ଡୁପ୍ଲିକେଟ୍ ଏତେ ସିମିଲାର ! TikTok ଭିଡ଼ିଓ ଦେଖି ଝଟକା ଖାଇଲେ ହ୍ରିତିକ୍, ପଚାରିଲେ- ଇଏ କିଏ ?

ମୁମ୍ବାଇ ୧୪।୧: ନିଜର ଡ୍ୟାନ୍ସ ଓ ଆକ୍ଟିଂ ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ୍ ରୋଶନ। ତେବେ ହ୍ରିତିକଙ୍କ ଭଳି ଏମିତି ଅନେକ ଡ୍ୟାନ୍ସର ଅଛନ୍ତି ଯେଉଁମାନଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କ ଟ୍ୟାଲେଣ୍ଟ୍ ଦେଖିବାକୁ ମିଳେ। ଆଉ ସେହି ଭିଡ଼ିଓ ଯଦି ଭାଇରାଲ୍ ହୁଏ ତାପରେ ସେ ହୋଇଯାଏ ଷ୍ଟାର।

ଏମିତି ହିଁ ଏକ ଟିକଟକ୍ ଭିଡ଼ିଓ ସାମ୍ନାକୁ ଆସିଛି ଯାହାର ଦିବାନା କେବଳ ତାର ଫଲୋର୍ସ ନୁହଁନ୍ତି ବରଂ ବଲିଉଡ୍ ସୁପରଷ୍ଟାର ହ୍ରିତିକ୍ ରୋଶନ ବି ହୋଇଯାଇଛନ୍ତି। ଯୁବକଟିର ଡ୍ୟାନ୍ସ ମୁବ୍ସ ଦେଖି ହ୍ରିତିକ୍ ମଧ୍ୟ ଝଟକା ଖାଇଯାଇଛନ୍ତି। ଇଣ୍ଡଷ୍ଟି୍ରରେ ହ୍ରିତିକଙ୍କଚ କେବଳ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ଡ୍ୟାନ୍ସ ପାଇ ବି ଦର୍ଶକ ତାଙ୍କୁ ଜାଣନ୍ତି। ସେହି ହ୍ରିତିକ୍ ଏବେ ଅନ୍ୟ ଜଣେ ଯୁବକଙ୍କର ପ୍ରଶଂସା କରିଛନ୍ତି।  

ହ୍ରିତିକ୍ ରୋଶନ ଟ୍ବିଟର ଆକାଉଣ୍ଟରେ ଏକ ଟିକଟକ୍ ଭିଡ଼ିଓ ପୋଷ୍ଟ କରିଛନ୍ତି। ଭିଡ଼ିଓ ପୋଷ୍ଟ କରିବା ସହ ହ୍ରିତିକ୍ ସେହି ଯୁବକ ଜଣଙ୍କ ବିଷୟରେ ପଚାରିଛନ୍ତି। ଆଉ ପୋଷ୍ଟରେ ଲେଖିଛନ୍ତି କି,  ସବୁଠୁ ସ୍ମୁଥ୍ ଏୟାରଓ୍ବାକର ଦେଖିଛି। କିଏ ଏହି ଯୁବକ ?’ ଏହି ଭିଡ଼ିଓରେ ଯୁବକ ଜଣଙ୍କ ମାଇକଲ ଜେକ୍ସନଙ୍କ ଭଳି ଡ୍ୟାନ୍ସ କରୁଥିବାର ନଜର ଆସିଛି।

ଏହି ଟିକଟକ ଯୁବକଙ୍କର ନାଁ ଯୁବରାଜ ସିଂହ। ଟିକଟକରେ ଏହି @babajackson2020 ଆକାଉଣ୍ଟ ନାଁରେ ହୋଇଛି। ଯୁବରାଜଙ୍କର ଏହି ଡ୍ୟାନ୍ସ ଭିଡ଼ିଓକୁ ୧ ମିଲିୟନ ଫଲୋର୍ସ ଦେଖିବା ସହିତ ୧୧.୨ ମିଲିୟନ ଲାଇକ୍ସ ମିଳିସାରିଲାଣି।

   ସମ୍ବନ୍ଧିତ ଖବର


କାଲିଫର୍ଣ୍ଣିଆ ଷ୍ଟେଟ୍‌ ଆସେମ୍ୱଲିରୁ ସୁଶାନ୍ତ ସିଂହ ରାଜପୁତଙ୍କୁ ମିଳିଲା ସମ୍ମାନ, ଭଉଣୀ ସେୟାର କଲେ ଫଟୋ

୪ଥର ବିବାହ କରିସାରିଛନ୍ତି ଏହି ସିଙ୍ଗର – ୧୫୫ କିଲୋ ଓଜନ କମାଇ ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟ

‘ପିପ୍ପା’ରେ ଆସିବେ ଅଭିନେତା ଇଶାନ୍‌ ଖଟ୍ଟର

ସୁଶାନ୍ତ ସିଂ ମାମଲାରେ ମୁହଁ ଖୋଲିଲେ ଅନୁପମ୍ ଖେର୍, ମହେଶ ଭଟ୍ଟଙ୍କୁ କହିଲେ, ‘ମୁଁ ଅନ୍ଧ ନୁହେଁ, କିନ୍ତୁ…’

ଅକ୍ଷୟ କୁମାରଙ୍କ ଠାରୁ ପ୍ରିୟଙ୍କା ଚୋପ୍ରା ପର୍ଯ୍ୟନ୍ତ…ସ୍ୱାଧୀନତା ଦିବସରେ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇ ସୁନ୍ଦର ବାର୍ତ୍ତା ଦେଲେ ସେଲିବ୍ରିଟି

ଫ୍ୟାଶନ୍‌ ଡିଜାଇନର ମାସାବା ଗୁପ୍ତାଙ୍କ ‘ମାସାବା ମାସାବା’ର ଟ୍ରେଲର ଜାରି