PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ନୂଆ ଅଧ୍ୟୟନରୁ ବଡ଼ ଖୁଲାସା, ମଣିଷର ଆୟୁଷ ୧୫୦ ବର୍ଷ ଯାଏ ବଢ଼ିଯିବ

ନୂଆଦିଲ୍ଲୀ ୦୩/୦୬: ଅଧିକ ବର୍ଷ ବଞ୍ଚିବାକୁ କାହାର ବା ଇଚ୍ଛା ନ ଥାଏ ! ଶତାବ୍ଦୀ ଶତାବ୍ଦୀ ଧରି ଅଧିକାଂଶ ଲୋକଙ୍କ ମନରେ ଏହି ଅଭିଳାଷ ସବୁବେଳେ ରହିଆସିଛି । ଏମିତି କି ଏକଦା ଆମେରିକାର ପ୍ରସିଦ୍ଧ ଲେଖକ ମାର୍କ ଟ୍ୱାଇନ କହିଥିଲେ, ଯଦି ମଣିଷ ବୟସ ୮୦ରୁ ଆରମ୍ଭ ହୋଇ ୧୮ରେ ଆସି ପହଞ୍ଚନ୍ତା, ତେବେ ଜୀବନଟା ବେଶ ଉପଭୋଗ୍ୟ ତଥା ଆନନ୍ଦଦାୟକ ହୋଇପାରନ୍ତା । ତେବେ ସିଙ୍ଗାପୁରର କିଛି ଗବେଷକ ଏବେ ଜାଣିବାକୁ ପାଇଛନ୍ତି ଯେ ମଣିଷ ଆୟୁଷ ୧୫୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ । ଏକ ଅଧ୍ୟୟନରୁ ସେମାନେ ଏଭଳି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

ସିଙ୍ଗାପୁରଭିତ୍ତିକ ବାୟୋଟେକ କମ୍ପାନି ଗେରୋର ଗବେଷକଙ୍କର ଏକ ରିପୋର୍ଟ ନେଚର ପତ୍ରିକାରେ ପ୍ରକାଶ ପାଇଛି । ଗବେଷକମାନେ ଏକ ଅନ୍ତର୍ନିହିତ ବୟସ ବୃଦ୍ଧି ଗତି ଉପରେ ଜୋର ଦେଇଛନ୍ତି, ଯାହା ଆୟୁଷକୁ ୧୨୦-୧୫୦ ବର୍ଷ ମଧ୍ୟରେ ନିର୍ଦ୍ଧାରଣ କରିଥାଏ । ଏଥିରେ କୁହାଯାଇଛି ଯେ ମୃତ୍ୟୁ ହେଉଛି ଏକ ଆଭ୍ୟନ୍ତରୀଣ ଜୈବିକ ସମ୍ପତି, ଯାହା ଅବସାଦ ବା ଚାପ ସଂକ୍ରାନ୍ତ କାରକଗୁଡ଼ିକଠାରୁ ସ୍ୱାଧୀନ ।

ଏହି ବିବର୍ତ୍ତନକୁ ଆକଳନ ନିମନ୍ତେ ଗବେଷକମାନେ ରକ୍ତ କୋଷିକାଗୁଡ଼ିକର ସଂଖ୍ୟାରେ ପରିବର୍ତ୍ତନ ଓ ଲୋକଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପଗୁଡ଼ିକର ଦୈନିକ ସଂଖ୍ୟା ଉପରେ ଗବେଷଣା କରିଥିଲେ । ଏଥିସହ ସେମାନେ ଆମେରିକା, ବ୍ରିଟେନ ଓ ରୁଷର ବୃହତ ସଂସ୍ଥାଗୁଡ଼ିକର ତଥ୍ୟକୁ ମଧ୍ୟ ବିଶ୍ଳେଷଣ କରିଥିଲେ ।

ସାଇଣ୍ଟିଫିକ ଆମେରିକାନ୍‌ ସହ ଏକ ସାକ୍ଷାତକାର ବେଳେ ଅଧ୍ୟୟନର ସହଲେଖକ ପିଟର ଫେଡିଚେବ କହିଛନ୍ତି, ଅଧିକାଂଶ ଜୀବ ବିଜ୍ଞାନୀ ରକ୍ତ କୋଷିକାଗୁଡ଼ିକର ସଂଖ୍ୟା ଓ ପଦକ୍ଷେପଗୁଡ଼ିକର ସଂଖ୍ୟାକୁ ପୃଥକ ମନେକରିଥାନ୍ତି । କିନ୍ତୁ ବାସ୍ତବତା ହେଉଛି ଉଭୟ ହିଁ ଗୋଟିଏ ଭବିଷ୍ୟତକୁ ଚିତ୍ରିତ କରୁଛି । ଗବେଷକମାନେ କହିଛନ୍ତି ଯେ ଲୋକଙ୍କଠାରେ ନମନୀୟତା ୩୦ ବର୍ଷ ବୟସ ମଧ୍ୟଭାଗରୁ ୪୦ ମଧ୍ୟଭାଗ ମଧ୍ୟର କେଉଁ ଏକ ସ୍ତରରେ ହ୍ରାସ ପାଇଥାଏ ଏବଂ ଚାପରୁ ମୁକ୍ତ ହେବା ପାଇଁ ଶରୀର ଏହାର କ୍ଷମତା ଧୀରେ ଧୀରେ ହରାଇ ବସିଥାଏ ।

ସେମାନଙ୍କ ମୁତାବକ ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଔଷଧ ଉପରେ ଗବେଷଣା ହେବା ଦରକାର, ଯାହା ଲୋକଙ୍କ ସ୍ୱାସ୍ଥ୍ୟ ପରମାୟୁକୁ ବଢ଼ାଇ ପାରିବ । ଫ୍ରାନ୍ସରେ ଜିନ କାଲମେଟ ନାମକ ଜଣେ ବ୍ୟକ୍ତି ୧୨୨ ବର୍ଷ ବଞ୍ଚିଥିବା ଘଟଣାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ଗବେଷକମାନେ କହିଛନ୍ତି ।