PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

କରୋନାରେ ଚାଲିଗଲେ ସ୍ୱାମୀ: ୩ ଝିଅଙ୍କ ସହ ବିଷ ପିଇଲେ ମହିଳା

ନୈନିତାଲ, ୦୬/୦୮: କରୋନାରେ ଅନେକ ନିଜ ପରିବାର ସଦସ୍ୟଙ୍କୁ ହରାଇଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ନୈନିତାଲରେ । ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କର କରୋନା ଜନିତ ମୃତ୍ୟୁରେ ଭାଙ୍ଗିପଡି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷ ପିଇବା ପୂର୍ବରୁ ସେ ନିଜର ୩ ଝିଅ(୧୫ ବର୍ଷ, ୧୧ ବର୍ଷ, ୫ ବର୍ଷ) ଙ୍କୁ ମଧ୍ୟ ବିଷ ପିଆଇଛନ୍ତି । ମହିଳା ଏବଂ ତାଙ୍କର ୩ ଝିଅଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ହୋମ କ୍ୱାରେଣ୍ଟାଇନରେ ରହିଥିବା କାରଣରୁ ସେମାନେ ବିଷ ପିଇ ଛଟପଟ ହେଉଥିଲେ ମଧ୍ୟ କୌଣସି ଲୋକ ସ୍ପର୍ଶ କରିନଥିଲେ । ଶେଷରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

ବର୍ତ୍ତମାନ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । କରୋନା କାରଣରୁ ତାଙ୍କ ସ୍ୱାମୀ ରୋଜଗାର ହରାଇଥିବାରୁ ଏହି ପରିବାର ଅଭାବ ମଧ୍ୟରେ ଚଳୁଥିଲା । ଏଭଳିସ୍ଥିତିରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗିପଡି ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମହିଳା ଜଣକ ପ୍ରକାଶ କରିଛନ୍ତି ।