ମୋବାଇଲକୁ ଆସୁଥିଲା ବାରମ୍ବାର ଅଶ୍ଲୀଳ ଫଟୋ-ମେସେଜ୍, ୧୦ମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା

ହାଓ୍ବାଡା,୨୯।୫: ଦଶମ ଶ୍ରେଣୀର ଛାତ୍ରୀଙ୍କୁ ୬ ମାସ ଧରି ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ର  କରୁଥିଲା ହଇରାଣ। ସେ ଛାତ୍ରୀଙ୍କ ମୋବାଇଳକୁ  ଅଶ୍ଳୀଳ ପୋଷ୍ଟ ଏବଂ ମେସେଜ୍ ପଠାଉଥିଲା। ଯେତେବେଳେ ଛାତ୍ରୀଙ୍କ ପରିବାର ସଦସ୍ୟ ଏହା ବିଷୟରେ ଜାଣିବାକୁ ତାଙ୍କୁ ପଚାରିଥିଲେ ତା  ପରଦିନ ଛାତ୍ରୀ ଜଣକ ଛାତ ଉପରୁ ଡେଇଁ କରିଥିଲେ ଆତ୍ମହତ୍ୟା।   ଏଭଳି ,କ ସମ୍ବେଦନଶୀଳ ଘଟଣା ପଶ୍ଚିମବଙ୍ଗର ହାୱାଡା ଜିଲ୍ଲାରେ ଘଟିଛି।

ଏହି ଘଟଣା ଗୁରୁବାର ମଧ୍ୟାହ୍ନରେ ହାଓ୍ବାଡା ଜିଲ୍ଲାର ଶିବପୁର ଥାନା ଅନ୍ତର୍ଗତ ଅତିନ ମୁଖାର୍ଜୀ ଲେନରେ ହୋଇତିଲା। ମୃତା ଛାତ୍ରୀଙ୍କ ପରିଚୟ ମଧୁ ସାହାନୀ। ତାଙ୍କୁ ଦ୍ବାଦଶ ଶ୍ରେଣୀର ଜଣେ ଛାତ୍ର ହଇରାଣ କରୁଥିଲେ। ବାରମ୍ବାର ମୋବାଇଲକୁ ଅଶ୍ଲୀଳ ମେସେଜ୍ ଓ ପୋଷ୍ଟ ପଠାଉଥିଲେ। ବୁଧବାର ଚାତ୍ରୀଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାପଡିଥିଲା। ଗୁରୁବାର ସକାଳେ ପରିବାର ଲୋକେ ଯେତେବେଳେ ଛାତ୍ରୀଙ୍କଠାରୁ ମାମଲା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ ଛାତ୍ରୀଜଣକ  ମଧ୍ୟାହ୍ନରେ ଆତ୍ମହତ୍ୟା କରିଥିଲେ।  ପୋଲିସ ଏବେ ମାମଲାର ଯାଞ୍ଚ ଜାରି ରଖିଛି।

   ସମ୍ବନ୍ଧିତ ଖବର


ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର

ଜୁଲାଇରେ ବସିବନି ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ

କ୍ୟାପିଟାଲ ହସ୍ପିଟାଲରେ କରୋନା ଆତଙ୍କ, କ୍ୱାରେଣ୍ଟାଇନ୍‌ରେ ୧୫ କର୍ମଚାରୀ

ଟୁଇନ୍‌ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ଗୃହ ବିଭାଗକୁ ପ୍ରସ୍ତାବ ଦେଲେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ

ସିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟ, ଜଣେ ମାଓବାଦୀ ନିହତ

ହାତୀ ଶିକାରୀ ର‌୍ୟାକେଟ୍‌ ଗିରଫ, କାର୍‌ ଜବତ