ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ହ୍ରିତିକ୍‌ ରୋଶନଙ୍କ ମାଆ କଲେ ପୋଷ୍ଟ – କହିଲେ , ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି …କିନ୍ତୁ

ମୁମ୍ୱାଇ  – ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପାଖାପାଖି ୪ମାସ ହୋଇଛି। ତାଙ୍କର କେସ୍‌ରେ କେନ୍ଦ୍ରୀୟ ଏଜେନ୍ସିମାନେ ଲଗାତର ତଦନ୍ତରେ ଲାଗି ରହିଛନ୍ତି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି, ସୁଶାନ୍ତ ସିଂହ ରାଜପୁତଙ୍କ ସହ କଣ ହୋଇଥିଲା । ଅଭିନେତାଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ  ସାମନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କର ଭାଇ ଶୋଭିକ୍‌ଙ୍କୁ ଗିରଫ କରି ନିଆଯାଇଥିଲା । ପରେ ତାଙ୍କୁ  ମୁକ୍ତ କରାଯାଇଥିଲା । ଏବେ ନିକଟରେ ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ମାଆ ପିଙ୍କି ରୋଶନ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି।  

ଏହି ପୋଷ୍ଟରେ ପିଙ୍କି ରୋଶନ ସୁଶାନ୍ତ ସିଂହ ରାଜପୁତଙ୍କ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ  ଏହାସହ ଲେଖିଛନ୍ତି , ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି , କିନ୍ତୁ କେହି ସଚ୍ଚୋଟ ହେବାକୁ ଚାହୁଁ ନାହାନ୍ତି। ପିଙ୍କି ରୋଶନଙ୍କର ଏହି ପୋଷ୍ଟରେ ଲୋକେ ବହୁତ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

View this post on Instagram

#prayersarepowerful #universeispowerful🌍

A post shared by Pinkie Roshan (@pinkieroshan) on

 ସୂଚନା ଯେ, ସୁଶାନ୍ତ ସିଂହ ରାଜରପୁତ କେସ୍‌ରେ ଡ୍ରଗ୍ସ ଲିଙ୍କ୍‌ ସାମନାକୁ ଆସିବା ପରେ ଅଭିନେତ୍ରୀ ଦୀପିକା ପାଦୁକୋଣ , ସାରା ଅଲୀ ଖାନ , ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାପଚରା କରାଯାଇଥିଲା ।  

ଉଲ୍ଲେଖନୀୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କର ରହସ୍ୟଜନକ ଭାବେ ଗତ ୧୪ ଜୁନରେ ମୃତ୍ୟୁ ହୋଇଥିଲା ।ସେ ଟିଭି ସିରିୟଲ  କିସ୍‌ ଦେଶ୍‌ ମେଁ ହୈ ମେରା ଦିଲ୍‌‌ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ  ସୁଶାନ୍ତ  ପବିତ୍ର ରିସ୍ତା  ସିରିୟଲରୁ ମଧ୍ୟ ଲୋକଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ଛାଡ଼ିନଥିଲେ ।

 ସୁଶାନ୍ତ ସିଂହ ରାଜପୁତ ବଲିଉଡ୍‌ରେ ଫିଲ୍ମ ‘କାୟ ପୋ ଚେ’ ଜରିଆରେ ପାଦ ରଖିଥିଲେ  ଏବଂ ଏହାପରେ  ସେ ଶୁଦ୍ଧ ଦେଶୀ ରୋମାନ୍ସ ଓ ଏମ୍‌ଏସ୍‌ ଧୋନୀ ଭଳି ଅନେକ ଜବରଦସ୍ତ  ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ଧୋନୀଙ୍କ ବାୟୋପିକ୍‌ ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତଙ୍କ ଲୋକପ୍ରିୟତା ବେଶୀ ବଢ଼ିଥିଲା ।

   ସମ୍ବନ୍ଧିତ ଖବର


ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ଶିବସେନାରେ ଯୋଗଦେଲେ ଉର୍ମିଲା ମାତୋଣ୍ଡକର

ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଶୀର୍ଷାସନ : ଫଟୋ ସେୟାର କରି ଲେଖିଲେ, ‘ଡାକ୍ତର କହିଥିଲେ…’

ବାପା ଉଦିତ ନାରାୟଣଙ୍କ ଜନ୍ମଦିନରେ ଏମିତି ଉପହାର ଦେଲେ ପୁଅ ଆଦିତ୍ୟ, ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ

Indian Idol: ଜଣେ ବ୍ୟକ୍ତି ଦୁଇଟି ସ୍ୱର, ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍, ଆପଣ ବି ଶୁଣିଲେ କହିବେ ଆରେ ବାଃ…

ନେହା କକ୍କରଙ୍କୁ କପିଲ୍‌ ଶର୍ମା ପଚାରିଲେ, ଏହି ଡ୍ରେସ୍‌ କେଉଁଠୁ ଆଣିଲ…