PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପାକିସ୍ତାନ ବିରୋଧରେ ଜାତିସଂଘକୁ ଚିଠି ଲେଖିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୫।୨: ପାକିସ୍ତାନର କାର୍ଯ୍ୟକଳାପକୁ ନେଇ କେବଳ ଭାରତ ଚିନ୍ତିତ ନୁହେଁ ବଂର   ଆଫଗାନିସ୍ତାନ ଓ ଇରାନ ଭଳି ଅନ୍ୟ ପଡୋଶୀ ରାଷ୍ଟ୍ର ମଧ୍ୟ ସମାନ ଚିନ୍ତାଜନକ ପରିସ୍ଥିତିରେ ଅଛନ୍ତି। ପାକିସ୍ତାନ ଗତ କିଛି ବର୍ଷ ହେବ ଅଫଗାନିସ୍ତାନ ସୀମାରେ ଗୁଳିମାଡ କରିବାରେ ଲାଗିଛି। ଏହାଛଡା ତାଲିବାନ ସହ ସମ୍ପର୍କକୁ ନେଇ ପାକିସ୍ତାନ ତା’ର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛି। ଏନେଇ ଜାତିସଂଘ ନିକଟରେ ପାକିସ୍ତାନ ବିରୋଧରେ ଅଭିଯୋଗ କରିଛି ଆଫଗାନିସ୍ତାନ। ଗତ ୨୨ ତାରିଖରେ ଆଫଗାନିସ୍ତାନ ଜାତିସଂଗ ନିକଟକୁ ଏକ ଚିଠି ଲେଖିଥିଲା। ଏହି ଚିଠିରେ ଅଭିଯୋଗ କରାଯାଇଛି  ୨୦୧୨ରୁ ୨୦୧୭ ମଧ୍ୟରେ ଆଫଗାନିସ୍ତାନ ସୀମାରୁ ଲାଗିଥିବା ୨୮,୮୪୯ ଗୁଳି ପାକିସ୍ତାନ ମାଡ କରିଛି। ଯାହାଫଳରେ ଆଫଗାନିସ୍ତାନର ୮୨ ଜଣ ଲୋକ ନିହତ ହୋଇଥିବା ବେଳେ ୧୮୭ ଜଣ ଆହତ ହୋଇଛନ୍ତି।  ୨୦୧୭ ପରେ ଏହା ବଢିଯାଇଚି। ୨୦୧୮ ଆରମ୍ଭରୁ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ୧୬୧ ଥର ଅନୁପ୍ରବେଶ କରିଛି ଓ ୬,୦୨୫ ଗୁଳି ମାଡ କରିଛି।  

source; https://www.un.org

ଗତ ଏକ ସପ୍ତାହ ଭିତରେ ଆଫଗାନିସ୍ତାନ ଜାତିସଂଘକୁ ଦ୍ବିତୀୟ ଥର ପାଇଁ ଏହି ଚିଠି ଲେଖି ସମସ୍ୟାର ସମାଧାନ ପାଇଁ କହିଛି। ପ୍ରଥମ ଚିଠିରେ ଅଭିଯୋଗ ହୋଇଥିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମ୍ରାନ୍ ଖାନ୍ ଇସଲାମାବାଦରେ ତାଲିବାନ ନେତାଙ୍କ ସହ ବୈଠକ କରିବାକୁ ଯାଉଛନ୍ତି। ଏହି ଚିଠିରେ ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୟକୁ ଉଲଂଘନ କରାଯାଉଥିବାର ଅଭିଯୋଗ ହୋଇଛି। ଏହି ଚିଠି ପରେ ପାକିସ୍ତାନ ନିଜର ବୈଠକକୁ ରଦ୍ଦ କରିଥିଲା। ତାଲିବାନ ନେତାମାନେ ଏହି ବୈଠକକୁ ରଦ୍ଦ କରି କହିଥିଲେ ଜାତିସଂଘ ଓ ଆମେରିକା ଦ୍ବାରା ତାଙ୍କର ଯାତ୍ରା ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇବାର କାରଣରୁ ସେ ପାକିସ୍ତାନ ଯାଇ ପାରିବେ ନାହିଁ। ଏଥିରୁ ଜଣାପଡୁଛି ପାକିସ୍ତାନ ନିଜ ସ୍ତରରେ ତାଲିବାନକୁ ମନାଇବାକୁ ଚେଷ୍ଟା କରୁଛି।