ହାତୀ କାବୁ କରିବାକୁ ଯାଇ ଶିକାରୀ କାବୁ

କାମାକ୍ଷାନଗର ୩୦/୧୦: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳର ହାତୀ ଶିକାରୀମାନେ ସକ୍ରିୟ ହୋଇପଡିଛନ୍ତି । ବିଦ୍ୟୁତ କରେଣ୍ଟ ଲଗାଇ ହାତୀ ଓ ବନ୍ୟ ଜନ୍ତୁକୁ ମାରୁଛନ୍ତି ଶିକାରୀ । ତେବେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶରେ ହିନ୍ଦୋଳ ବନାଞ୍ଚଳରେ ଚଢ଼ାଉ କରାଯାଇଥିଲା । ତେବେ କୋଇ ସଂରକ୍ଷିତ ଜଙ୍ଗଲରେ ହାତୀ ଓ ବନ୍ୟଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିବା ଦେଖାଯାଇଥିଲା । ବନ କର୍ମଚାରୀମାନେ ଏହି ତାର ବିଛାଉଥିବାବେଳେ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଜଣଙ୍କ ସଞ୍ଜୟ ସେଠି ଓ ତାଙ୍କ ଘର ରସଲ ଥାନା ଅନ୍ତର୍ଗତ ବାଘଧରିଆ ବୋଲି ଜଣାପଡିଛି । ହିନ୍ଦୋଳ ବନକର୍ମଚାରୀମାନେ ବିଦ୍ୟୁତ ତାର ଜବତ କରି ସଂଜୟଙ୍କୁ କୋର୍ଟ ଚାଲାଣ କରିଛନ୍ତି।