ସୁଶାନ୍ତଙ୍କ ସାଙ୍ଗ ସନ୍ଦୀପ ସିଂହଙ୍କର ରହିଛି ବିହାର କନେକ୍ସନ, ମା’ ଥିଲେ ମୁଜଫରପୁରର ପ୍ରସିଦ୍ଧ ନର୍ତ୍ତକୀ!

ପାଟନା,୨୮।୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ବି ରହସ୍ୟମୟ ସ୍ଥିତିରେ ରହିଛି। ଏହି ମାମଲାରେ ସବୁଠାରୁ ଅଧିକ ଚର୍ଚ୍ଚା ଅଭିନେତ୍ରୀ ରିୟା ଚତ୍ରବର୍ତ୍ତୀଙ୍କର ହେଉଛି। ଏହା ସହ ଆଉ ଜଣେ ବ୍ୟକ୍ତି ଯିଏକି ସବୁଠାରୁ ଅଧିକ ଚର୍ଚ୍ଚାର ପରିସରରେ ରହିଛନ୍ତି, ତାଙ୍କର ନାଁ ହେଉଛି ସନ୍ଦୀପ ସିଂହ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଏଣ୍ଟ୍ରିକୁ ନେଇ ଓ ମୃତଦେହକୁ ଆମ୍ବୁଲାନ୍ସରେ ରଖିବା ଓ ଚାଳକଙ୍କ ସହିତ ମୋବାଇଲରେ କଥା ହେବା ଭଳି ବିଷୟକୁ ନେଇ ସନ୍ଦୀପଙ୍କ ନାଁ ରହସ୍ୟ ଘେରରେ ରହିଛି। ଏହି କ୍ରମରେ ଏବେ ସନ୍ଦୀପଙ୍କୁ ନେଇ ଏକ ବଡ ଖୁଲାସା ହୋଇଛି। ତାହା ହେଲା ସନ୍ଦୀପଙ୍କର ରହିଛି ବିହାର କନେକ୍ସନ।

ସିବିଆଇ ରାଡାରରେ ଆସିବା ପରେ ସୁଶାନ୍ତଙ୍କ ସାଙ୍ଗ ସନ୍ଦୀପ ସିଂହଙ୍କ ଜନ୍ମ ବିହାରର ମୁଜଫରପୁରରେ ହୋଇଥିଲା। ସ୍ଥାନୀୟ ଲୋକଙ୍କୁ ମିଳିଥିବା ସୂଚନା ଅନୁସାରେ, ତାଙ୍କର ମା’ ମମତା ମୁଜଫରପୁରରେ ମିଠନପୁର ଥାନା ଅନ୍ତର୍ଗତ ଚର୍ତୁଭୂଜ ନାମକ ଏକ ସ୍ଥାନର ଖୁବ୍ ପ୍ରସିଦ୍ଧ ନର୍ତ୍ତକୀ ଥିଲେ। କୁହାଯାଉଛି ଯେ, ସେହି ସମୟରେ ତାଙ୍କୁ ଅଣ୍ଡରଓ୍ବାର୍ଲ୍ଡରୁ ଧମକ ମିଳିଥିଲା। ୧୯୮୯ରେ ସନ୍ଦୀପଙ୍କ ମା’ ମମତାଙ୍କ ପାଦରେ ଗୁଳି ମାଡ ହୋଇଥିଲା। ତେବେ ଏହି ଘଟଣାକୁ ସମ୍ପତ୍ତି ବିବାଦ ସହ ଯୋଡା ଯାଇଥିଲା।

ଏହି ଘଟଣାରେ ଭୟଭୀତ ହୋଇ ମମତା ନିଜର ପିଲାଙ୍କୁ ନେଇ ମୁମ୍ବାଇ ଚାଲିଆସିଥିଲେ। ସେବେଠାରୁ ଆଉ କେବେ ସେ ମୁଜଫରପୁର ଯାଇନାହାନ୍ତି। ମମତାଙ୍କ ବିଷୟରେ କୁହାଯାଏ ଯେ, ମୁମ୍ବାଇ ଯିବା ପରେ ଏକ ହୋଟେଲର ମ୍ୟୁଜିକାଲ ପୋଗ୍ରାମରେ କାମ କରୁଥିଲେ। କୁହାଯାଉଛି ଯେ, ସେହି ମମତାଙ୍କ ପୁଅ ହେଉଛନ୍ତି ସନ୍ଦୀପ ସିଂହ। ଏବେ ସନ୍ଦୀପଙ୍କ ବିଷୟରେ ଯଦିଓ ବିଶେଷ କିଛି କଥା ଜଣାପଡିନାହିଁ କିନ୍ତୁ ସୋସିଆଲ ମିଡିଆରେ ଅନେକ କିଛି ଚର୍ଚ୍ଚା ଚାଲିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସନ୍ଦୀପଙ୍କ ମା’ ମମତାଙ୍କ ଭାଇ ଓ ଭଉଣୀ ଏବେ ମୁଜଫରପୁରରେ ରହୁଛନ୍ତି। ସେମାନେ କିନ୍ତୁ ଏବେ ମିଡିଆ ଆଗକୁ ଆସିନାହାନ୍ତି। ସନ୍ଦୀପଙ୍କର ପାଠପଢା ମୁଜଫରପୁର ଓ ମୁମ୍ବାଇରେ ହୋଇଥିଲା। ସନ୍ଦୀପ ବଲିଉଡରେ ସ୍ପଟ୍ ବୟ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାୟ ୪ ବର୍ଷର କଷ୍ଟ ପରେ ସେ ନିଜର ଏକ ପ୍ରଡକ୍ସନ ହାଉସ୍ ଖୋଲିଥିଲେ। ଏପର୍ଯ୍ୟନ୍ତ ୪ଟି ବଡ ଫିଲ୍ମର ପ୍ରଡ୍ୟୁସର ରହିସାରିଛନ୍ତି। କୁହାଯାଉଛି ଯେ, ସୁଶାନ୍ତଙ୍କ ସହିତ ରିୟାଙ୍କ ପରିଚୟ ସେ ହିଁ କରାଇଥିଲେ।

ଏପରି କୁହାଯାଉଛି ଯେ, ରିୟାଙ୍କ ନିକଟତମ ଲୋକଙ୍କ ଭିତରୁ ସନ୍ଦୀପ ଅନ୍ୟତମ। ତେବେ ରିୟା ଏବେ କହୁଛନ୍ତି ଯେ, ସନ୍ଦୀପ ସିଂହଙ୍କୁ ଜାଣନ୍ତି ନାହିଁ। ଏକ ଇଣ୍ଟରଭ୍ୟୁରେ ରିୟା କହିଥିଲେ, ସନ୍ଦୀପ ସିଂହଙ୍କୁ ମୁଁ ଜାଣେନି। ଯଦି ସେ ସୁଶାନ୍ତଙ୍କୁ ଭଲ ସାଙ୍ଗ କହୁଛନ୍ତି ତେବେ ଗତ ଦେଢ ବର୍ଷ ହେବ ସେ କେଉଁଠି ଥିଲେ। ମୁଁ ତାଙ୍କର ନାଁ କେବେବି ଶୁଣିନି, ନା ସେ କେବ ଘରକୁ ଆସିଛନ୍ତି। ରିୟା କହିଥିଲେ, ମୁଁ ଗ୍ୟାରେଣ୍ଟି ଦେଇ କହୁଛି ସୁଶାନ୍ତଙ୍କ କଲ୍ ଲଗରେ ସନ୍ଦୀପ ସିଂହଙ୍କର କୌଣସି ନାମ ନଥିବ।