୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୭।୬:  ସମସ୍ତ ସ୍କୁଲ ଓ କଲେଜ ଗୁଡିକ ୧୫ ଅଗଷ୍ଟ ପରେ ଖୋଲି ଦିଆଯିବ। ଏ ସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ  ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବାର ଚେଷ୍ଟା କରିବୁ। ଏହା ସହ ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲି ଦିଆଯିବ।

ଏ ସମ୍ପର୍କରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏଚଆରଡି ମନ୍ତ୍ରୀ ଡଃ ରମେଶ ପୋଖରିୟାଲ ନିଶଙ୍କକୁ ସ୍କୁଲ-କଲେଜ ପୁଣିଥରେ କେବେ ଖୋଲିବ ବୋଲି ପ୍ରଶ୍ନ ପଚାରି ଚିଠି ଲେଖିଥିଲେ। ଏହି କଥାର ସୂଚନା ସେ ଗତକାଲି ଟ୍ବିଟ୍ ମାଧ୍ୟମରେ ଦେଇଥିଲେ।

ସେ ନିଜର ଚିଠିରେ ଲେଖିଥିଲେ, ଏବେ ସମୟ ଆସିଯାଇଛି କରୋନା ସହ ଅସ୍ତିତ୍ବକୁ ସ୍ବୀକାର କରି ଦେଶର ସ୍କୁଲ ଗୁଡିକର ଭୂମିକା ନୂଆ ଭାବରେ ପ୍ରସ୍ତୁତ କରାଯାଉ। ଉଲ୍ଳେଖନୀୟ ଯେ, କରୋନା ମହାମାରୀ କାରଣରୁ ଦିଲ୍ଲୀର ସମସ୍ତ ସ୍କୁଲ-କଲେଜ ମାର୍ଚ୍ଚ ମାସରୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ଅନଲାଇନ୍ ପାଠପଢା ଚାଲିଛି।  

   ସମ୍ବନ୍ଧିତ ଖବର


କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ