୧୫ ହଜାର ଡିସ୍କାଉଣ୍ଟରେ କିଣନ୍ତୁ ବ୍ରାଣ୍ଡେଡ୍ AC: ବହୁତ କମ୍ ଦାମରେ ଫ୍ରିଜ୍ ଓ କୁଲର ମଧ୍ୟ କ୍ରୟ କରିବାର ସୁଯୋଗ

ନୂଆଦିଲ୍ଲୀ ୮/୬: ଫ୍ଲିପକାର୍ଟ ଅନେକ ସମୟ ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ନେଇଆସିଥାଏ । ଗ୍ରାହକଙ୍କୁ ଶସ୍ତାରେ ମଧ୍ୟ ପ୍ରଡକ୍ଟ ଦେଇଥାଏ କମ୍ପାନୀ । ଏବେ ଫ୍ଲିପକାର୍ଟ ‘Cooling Appliance’ ସେଲ୍ ଆରମ୍ଭ କରିଦେଇଛି । ସେଲର ଆରମ୍ଭ ୫ ଜୁନରୁ ହୋଇଛି ଏବଂ ୯ ଜୁନରେ ଏହାର ଶେଷ ଦିନ । ଏହି ସେଲରେ ଅନେକ ଜିନିଷ ଉପରେ ରିହାତି ଦିଆଯାଉଛି ।

ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ ସେଲରେ ଗ୍ରାହକଙ୍କୁ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ ଦିଆଯାଉଛି । ସେଲର ବ୍ୟାନରରେ ଲେଖା ହୋଇଛି କି ‘ଏମିତି ଡିସ୍କାଉଣ୍ଟ ପୂର୍ବରୁ କେବେ ମିଳିନଥିବ’ । ସେଲରେ Saving Corner ନାମରେ କାଟାଗୋରୀ ଦିଆଯାଇଛି । ଏଥିରେ ଲେଖାଯାଇଛି କି ପ୍ରତି କ୍ରୟ ଉପରେ ସେଭିଂ କରାଯାଇହେବ ।

ଏଠାରେ ଏସି ଉପରେ ଗ୍ରାହକ ୧୫୦୦୦ ଟଙ୍କା ରିହାତି ପାଇପାରିବେ । ସେହିଭଳି ଫ୍ରିଜ୍ ଉପରେ ୫୦୦୦ ଟଙ୍କାର ଡିସ୍କାଉଣ୍ଟ ମଧ୍ୟ ଦିଆଯାଉଛି ।

ଏହା ବ୍ୟତୀତ ଯଦି ଆପଣ ଏୟାର କୁଲର କିଣିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ୪ ହଜାର ଟଙ୍କା ଶସ୍ତାରେ ଘରକୁ ନେଇ ପାରିବେ । କୁହାଯାଇଛି କି ସେଲରେ ଭୋଲ୍ଟାସ, ସାମସଙ୍ଗ, ଏଲଜି, Whirlpool, କ୍ୟାରିୟର, ପାନାସୋନିକ୍, ଗୋଦରେଜ୍ ଓ ଅନେକ ପପୁଲାର ବ୍ରାଣ୍ଡର ସାମଗ୍ରୀ ଉପଲବ୍ଧ କରାଯାଇଛି ।

ACs କାଟାଗୋରୀ କଥା କହିବା ତ ଭୋଲ୍ଟାସର ଏସିକୁ ମାତ୍ର ୨୫,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଘରକୁ ନେଇପାରିବେ ଗ୍ରାହକ । ଏହା ବ୍ୟକୀକ ଆପଣ ଏହି ସେଲରେ ଫ୍ୟାନ୍, ଗିଜର ଓ ଅନ୍ୟ ସାମଗ୍ରୀ ମଧ୍ୟ କମ୍ ଦାମରେ କିଣିପାରିବେ । ଯଦି ଆପଣ କ୍ରୟ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡର ବ୍ୟବହାର କରୁଛନ୍ତି ତେବେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ମଧ୍ୟ ପାଇପାରିବେ ।

   ସମ୍ବନ୍ଧିତ ଖବର


ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଦେଶର ପ୍ରତ୍ୟେକ ଲୋକଙ୍କୁ ମିଳିବ କରୋନା ଭ୍ୟାକସିନ, କେହି ବି ଏହି ସୁବିଧାରୁ ହେବେନି ବଞ୍ଚିତ…