
ମୁମ୍ୱାଇ – ବଲିଉଡ୍ର ହ୍ୟାଣ୍ଡସମ୍ ଓ ଡ୍ୟାନ୍ସିଂ ଷ୍ଟାର ହ୍ରିତିକ୍ ରୋଶନଙ୍କର ଏକ ଭିଡ଼ିଓ ଚର୍ଚ୍ଚାରେ । ସେ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଟ୍ରିମ୍ କରିଥିବା ବିୟର୍ଡ ଫ୍ଲାଣ୍ଟ କରିବାର ନଜର ଆସିବେ। ଭିଡ଼ିଓ ସେୟାର କରି ହ୍ରିତିକ୍ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି , ଏଣ୍ଡ ଇଟ୍ସ ଅଫ୍ , ୱେଲ୍ ଅଲମୋଷ୍ଟ ।
ହ୍ରିତିକ୍ଙ୍କର ଏହି ଲୁକ୍ ଦେଖି ପ୍ରୀତି ଜିଣ୍ଟା , ଶାହିଦ୍ କପୁର ଓ ନୁସରତ ଭରୁଚା ନିଜେ କମେଣ୍ଟ କରିଛନ୍ତି ଏବଂ ହ୍ରିତିକ୍ଙ୍କର ପ୍ରଶଂସା କରିଛନ୍ତି ।
ଇଏ କଣ ଶାହାରୁଖ ଖାନ୍ଙ୍କର ‘ପଠାନ୍’ ଲୁକ୍ ? କିଙ୍ଗ୍ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan
ଏହାପୂର୍ବରୁ କାଲି ହ୍ରିତିକ୍ ରୋଶନ ଏକ ବିୟର୍ଡ ଲୁକ୍ର ଫଟୋ ସେୟାର କରିଥିଲେ , ଏହି ଫଟୋ ସହ ସେ ଲେଖିଥିଲେ , ଦାଢ଼ିକୁ ହଟା ଯିବା ପୂର୍ବର। ହ୍ରିତିକ୍ ଏହି ପୋଷ୍ଟରେ ତାଙ୍କର କିଛି ପ୍ରଶଂସକଙ୍କ ଖୁସି ମିଳିଛି । ଆଉ କିଛି ତାଙ୍କୁ ସେଭ୍ ନକରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଜଣେ ୟୁଜର ଏଥିରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି – ନୋଓଓଓଓ….। ଆଉ ଜଣେ ଲେଖିଛନ୍ତି -ଆପଣଙ୍କର ସେଲଫି ମଧ୍ୟ କୌଣସି ଫଟୋସୁଟ୍ ଠାରୁ କମ୍ ହୋଇନି । ଆଉ ଜଣେ ପ୍ରଶଂସକ ତାଙ୍କର ପ୍ରଶଂସା କରି ଲେଖିଛନ୍ତି – କ୍ଲୋଜଅପ୍ ଦ ଇୟର।
ହ୍ରିତିକ୍ ଏକ ସାକ୍ଷାତ୍କାରରେ କହିଥିଲେ କି – ଜଣେ କଳାକାର ଭାବେ ମୁଁ ସର୍ବଦା ନିଜର କାମକୁ ସାରିଛି । ମୁଁ ଏହା କହିବିନି ଯୋ ମୋର ଉତ୍ପାଦକତାରେ କୌଣସି ପ୍ରକାରର ପରିବର୍ତ୍ତନ ( ଲକ୍ଡାଉନ୍ ସମୟରେ) ଆସିଛି । ମୋତେ ନିଜର ଫିଲ୍ମ ସେଟ୍ସ , ପ୍ରଡକ୍ସନର ପ୍ରତ୍ୟେକ ପର୍ଯ୍ୟାୟର ହଲଚଲ ମନେପଡ଼େ ।