ଟ୍ରମ୍ପ ଓ ମୋଦିଙ୍କ ସହ ସେଲଫି ନେଇ ସୋସିଆଲ ମିଡିଆ ଷ୍ଟାର ପାଲଟିଲେ ଏହି ୯ ବର୍ଷର ବାଳକ,ଜାଣନ୍ତୁ କିଏ ଏହି ପିଲା?

ହଷ୍ଟନ,୨୩।୯: ଯଦି ଆପଣଙ୍କୁ ବିଶ୍ବର ଦୁଇ ମହାନ ନେତାଙ୍କ ସାଙ୍ଗରେ ସେଲଫି ନେବାର ଅଛି ତେବେ କ’ଣ କରିବେ? ଯଦି ଏହି ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଥାନ୍ତି? ତେବେ ନିଶ୍ଚିତ ଭାବରେ ଆପଣ କହିବେ ଏହା ଖୁବ୍ କଷ୍ଟକର କାମ। କିନ୍ତୁ, ହାଉଡି ମୋଦି କାର୍ଯ୍ୟକ୍ରମରେ ସାମିଲ ୯ ବର୍ଷର ଜଣେ ପିଲାପାଇଁ ଏହା ଖୁବ୍ ସହଜ ଥିଲା। ଏହି ପିଲାଟି ମୋଦି ଓ ଟ୍ରମ୍ପଙ୍କୁ ଅଟକାଇ ତାଙ୍କ ସହ ସେଲଫି ନେଇ ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟି ଯାଇଛି।

ହଷ୍ଟନର ଏନଆରଜି ଷ୍ଟାଡିମୟରେ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ମୋଦିଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଯୋଗ ଦେଇଥିଲେ। ଯେତେବେଳେ ଟ୍ରମ୍ପ କାର୍ଯ୍ୟକ୍ରମ ସ୍ଥଳରେ ପହଁଞ୍ଚି ଥିଲେ ମୋଦିଙ୍କ ସହିତ ମୁଖ୍ୟ ସମାରୋହ ସ୍ଥଳକୁ ଯାଇଥିଲେ। ଦୁଇ ନେତା ଜଣେ ଅନ୍ୟଜଣଙ୍କ ହାତ ଧରି ଆଗକୁ ବଢିଥିଲେ। ଏହି ସମୟରେ ଜଣେ ଛୋଟ ପିଲାଟିଏ ମୋଦି ଓ ଟ୍ରମ୍ପଙ୍କୁ ଅଟାକାଇ  ତାଙ୍କ ସହ  ସେଲଫି ନେଇ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ୟୁଜରମାନେ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି ଏହି ପିଲାଟି କିଏ?

ମଞ୍ଚ ଉପରକୁ  ଯିବାର ଠିକ୍ ପୂର୍ବରୁ ଭାରତୀୟ ପିଲାମାନେ ମୋଦି ଓ ଟ୍ରମ୍ପଙ୍କ ପାରମ୍ପାରିକ ପୋଷାକ ପିନ୍ଧି ସ୍ବାଗତ କରିବା ପାଇଁ ଠିଆ ହୋଇଥିଲେ। ମୋଦି ଟ୍ରମ୍ପ ସମସ୍ତ ପିଲାଙ୍କୁ ହସି-ହସି ଆଗକୁ ବଢୁଥିଲେ। ଏହି ସମୟରେ ଟ୍ରମ୍ପଙ୍କ ହାତ ଧରି ମୋଦି ଆଗକୁ ଯିବା ବେଳେ ଟ୍ରମ୍ପ ଏହି ପିଲାଟି ହାତରେ ମୋବାଇଲ ଦେଖିଥିଲେ ଓ ସେଠାରେ ରହି ଯାଇଥିଲେ।  ସେ ପିଲା ପିଲାଟିକୁ କିଛି ପଚାରିଥିଲେ। ଏହା ଭିତରେ ମୋଦି ଆଗକୁ ବଢି ସାରିଥିଲେ କିନ୍ତୁ ପିଲାଟିର ଆଗ୍ରହ ଦେଖି ଟ୍ରମ୍ପ ସେଠାରେ ରହି ଯାଇଥିଲେ।

ଏହାପରେ ମୋଦି ମଧ୍ୟ ରହିଯାଇଥିଲେ। ଧଳା ପୋଷାକ ପିନ୍ଧିଥିବା ଏହି ପିଲାଟି ମୋଦି ଓ ଟ୍ରମ୍ପଙ୍କ ସହିତ ସେଲଫି ନେବାକୁ ଚାହୁଁଥିଲା। ଦୁଇ ନେତା ଏହି କଥା ପାଇଁ ଖୁସିରେ ପ୍ରସ୍ତୁତ ହୋଇଯାଇଥିଲେ। ମୋଦି ଓ ଟ୍ରମ୍ପ ଦୁହେଁ ପିଲାଟି ସହ ସେଲଫି ନେଇଥିଲେ। ସେଲଫି ପରେ ମୋଦି ପିଲାଟିର ପିଠି ଥାପୁଡାଇ ଦେଇଥିବା ବେଳେ ଟ୍ରମ୍ପ ହସି ହସି ପିଲାଟି ସହିତ ହାତ ମିଳାଇ ଆଗକୁ ବଢିଯାଇଥିଲେ।

ତେବେ ଏହି ପିଲାଟି ବିଷୟରେ ଏକ ଓ୍ବେବସାଇଟରେ ପରିଚୟ ପ୍ରଦାନ କରାଯାଇଛି। ୯ ବର୍ଷର ଏହି ଭାଗ୍ୟବାନ ପିଲାଟିର ନାମ ସ୍ବାତିକ ହେଗଡେ ଓ ତାଙ୍କ ବାପା-ମାଙ୍କ ନାମ ପ୍ରଭାକର ହେଗଡେ ଓ ମେଧା ହେଗଡେ। ସ୍ବାତ୍ତିକ କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲା​ରେ ରୁହନ୍ତି। ସ୍ବାତ୍ତିକ ଖୁବ୍ ଭଲ ଯୋଗ କରନ୍ତି। ହଷ୍ଟନରେ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ପରିବେଷଣ କରି ସାରିବା ପରେ ସ୍ବାତ୍ତିକ ଲାଇନରେ ଠିଆ ହୋଇଥିଲେ ଓ ସେତେବେଳେ ଟ୍ରମ୍ପ ଓ ମୋଦିଙ୍କ ସହ ତାଙ୍କୁ ସେଲଫି ନେବାର ସୁଯୋଗ ମିଳିଥିଲା।

   ସମ୍ବନ୍ଧିତ ଖବର


୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ