୦ ହଜାର ଭାରତୀୟ-ଆମେରିକୀୟ ବସବାସ କରୁଛନ୍ତି । କାର୍ଯ୍ୟକ୍ରମର ନାମ ‘ଭାଗିଦାରୀ ସ୍ୱପ୍ନ, ଉଜ୍ୱଳ ଭବିଷ୍ୟତ’ ରଖାଯାଇଛି । ଏଥିରେ ଆମେରିକାରେ ଭାରତୀୟ-ଆମେରିକୀୟଙ୍କ ଅବଦାନ ସଂପର୍କରେ ମଧ୍ୟ ଆଲୋଚନା ହେବ । ଏଥି ସହିତ ଭାରତ-ଆମେରିକା ମଧ୍ୟରେ ସଂପର୍କ ନେଇ ମଧ୍ୟ ଆଲୋଚନା ହେବ । ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକପ୍ରିୟତା ଅନେକ ଗୁଣରେ ବଢ଼ିଛି ବୋଲି ଜଣାପଡ଼ିଛି ।